Advertisment

ସତ୍ୟର ଜୟ, ହାରିଗଲା ଷଡ଼ଯନ୍ତ୍ର, ମାସକ ପରେ ଚାକିରି ଫେରି ପାଇଲେ ଭାରତୀ ସିଂ

ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ।

ଅଦ୍ୟତନ ହୋଇଛି
undefined

Bharati Singh Gets Her Job Back

Advertisment

ଶେଷରେ ହାରି ମାନିଲା ଷଡ଼ଯନ୍ତ୍ର, ଜିତିଲା ନ୍ୟାୟ । ମାସକ ପରେ ମୟୂରଭଞ୍ଜ ଖୁଣ୍ଟା ବ୍ଲକର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କ ଉପରୁ ପ୍ରତ୍ୟାହୃତ ହୋଇଛି ବହିଷ୍କାର ଆଦେଶ। ତାଙ୍କୁ ଆଜି ଚାକିରିରେ ପୁନଃ ଅବସ୍ଥାପିତ କରାଯିବା ପରେ ଏହା ସତ୍ୟ ଓ ସାରା ଓଡ଼ିଶାବାସୀଙ୍କ ବିଜୟ ବୋଲି କହିଛନ୍ତି ଭାରତୀ ।

Advertisment

ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ। ସେପଟେମ୍ବର ୧୧। ରାଜଧାନୀରେ ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ବେଳେ ଫାଇଭ ଟି ସଚିବଙ୍କ ବିରୋଧରେ ଏମିତି କିଛି ପଦ କହିଥିଲେ ଭାରତୀ। ଆଉ ଏହାର ଠିକ୍ ଦୁଇ ଦିନ ପରେ ଗୋଲ୍ ହୋଇଯାଇଥିଲା ତାଙ୍କ ଚାକିରି। ତାଙ୍କ ଉପରେ କାର୍ଯ୍ୟ ଅବହେଳାର ଦୋଷ ଲଦି ଚାକିରିରୁ ବହିଷ୍କାର ନୋଟିସ ପରେ ଭାରତୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା ଚଡ଼କ।

Advertisment

ମୟୂରଭଞ୍ଜର ନିପଟ ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସେମାନଙ୍କୁ ଆଗକୁ ଯିବାକୁ ସହୟତା ଓ ପ୍ରେରଣା ପାଇଁ ଅନେକ ବାର ପୁରସ୍କାର ଓ ପ୍ରମାଣପତ୍ର ପାଇଥିଲେ ଭାରତୀ। ହେଲେ ତାଙ୍କୁ କୌଣସି ପୂର୍ବ ନୋଟିସ ବିନା ହଠାତ ଚାକିରିରୁ ବହିଷ୍କାର ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରିନଥିଲେ ଏହି ଆଦାବାସୀ ଉଚ୍ଚଶିକ୍ଷିତା ସ୍ୱାଭିମାନୀ ମହିଳା। ଆଉ ଏହାର ପ୍ରତିବାଦ କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ। ମାତ୍ର ୬ ହଜାର ଟଙ୍କା ଦରମାରେ ପରିବାର ପ୍ରତିପୋଷଣ କରୁଥିବା ଭାରତୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଲଗାତର ଭାବେ ଖବର ପ୍ରସାରଣ ପରେ ଭାରତୀଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ ସାଧାରଣ ଜନତା, ନେତା, ଗଣ୍ଡ ସମାଜ ଓ ସର୍ବୋପରି ତାଙ୍କ ବ୍ୟାଙ୍କ ମିତ୍ର ସଂଘ। ଶେଷରେ ଲୋକଙ୍କ ଦାବି ଆଗରେ ହାର ମାନିଛି ପ୍ରଶାସନ।

ସାଧାରଣ ଲୋକଙ୍କ ପାଇଁ ବ୍ୟବସ୍ଥାର ସର୍ବନିମ୍ନ ସ୍ତରରେ କାମ କରୁଥିଲେ ବି ନିଜ ହକ୍ ପାଇଁ ପାଟି ଖୋଲିବାରୁ, ତାର ପରିଣାମ ଭୋଗିଲେ ବୋଲି ଚର୍ଚ୍ଚା ପରେ ବ୍ୟାକଫୁଟକୁ ଆସିଥିଲା ପ୍ରଶାସନ। ନିକଟରେ ମୟୂରଭଞ୍ଜ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଡିଏଲଏଫ୍ ଓ ବିଏଲଫଙ୍କ ମଧ୍ୟରେ ଆଲୋଚନା କରାଯାଇ, ତାଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଦୁଇ ଦିନ ତଳେ ଭାରତୀଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରାଯିବା ନେଇ ବ୍ୟାଙ୍କ ମିତ୍ର ସଂଘର ରାଜ୍ୟ ସଭାପତିଙ୍କୁ ଜଣାଇଥିଲେ ଖୁଣ୍ଟା ବିଏଲଏଫ୍। ଆଜି ବ୍ୟାଙ୍କ ମିତ୍ର ସଂଘର ରାଜ୍ୟ କର୍ମକର୍ତ୍ତା ଏବଂ ପ୍ରଶାନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଭାରତୀ ପୂର୍ବବତ୍ ବ୍ୟାଙ୍କମିତ୍ର ଭାବେ କାର୍ଯ୍ୟ କରିବାକୁ ଅନୁମତି ସହ ତାଙ୍କ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିନିଆଯାଇଥିଲା। 

Advertisment
Odisha News Mayurbhanj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ