Advertisment

ଭୁବନେଶ୍ୱର ମେଟ୍ରୋର DPR ପ୍ରଦାନ କଲା DMRC

ଏୟାରପୋର୍ଟ ପରେ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାରରେ, ଜୟଦେବ ବିହାର, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଡମଣା, ପଟିଆ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁରରେ ଷ୍ଟେସନ ଦେଇ ଚାଲିବ । ନନ୍ଦନକାନନ, ଫୁଲପୋଖରୀ ପରେ ତ୍ରିଶୁଳିଆ ଷ୍ଟେସନରେ ଯାତ୍ରା ଶେଷ ।

Bhubaneswar Metro

Bhubaneswar Metro

Advertisment

ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପର ଡିପିଆର୍‌ ପ୍ରଦାନ । ମୁଖ୍ୟ ସଚିବଙ୍କୁ ଡିପିଆର୍‌ ପ୍ରଦାନ କଲା ଡିଏମ୍‌ଆର୍‌ସି । ଡିପିଆର୍‌ରେ ମେଟ୍ରୋ ରେଲ୍ ପ୍ରକଳ୍ପ ନେଇ ବିସ୍ତୃତ ବିବରଣୀ । ମୋଟ ୨୬ କିମି ମେଟ୍ରୋ ପ୍ରକଳ୍ପରେ ରହିବ ୨୦ ଷ୍ଟେସନ । ଭୁବନେଶ୍ୱର ଏୟାରପୋର୍ଟରୁ ଆରମ୍ଭ ହୋଇ ତ୍ରିଶୁଳିଆ ଯାଏ ଚାଲିବ ।

Advertisment

ଏୟାରପୋର୍ଟ ପରେ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାରରେ, ଜୟଦେବ ବିହାର, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଡମଣା, ପଟିଆ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁରରେ ଷ୍ଟେସନ ଦେଇ ଚାଲିବ । ନନ୍ଦନକାନନ, ଫୁଲପୋଖରୀ ପରେ ତ୍ରିଶୁଳିଆ ଷ୍ଟେସନରେ ଯାତ୍ରା ଶେଷ ।

ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଗତ ୧୪ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ କଟାକ୍ଷ କରିବାର ୪୮ଘଣ୍ଟା ନପୁରୁଣୁ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଚୂଡ଼ାନ୍ତ ହୋଇଛି । 

Advertisment

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)କୁ ଦାୟିତ୍ୱ ଦିଆଯାଇଥିଲା। ଡିଏମଆରସି ଦ୍ୱାରା ଭୁବନେଶ୍ୱରରେ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ଆଦି ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ଆଜିର ବୈଠକରେ ଏହି ଡିପିଆରକୁ ଡିଏମଆରସି ଦ୍ୱାରା ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ନିକଟରେ ଦାଖଲ କରାଯାଇଛି।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଭୁବନେଶ୍ୱର ରେଳଷ୍ଟେସନରେ ତେଜସ୍ ରେକଯୁକ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଥିଲେ ଯେ, ୪-୫ଜଣ ବାବୁ ସକାଳୁ ସକାଳୁ ଉଠି ବୁଲୁଛନ୍ତି ଆଉ ଫଟୋ ଉଠେଇ ଘୋଷଣା କରିଦେଉଛନ୍ତି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ହେବ । ମୁଁ ଯେତିକି ଜାଣିଛି କେନ୍ଦ୍ର-ରାଜ୍ୟ ମିଳିତ ଉଦ୍ୟମରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ହୁଏ । ଖାଲି ୪-୫ ବାବୁ ଯାଇ ସକାଳୁ ସକାଳୁ ବୁଲି ଫଟୋ ଉଠେଇ ଦେଲେ ମେଟ୍ରୋ ହୋଇଯାଏନି ବୋଲି କହିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ