Advertisment

ଦେଖିକି ନ ଚାଲିଲେ ମଲ ! ରାଜଧାନୀରେ ଡେଥ୍ ଜୋନ୍ ପାଲଟିଛି ଖାଲ-ଖମା ରାସ୍ତା

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି BMC ଓ ପୂର୍ତ୍ତ ବିଭାଗ । ମରଣଯନ୍ତାରେ ଫସୁଛନ୍ତି ଲୋକେ, କର୍ତ୍ତୃପକ୍ଷ ନୀରବ ।

undefined

Bhubaneswar Road Problem

Advertisment

ରାଜଧାନୀର ନୂଆ ଡେଥ୍ ଜୋନ୍ ବମିଖାଲ ରାସ୍ତା । ଏ ରାସ୍ତା ସହ ଆଗରୁ ଟିକିଏ ପରିଚୟ ନଥାଇ ସାମାନ୍ୟ ଦ୍ରୁତ ଗତିରେ ଯାତ୍ରା କଲେ, ଯେକୌଣସି ମୁହୂର୍ତ୍ତିରେ ଜୀବନ ଚାଲିଯିବାର ଆଶଙ୍କା । ସ୍ମାର୍ଟ ସିଟିର ଅନ୍ୟତମ ବ୍ୟସ୍ତବହୁଳ ରସୁଲଗଡ଼ ଓ କଳ୍ପନାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଭୟଙ୍କର ଅବସ୍ଥା। ପ୍ରତି ମିନିଟରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଉପରେ ଯେମିତି କାହାରି ବି ନଜର ନାହିଁ ।

Advertisment

ଦୀର୍ଘ ଦିନ ଧରି ରାସ୍ତା ମରାମତି ଅଭାବରୁ ସୃଷ୍ଟି ହୋଇଛି ବଡ଼ ବଡ଼ ଖାଲ। ଆଉ ସେଇ ଖାଲ ପାଇଁ ହିଁ ଗତ ଶନିବାର ରାତିରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବ ଡାକ୍ତରଙ୍କ ଜୀବନ ଚାଲି ଯାଇଥିବା କୁହାଯାଉଛି। ଖାଲି ସେତିକି ନୁହେଁ ଏ ଘଟଣାର ସପ୍ତାହେ ଆଗରୁ ସାମାନ ସ୍ଥାନରେ ବମିଖାଲ ଓଭର ବ୍ରିଜ୍ ଉପରୁ ଖସି ପଡ଼ି ଜଣେ ବାଇକ ଆରୋହୀଙ୍କର ଅକାଳ ବିୟୋଗ ଘଟିଥିଲା। ତେବେ ଦୈନିକ ଛୋଟବଡ଼ ଦୁର୍ଘଟଣା ପରେ ବି ଏ ରାସ୍ତା ଦାୟିତ୍ୱରେ ଥିବା ପୂର୍ତ୍ତି ବିଭାଗ କାହିଁକି ଚେତୁନି, ତାକୁ ନେଇ ଉଠିଛି ପ୍ରଶ୍ନ।

ଭୁବନେଶ୍ୱର ସହର ଭିତରେ ଥିବା ଅନ୍ୟ ପ୍ରମୁଖ ରାସ୍ତାର ଅବସ୍ଥା ବି ସମାନ । ରସୁଲଗଡ଼ ଟ୍ରାଫିକ ଛକସ୍ଥିତ ମୁଖ୍ୟ ରାସ୍ତା ମଝିରେ ବି ବିରାଟ ଖାଲ। ବ୍ୟସ୍ତବହୁଳ ଏ ରାସ୍ତାକୁ ଦୟନୀୟ ଅବସ୍ଥାରେ ଛାଡ଼ି ଦିଆଯାଇଛି । ଫଳରେ ଦୈନିକ ଲକ୍ଷ ଲକ୍ଷ ସଂଖ୍ୟାରେ ଗାଡ଼ି ମୋଟର ଯାଆସ ବେଳେ ଯାତାୟତରେ ବିଳମ୍ବ, ଅନାବଶ୍ୟକ ଟ୍ରାଫିକ୍ ଜାମ୍ ଓ ଦୁର୍ଘଟଣାର କାରଣ ପାଲଟୁଛି ରାସ୍ତାର ଏଭଳି ଅବସ୍ଥା ।

Advertisment

ସେହିଭଳି କଳିଙ୍ଗ ଷ୍ଟାଡିୟମରୁ ନୟାପଲ୍ଲୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଆଜିକୁ ଦୀର୍ଘ ଦିନ ଧରି ଆବଡ଼ା ଖାବଡ଼ା ପଡ଼ି ରହିଛି । ଅନ୍ୟତମ ଟ୍ରାଫିକ ବହୁଳ ଏ ରାସ୍ତା। ସେହିଭଳି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଚାଲିଥିବା କଲଭର୍ଟ କାମ ଯୋଗୁଁ ଦୀର୍ଘ ଦିନ ଧରି ହଟହଟା ହେଉଛନ୍ତି ସାଧାରଣ ଜନତା। ବଡ଼ ପ୍ରଶ୍ନ ହେଉଛି, ରାଜଧାନୀର ଏସବୁ ପ୍ରମୁଖ ଅଞ୍ଚଳରେ ଏତେଦିନ ଧରି ରାସ୍ତା କାମ ସରୁନି କାହିଁକି ? ଠିକାଦାର ଏମିତି ବିପର୍ଯ୍ୟସ୍ତ ଅବସ୍ଥାରେ ଛାଡ଼ିଦେବା ପଛରେ ପ୍ରଶାସନ ନିରବ କାହିଁକି ?

ସେପଟେ ଭୁବନେଶ୍ୱରରେ ବିଭିନ୍ନ ରାସ୍ତା ସ୍ମାର୍ଟ ସିଟି, ବିଏମସି, ପୂର୍ତ୍ତ ଓ ଜଳସମ୍ପଦ ଆଦି ଭିନ୍ନ ଭିନ୍ନ ବିଭାଗର ଅଧିନରେ ରହୁଥିବାରୁ ଏବଂ ଏମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ସାଧାରଣ ଲୋକଙ୍କ ପାଇଁ କାଳ ସାଜୁଥିବା କହିଛନ୍ତି ବିଶେଷଜ୍ଞ।

Advertisment

Smart City Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ