Advertisment

ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର, SOP ଜାରି କଲା BMC

ଏହି ଅଚିହ୍ନା ମୃତଦେହ ଗୁଡିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ SOP ଜାରି କରିଛି BMC। ମୃତଦେହର ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି। ଏମ୍ସ ଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତରଠାରୁ ଶ୍ମଶାନରେ ସଂସ୍କାର ଯାଏଁ ସବୁ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ।

Bahanaga Train Tragedy

Bahanaga Train Tragedy

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ଆଉ ୨୮ ଜଣଙ୍କ ହେବ ଅନ୍ତିମ ସଂସ୍କାର। ଏପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସରେ ଥିବା ୨୮ଟି ମୃତଦେହର ଚିହ୍ନଟ ହୋଇପାରିନି। ତେଣୁ ମୃତଦେହ ଗୁଡିକର ସଂସ୍କାର ପାଇଁ ଅଗଷ୍ଟ ୨୫ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ CBI ଚିଠି କରିଥିଲା। ଏହାପରେ ଅଗଷ୍ଟ ୭ ତାରିଖରେ ଜିଲ୍ଲାପାଳଙ୍କ ପକ୍ଷରୁ ବିଏମସିକୁ ଚିଠି ଲେଖାଯାଇଥିଲା।

Advertisment

ଏବେ ଏହି ଅଚିହ୍ନା ମୃତଦେହ ଗୁଡିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ SOP ଜାରି କରିଛି BMC। ମୃତଦେହର ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି। ଏମ୍ସ ଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତରଠାରୁ ଶ୍ମଶାନରେ ସଂସ୍କାର ଯାଏଁ ସବୁ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଭରତପୁର ଶ୍ମଶାନରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ମୁତୟନ କରାଯିବ। ଯାହା ଫଳରେ ଅତି ସୁବିଧାର ସହ ସଂସ୍କାର ହୋଇପାରିବ। ଡିଏନଏ ଟେଷ୍ଟ ପରେ ବି ଏମ୍ସ ଭୁବନେଶ୍ୱରରେ ଥିବା ୨୮ଟି ମୃତଦେହର ଚିହ୍ନଟ ହୋଇପାରିନି।

Advertisment
Odisha News Train Accident BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ