Advertisment

ସରକାରଙ୍କ ନାଲି ଆଖି ସତ୍ତ୍ୱେ ଦୁର୍ବାର ଆନ୍ଦୋଳନ, ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଦିଦି

ଦାବି ପୂରଣ ନହେବା ଯାଏଁ ବାରମ୍ବାର ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଝାଞ୍ଜ ଓ ଖୋଳ ବଜାଇ ସଂକୀର୍ତ୍ତନ କରି ଲୋକକଳା ପରିଷଦର ଆନ୍ଦୋଳନ ।

Anganwadi Workers

Anganwadi Workers

Advertisment

ପୁଣି ଆନ୍ଦୋଳନ... ପୁଣି ରଣ ହୁଙ୍କାର... । ଅଙ୍ଗନୱାଡି, ଆଶା କର୍ମୀ, ପାଚିକା ସଂଘ..। ଦାବି ପୂରଣ ପାଇଁ ସମସ୍ତେ ଏକ୍ । ଦଶ ଦଫା ଦାବି ନେଇ ଆଜି ରାଜଧାନୀରେ ଗର୍ଜିଛି ଭାରତୀୟ ମଜ୍‌ଦୁର ସଂଘ । ହଜାର ହଜାର କର୍ମୀଙ୍କ ସ୍ଳୋଗାନରେ କଂପିଥିଲା ମାଷ୍ଟର କ୍ୟାଣ୍ଟିନ ଛକ । ଅଙ୍ଗନୱାଡି, ଆଶା କର୍ମୀ, ପାଚିକା ସଂଘ, ଉଜ୍ଜଳା ଦିଦିଙ୍କ ଭଳି ଏକାଧିକ ସଂଗଠନ ଏକାଠି ହୋଇ ସାମିଲ ହୋଇଥିଲେ ଅନ୍ଦୋଳନରେ।

Advertisment

ଠିକା ପ୍ରଥା ଉଚ୍ଛେଦ, ସମାନ କାମକୁ ସମାନ ଦରମା, ସର୍ବନିମ୍ନ ମଜୁରୀ ୨୮ ହଜାର ଟଙ୍କା, ଅଙ୍ଗନୱାଡି, ଆଶା କର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଭଳି ଦାବି ନେଇ ଅନ୍ଦୋଳନକୁ ଓହ୍ଲାଇଥିଲା ସଂଘ । ଏପରିକି ଆଜି ଛୁଟି ନେଲେ ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ସରକାରଙ୍କ ନାଲିଆଖି ସତ୍ତ୍ୱେ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଅଭିଯୋଗ କରିଥିଲେ, ସରକାର ଦାବି ପୂରଣ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି, ପୁଣି ଧୋକା ଦେଉଛନ୍ତି । ଏଥର ଚରମ ନିଷ୍ପତ୍ତି, ଦାବି ପୂରଣ ନହେଲେ ଅନ୍ଦୋଳନରୁ ହଟିବେ ନାହିଁ । ଛୁଟିରେ ରହିଲେ ଯଦି ସରକାର କର୍ଯ୍ୟାନୁଷ୍ଠାନ ନିଅନ୍ତି ତାହା ମଧ୍ୟ ସହ୍ୟ କରାଯିବ ନାହିଁ ବୋଲି ଚେତାଇ ଦେଇଛି ସଂଘ ।

Advertisment

ସେପଟେ ଖୋଳତାଳ ସହ ହରିନାମରେ କଂପିଛି ଲୋୟର ପିଏମ୍‌ଜି । ଝାଞ୍ଜ ମୃଦଙ୍ଗର ତାଳରେ ହରି ନାମ ଜପି ଅଭିନବ ଢଙ୍ଗରେ ପ୍ରଦିବାଦ କରିଛି ଶ୍ରୀ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ଲୋକକଳା ପରିଷଦ । ଅଭିଯୋଗ, ସଂକୀର୍ତ୍ତନ କଳାକାରମାନେ ବର୍ଷ ବର୍ଷ ଧରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛନ୍ତି। ରାଜ୍ୟରେ ଲକ୍ଷାଧିକ ଲୋକେ ଏହି ସେବାରେ ଥିବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ ।

ସେମାନଙ୍କୁ କଳାକାରର ମାନ୍ୟତା ପ୍ରଦାନ, ସବୁ ବୟସ ବର୍ଗ ସଂକୀର୍ତ୍ତନ କଳାକାରଙ୍କୁ ଭତ୍ତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଭଳି ୫ ଦଫା ଦାବି ନେଇ ଅନ୍ଦୋଳନକୁ ଓହ୍ଲାଇଛି ସଂଘ ।

Advertisment

Anganwadi Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ