State Bar Council
ବାର କାଉନସିଲ ଅଫ ଇଣ୍ଡିଆକୁ ଓଡିଶା ଷ୍ଟେଟ ବାର୍ କାଉନସିଲର ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ । ବାର୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଅଥାତ ନଭେମ୍ବର ୫ ତାରିଖରେ ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ଆଜି ଏଥିପାଇଁ ନାମାଙ୍କନ ସ୍ଥିର କରାଯାଇଥିଲା ।
ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଷ୍ଟେଟ୍ ବାର୍ କାଉନସିଲ୍ ନିର୍ବାଚିତ ସଦସ୍ୟ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିଷ୍ପତ୍ତିକୁ ନିନ୍ଦା କରୁଛୁ। ଖୁବ ଶୀଘ୍ର ଏହା ବିରୋଧରେ ଆଇନର ଆଶ୍ରୟ ନେବୁ। BCI ଚେୟାରମ୍ୟାନଙ୍କ ନାଁରେ ମାନହାନୀ ମାମଲା ପାଇଁ ବିଚାର କରୁଛୁ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ BCI ସଦସ୍ୟ ସୌରଚନ୍ଦ୍ର ମହାପାତ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699094969.jpg)