Advertisment

Lion Safari: ବସ୍‌ରେ ବସିଥିଲେ ପର୍ଯ୍ୟଟକ, ଚାରିପଟେ ବୁଲୁଥିଲେ ସିଂହ ! ଦେଖନ୍ତୁ ଭିଡିଓ...

ସିଂହମାନଙ୍କୁ କାବୁ କରିବା ପରେ ପର୍ଯ୍ୟଟକ ଉଦ୍ଧାର । ସିଂହ ସଫାରୀରେ ପର୍ଯ୍ୟଟକଙ୍କ ବସ୍ କାହିଁକି ଫସିଲା ?

ଅଦ୍ୟତନ ହୋଇଛି
Nandankanan Lion Safari

Nandankanan Lion Safari

Advertisment

ନନ୍ଦନକାନନରେ ବଡ଼ ଅଘଟଣ। ମୁଖ୍ୟ ରାସ୍ତାରୁ ଯାଇ ଖାଲ ଭିତରେ ଖସି ପଡିଲା ବସ୍। ଗତକାଲି ଅପରାହ୍ନରେ ସିଂହ ସଫାରୀରେ ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଲା ପର୍ଯ୍ୟଟକ ଥିବା ବସ୍। ବସ୍ ଚାରିପଟେ ସିଂହ ବୁଲୁଥିବାରୁ ଆତଙ୍କିତ ହୋଇ ପଡିଥିଲେ ପର୍ଯ୍ୟଟକ। ପାଖାପାଖ ଦେଢ଼ ଘଣ୍ଟା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ପହଞ୍ଚି ସିଂହମାନଙ୍କୁ କାବୁ କରି ପ୍ରଥମେ ଖୁଆଡ଼ ଭିତରକୁ ନେଇଥିଲେ।

Advertisment

ଏହା ପରେ ପାଖାପାଖି ୩୦ ପର୍ଯ୍ୟଟକଙ୍କୁ ସଫାରୀରୁ ବାହାର କରାଯାଇଥିଲ । ତାପରେ ଅନ୍ୟ ଏକ ବସରେ ପର୍ଯ୍ୟଟକମାନଙ୍କୁ ବାହାରକୁ ଅଣାଯାଇଥିଲା । ପର୍ଯ୍ୟଟକ ମାନଙ୍କର କୌଣସି ଅସୁବିଧା ହୋଇ ନଥିଲେ ମଧ୍ୟ ଏକ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲେ ପର୍ଯ୍ୟଟକ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହା ନୂଆ ଘଟଣା ନୁହେଁ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଛି।

Advertisment

ତେବେ ଏମିତି କାହିଁକି ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ। ଏବେ ଘଟଣାର ତଦନ୍ତ ପାଇଁ ଏଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ତେବେ ସବୁଦିନ ଭଳି ପର୍ଯ୍ୟଟକମାନେ ବାଘ, ସିଂହ, ଭାଲୁ, ତୃଣଭୋଜି ସଫାରୀ ବସରେ ବସି ମଜା ଉଠାଉଥିଲେ । ସେହିଭଳି ଶନିବାର ଦିନ ପର୍ଯ୍ୟଟକମାନେ ସଫାରୀ ବସରେ ବାଘ ସଫାରୀ ବୁଲି ସାରି ସିଂହ ସଫାରୀ ଭିତର ରାସ୍ତାରେ ଯାଉଥିଲେ । ଏହି ସମୟରେ ଏକ ଗାତରେ ଖସି ଯାଇଥିଲା ବସ୍ । ସିଂହମାନେ ଖୋଲାରେ ବିଚରଣ କରୁଥିବା ଯୋଗୁଁ ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଥିଲେ।

Advertisment
Nandankanan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ