Advertisment

କାଳିଆ ପ୍ରେମରେ ପାଗେଳି ବନବାସିନୀ, ପରିଣତ ବୟସରେ ସଂକୀର୍ତ୍ତନ ମଣ୍ଡଳୀକୁ ସମର୍ପି ଦେଲେ ସଂପତ୍ତି

ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ।

ଅଦ୍ୟତନ ହୋଇଛି
undefined

property donate

Advertisment

ଆଖି ବୁଜିଲେ କାଳିଆ.. ଆଖି ଖୋଲିଲେ କାଳିଆ.. ପ୍ରତି ନିଶ୍ୱାସରେ କାଳିଆର ସ୍ମରଣ। ଯେବେଠୁ ଶ୍ରୀକ୍ଷେତ୍ରରେ ପାଦ ପଡିଛି, ଆଖିକୁ ନିଦ ନାହିଁ। କାଳିଆ ପ୍ରେମରେ ବନ୍ଧା, ସବୁ କିଛି ସମର୍ପଣ କରିଦେବାକୁ ଡାକୁଥିଲା ମନ, ହୃଦୟ। ବାସ୍ ସେଇୟା ହିଁ ହେଲା ଶେଷରେ। ଜଗନ୍ନାଥଙ୍କ ନାମ ଜପ ପାଇଁ ଦାନ କରିଦେଲେ ସବୁକିଛି। ସଂକୀର୍ତ୍ତନ ମଣ୍ଡଳୀକୁ ସମର୍ପି ଦେଲେ ପରିଣତ ବୟସରେ ମୁଣ୍ଡ ଗୁଞ୍ଜିଥିବା ଏଇ ବାସ ଖଣ୍ଡିକ।

Advertisment

ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ।

ବାରିପଦା ଶ୍ରୀପଦଗଞ୍ଜ ସାହିର ଏ ଘରେ ରହୁଛନ୍ତି ବନବାସିନୀ। ରାତି ପାହିଲେ, ସଞ୍ଜ ନଇଁଲେ ଘର ପାଖ ରାସ୍ତା ଉପରେ ସଂକୀର୍ତ୍ତନ ଚାଲୁଥିଲା। ସାହି ଭାଇ ଏକାଠି ହୋଇ ଠାକୁରଙ୍କୁ ସ୍ମରଣ କରୁଥିଲେ। ଏବେ ବନବାସିନୀଙ୍କ ଏହି ଘର ପାଲଟିବ ସଂକୀର୍ତ୍ତନର ପ୍ରମୁଖ ସ୍ଥଳ। ଯେଉଁଠି ସମସ୍ତଙ୍କ ସହ ବନବାସିନୀ ବି ଜଗା ଡାକରେ ମଜିବେ।

Advertisment

ଦାନ ହେଉଛି ଧର୍ମ। ଆଉ ଏହି ଧର୍ମକୁ ପାଳନ କରିଛନ୍ତି ବନବାସିନୀ। ତେବେ ଆଜିର ସମାଜରେ ଯେଉଁଠି ସମ୍ପତ୍ତି ପାଇଁ ଭାଇ-ଭାଇ ଓ ପରିବାର ଭିତରେ ହଣାକଟା ହୋଇଯାଉଛି, ସେଇଠି ବନବାସିନୀଙ୍କ ଇଛାରେ ହଁ ଭରିଥିବା ଝିଅ ବି ପ୍ରଶଂସାର ପାତ୍ର।

Odisha Jagannath Temple Baripada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ