Advertisment

ଏପଟେ ଜଙ୍ଗଲ ସେପଟେ ନଈ, ମଝିରେ ଆମେ ଅଲୋଡ଼ା ସରକାର ପାଇଁ..!

ରାସ୍ତା ଖଣ୍ଡେ ପାଇଁ କାହିଁ କେଉଁ କାଳରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ନା ଶୁଣିଛି ପ୍ରଶାସନ ନା.. ଶୁଣିଲା ସରକାର ।

ଅଦ୍ୟତନ ହୋଇଛି
Sundargarh

Sundargarh

Advertisment

କେତେ ନେତା ମନ୍ତ୍ରୀ ଆସୁଛନ୍ତି, କେତେ ବି ଯାଉଛନ୍ତି କିନ୍ତୁ ଏମାନଙ୍କ ଦୁଃଖ ସରୁନି କି ସ୍ଥିତି ସୁଧୁରୁନି । ଯୁଗ ବଦଳିଛି କିନ୍ତୁ ବଦଳିନାହିଁ ଗାଁର ଚିତ୍ର । ନିର୍ବାଚନ ଆସିଲେ କିନ୍ତୁ ନେତା ମନ୍ତ୍ରୀଙ୍କ ଠାରୁ ମିଳେ ପୁଳାପୁଳା ପ୍ରତିଶ୍ରୁତି । ଏବେ ପୁଣି ଆସିଯାଇଛି ପ୍ରତୁଶ୍ରୁତି ଆଉ ଦିବା ସ୍ୱପ୍ନ ଦେଖାଇ ଭୋଟ୍ ହାତେଇବାର ସମୟ । ଏଥର କିନ୍ତୁ ଏମାନେ ଫସିବେନି ବୋଲି କହିଛନ୍ତି । ଯିଏ ମୌଳିକ ସୁବିଧା ଯୋଗାଇଦେବ ତାକୁ ହିଁ ଭୋଟ୍ ଦେବେ ନହେଲେ ଦେବେନି ।

Advertisment

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର ମାଲିଢ଼ି ପଂଚାୟତ ରାଣୀପିଆ ସାପଟୋପି ଗାଁର କଥା । ସରକାରୀ ଯୋଜନା ଏମାନଙ୍କ ପାଇଁ ପାଲଟିଛି ସାତ ସପନ, ସରକାରଙ୍କର ମାଳମାଳ ଯୋଜନା ସତେ ଯେମିତି ଏମାନଙ୍କ ପାଖରେ ଆକାଶ କଇଁଆ ଚିଲିକା ମାଛ ସଦୃଶ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ ସବୁଥିରେ ଏମାନେ ଅବହେଳିତ । ରାସ୍ତା ଖଣ୍ଡେ ପାଇଁ କାହିଁ କେଉଁ ବର୍ଷ ପୂର୍ବରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ନା ଶୁଣିଛି ପ୍ରଶାସନ ନା.. ଶୁଣିଲା ସରକାର ।

ପିଇବା ପାଣି ପାଇଁ ନା ଅଛି ଚାପାକଳ ନା ଅଛି କୂଅ, ପଚା ଶଢା ଜୀବଜନ୍ତୁ ଭାସି ଆସୁଥିବା ନଈ ପାଣି ପିଇ ବର୍ଷ ବର୍ଷ ଧରି ଦିନ କାଟୁଛନ୍ତି ଗ୍ରାମବାସୀ । ଯେଉଁଠି ଗମନାଗମନ ପାନୀୟଜଳ ସୁବିଧା ନାହିଁ ଶିକ୍ଷା ସ୍ୱାସ୍ଥ୍ୟ କଥା ପଚାରେ କିଏ । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଆମ୍ବୁଲାନ୍ସ ପହଂଚି ପାରେ ନାହିଁ ।

Advertisment

ରୋଗୀ ହେଉ ବା ପ୍ରସୂତି ପାଞ୍ଚ କିଲୋମିଟର ଖଟିଆରେ ବୋହିକି ନେବାକୁ ପଡେ, କିଛି ଦିନ ପୂର୍ବେ ଗ୍ରାମର ଜଣେ ବ୍ୟକ୍ତି ହଠାତ ଅସୁସ୍ଥ ହେବାରୁ ତାଙ୍କୁ ଖଟିଆରେ ବୋହି ରାଜଗାଙ୍ଗପୁର ମେଡିକାଲ ନିଆଗଲା । କିନ୍ତୁ ଡାକ୍ତରଖାନା ପହଂଚିବା କ୍ଷଣି ତାଙ୍କର ମୃତ୍ୟୁ ହୋଇଗଲା । ଆଉ ପୁଣି ଖଟିଆରେ ବୁହା ହୋଇ ଗାଁକୁ ଫେରିଲା ତାଙ୍କ ଶବ । ଠିକ ସମୟରେ ହସ୍ପିଟାଲ ପହଂଚି ଥିଲେ ହୁଏତ ଆଜି ସେ ବଞ୍ଚିଥାନ୍ତେ ।

ଗୋଟେ ପଟେ ଘଞ୍ଚଜଙ୍ଗଲ ରାସ୍ତା ଥିବା ବେଳେ ଅନ୍ୟ ପଟେ ନଈ ସାଜିଛି ବାଧକ.. ଶିକ୍ଷା କଥା କହିଲେ ନସରେ । ଗାଁର ଆରପଟେ ରହିଛି ବିଦ୍ୟାଳୟ ଓ ଅଙ୍ଗନୱାଡି, ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲ ଯାଉଛନ୍ତି.. ଭଗବାନ ଭରସାରେ ସବୁ କିଛି ଚାଲିଛି… ବର୍ଷା ଦିନ ହେଲେ ପାଠ ପଢ଼ା ହୋଇଯାଏ ଠପ୍..ଗାଁରେ ତିରିଶିଟି ପରିବାରର ୨00 ଲୋକ ବସବାସ କରନ୍ତି, ଅଧିକାଂଶ ଚାଷ ଉପରେ ନିର୍ଭର କରନ୍ତି.. ନଈରେ ଯଦିଓ ପାଣି ଅଛି କିନ୍ତୁ ଜଳସେଚିତ ହୋଇପାରୁନି ବୋଲି ଚାଷକାର୍ଯ୍ୟ ଲାଗି ନାହିଁ ନଥିବା ଅସୁବିଧା ହେଉଛି..

Advertisment

୨୦୨୪ରେ ବି ଓଡ଼ିଶାରେ ଯଦି ଲୋକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି, ତାହେଲେ ଏ ରାଜ୍ୟ କେତେ ବିକଶିତ ହୋଇଛି ନିଜେ ଚିନ୍ତା କରନ୍ତୁ । ଏଥିପାଇଁ ଦାୟୀ କିଏ..? ସରକାର ନା ପ୍ରଶାସନ ? କିଛି ଦିନ ପୂର୍ବେ 5T ଅଧକ୍ଷ ରାଜଗାଙ୍ଗପୁର ଗସ୍ତରେ ଆସିଥିଲେ । ତାଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ନିର୍ବାଚନ ପୂର୍ବରୁ ଏମାନଙ୍କ ଉପରେ କୃପା ଦୃଷ୍ଟି ପଡ଼ିପାରେ ବୋଲି ଆଶା କରିବା ଛଡ଼ା ଆଉ କିଛି ଉପାୟ ନାହିଁ ।

Basic Amenities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ