Advertisment

ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ବିଲ ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିବେ।

ଅଦ୍ୟତନ ହୋଇଛି
Bill Gates Arrives in Bhubaneswar Odisha

Bill Gates

Advertisment

ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଲୁମ୍ବିନୀ ବିହାର ମା’ ମଙ୍ଗଳା ବସ୍ତିରେ ବିଲ ଗେଟ୍‌ସ। ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରିବା ସହ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ବିଲ୍‌ ଗେଟ୍‌ସ।

Advertisment

ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ କୃଷି ଭବନରେ ଥିବା କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ ବିଲ୍ ଗେଟ୍ସ ।

ବିଲ ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିବେ। ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ଏହା ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନକୌଶଳ ବାବଦରେ ଚାଷୀଙ୍କୁ ସୂଚନା ଦେଉଛି।

Advertisment

ଅଧିକ ପଢ଼ନ୍ତୁ: ଯଦି ଗରିବ ହୋଇଯିବେ ଏଲନ୍ ମସ୍କ, ବିଲ୍ ଗେଟ୍ସ, ଡୋନାଲ୍ଡ ଟ୍ରମ୍ପ!

୨୦୨୧ ମସିହାରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ବିଲ ଗେଟ୍ସଙ୍କ ଗସ୍ତ ପୂର୍ବରୁ ଅଧିକାରୀମାନେ କୃଷି ଭବନ ପରିଦର୍ଶନ କରି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀଙ୍କ ସହ ଆଲୋଚନା କରିଥିଲେ।

CM Naveen Patnaik Bill Gates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ