Licence For Beggars: ଏହି ସ୍ଥାନରେ ଲାଇସେନ୍ସ ନଥିଲେ ମାଗିହେବନି ଭିକ

ୟୁରୋପର ସ୍ୱିଡେନରେ ଏସକିଲଷ୍ଟୁନା ନାମକ ଏକ ସ୍ଥାନରେ ଭିକାରୀଙ୍କ ପାଇଁ ଲାଇସେନ୍ସ ଫି ବାଧ୍ୟତାମୂଳକ କରାଯାଇଛି ।

ଭିକ ପାଇଁ ଲାଇସେନ୍ସ !

ଭିକାରୀ ହେବାକୁ କରିବାକୁ ପଡିବ ଲାଇସେନ୍ସ । ଭିକ ମାଗିବା ପାଇଁ ମଧ୍ୟ ପ୍ରଥମେ କିଛି ଅର୍ଥ ଖର୍ଚ୍ଚ କରି କରିବାକୁ ହେବ । ୟୁରୋପର ସ୍ୱିଡେନ ନାମକ ଦେଶରେ ଏସକିଲଷ୍ଟୁନା ନାମକ ଏକ ସ୍ଥାନ ଅଛି । କିଛି ବର୍ଷ ପୂର୍ବେ ଏଠାରେ ଭିକାରୀଙ୍କ ପାଇଁ ଲାଇସେନ୍ସ ଫି ବାଧ୍ୟତାମୂଳକ କରାଯାଇଛି । ଏହି ସ୍ଥାନର ନିୟମ ଅନୁଯାୟୀ ଯଦି କେହି ଭିକ୍ଷା ମାଗିବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରଥମେ ଅନୁମତି ନେବାକୁ ପଡିବ ।

ଏକ ଛୋଟ ଦେୟ ଦେବା ପରେ ହିଁ  ଭିକାରୀମାନେ ଏହି ଅନୁମତି ପାଇପାରିବେ । ୨୦୧୯ ମସିହାରେ ଏସକିଲଷ୍ଟୁନାରେ ଏହି ବିଚିତ୍ର ନିୟମ ଲାଗୁ କରାଯାଇଥିଲା । ଟଙ୍କା ପୈଠ କରିବା ପରେ ଏହି ନିୟମ ଅନୁଯାୟୀ ଭିକାରୀଙ୍କୁ ଏକ ବୈଧ ପରିଚୟପତ୍ର ମିଳିଥାଏ ।

ପରିଚୟପତ୍ର ବ୍ୟତୀତ, ଏହି ଲୋକମାନଙ୍କୁ ୨୫୦ ସ୍ୱିଡିସ୍ କ୍ରୋନା ଖର୍ଚ୍ଚ କରିବାକୁ ପଡିଥାଏ । ସ୍ଥାନୀୟ ନେତା କହିଛନ୍ତି ,ଏଠାରେ ଭିକ୍ଷା ମାଗିବା ପ୍ରକ୍ରିୟାକୁ କଷ୍ଟକର କରିବାକୁ ଏମିତି ପଦକ୍ଷେପ ନିଆଯାଇଛି ।

ଏହା ବ୍ୟତୀତ, ଏହାଦ୍ୱାରା ସହରରେ କେଉଁଠାରେ ଏବଂ କେତେ ଭିକାରୀ ଅଛନ୍ତି ଯେଉଁମାନେ ଭିକ୍ଷା ମାଗିବାକୁ ଚାହୁଁଛନ୍ତି ତାହା ଜାଣିବା ସହଜ ହେବ । ଏପରି ଲୋକଙ୍କ ସହିତ ଯୋଗାଯୋଗ କରିବାରେ ଏହା ସାହାଯ୍ୟ ମଧ୍ୟ କରିବ ।

ସେଠାକାର ଗଣମାଧ୍ୟମ ଅନୁଯାୟୀ, ଏହି ନିୟମ ଲାଗୁ ହେବା ପରେ, ଭିକାରୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଏହି ଲୋକମାନେ ଛୋଟ ଛୋଟ କାମ କରୁଛନ୍ତି । ଏମିତିକି କିଛି ଲୋକ ଜାମୁକୋଳି ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି।

ତଥାପି ଅନେକ ଲୋକ ଏହି ନିୟମକୁ ବିରୋଧ କରିଛନ୍ତି ଏବଂ କହିଛନ୍ତି, ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଲୋକମାନେ ଭିକ୍ଷା ମାଗିବାକୁ ବାଧ୍ୟ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: କାର୍, ବାଇକ୍ ପଛରେ କାହିଁକି ଦୌଡ଼ନ୍ତି କୁକୁର ? କ’ଣ ରହିଛି ଏହା ପଛର କାରଣ ?