Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି: ୧୩୦ ଦିନ ପରେ ହେଲା ଶବ ସତ୍କାର

ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା ।

Bahanaga Train Tragedy

Bahanaga Train Tragedy

Advertisment

୧୩୦ ଦିନ ପରେ ହେଲା ଶବ ସତ୍କାର । ବାହାନଗା ଟ୍ରେନ୍ ଟ୍ରାଜେଡିରେ ଅଚିହ୍ନା ହୋଇ ରହିଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ଏମ୍ସ ପକ୍ଷରୁ ବିଏମସିକୁ ଶବ ହସ୍ତାନ୍ତର କରାଯିବା ପରେ ବିଏମସି ଶବ ସତ୍କାର ପ୍ରକ୍ରିୟା ଆରମ୍ଭ କରିଛି। ଭୁବନେଶ୍ୱର ଭରତପୁର ଶ୍ମଶାନରେ ଶବ ସତ୍କାର କରାଯାଉଛି । ଦିନେ ଦୁଇ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି ।

Advertisment

ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା । ତାସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ମ୍ୟାଚିଂ ସହାୟତା ନିଆଯାଇଥିଲା । ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ସମ୍ଭବ ହୋଇଥିଲା। ଏହାପରେ ମଧ୍ୟ ଆହୁରି ୨୮ଟି ମୃତଦେହ ଅଚିହ୍ନା ରହିଯାଇଥିଲା ।

Advertisment
Odisha Train Accident AIIMS BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ