Advertisment

ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

undefined

Ratnabhandar

Advertisment

ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ଅଳଙ୍କାର ? ରତ୍ନଭଣ୍ଡାର ସଂପତ୍ତିରେ ହୋଇନି ତ ହେରଫେର ? ସରକାରୀ ତଥ୍ୟରେ ତାଳମେଳ ନଥିବାରୁ, ଉଠିଛି ଏମିତି ପ୍ରଶ୍ନ। ବିଧାନସଭାରେ ଗୋଟେ ତଥ୍ୟ, ହାଇକୋର୍ଟ ସତ୍ୟପାଠରେ ଆଉ ଗୋଟେ ତଥ୍ୟ।

Advertisment

୧୯୭୮ ମସିହାର ରତ୍ନଭଣ୍ଡାର ଇନଭେଣ୍ଟୋରୀ ସଂପର୍କିତ ତଥ୍ୟ ରଖିଥିଲେ ସରକାର। ୨୦୧୮ ଏପ୍ରିଲ ୨୬ରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ଉତ୍ତର କହୁଛି, ରତ୍ନଭଣ୍ଡାରରେ ୧୨ ହଜାର ୮୩୧ ଭରି ୧ ଅଣା ବା ୧୪୯ କେଜି ସୁନା ଅଳଙ୍କାର ଓ ମୂଲ୍ୟବାନ ପଥର ରହିଛି। ସେହିପରି ୨୨ ହଜାର ୧୫୩ ଭରି ବା ୨୫୮ କେଜି ରୂପା ବାସନ ଓ ପୂଜାସାମଗ୍ରୀ ରହିଛି। ଏହା ବ୍ୟତୀତ ୧୪ ଗୋଟି ସୁନା ଓ ରୂପା ଜିନିଷ ଯାହା 
ବିଭିନ୍ନ କାରଣରୁ ଓଜନ ହୋଇପାରି ନାହିଁ।

ହେଲେ ନିକଟରେ ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଭିନ୍ନ ତଥ୍ୟ ଥିବା ଅଭିଯୋଗ ହୋଇଛି। ୭୪ କେଜି ରୁପା କମ୍ ଥିବା ସରକାର ସତ୍ୟପାଠରେ ଦର୍ଶାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନାର ଆବାହକ। 

Advertisment

ଏବେ ପ୍ରଶ୍ନ କାହିଁକି ସରକାରୀ ତଥ୍ୟରେ ରହୁନି ତାଳମେଳ। ଯଦି ହାଇକୋର୍ଟରେ ଦେଇଥିବା ସତ୍ୟପାଠରେ ସରକାରଙ୍କ ତଥ୍ୟ ସତ, ତାହେଲେ କୁଆଡେ ଗଲା ୭୪ କେଜି ରୁପା ? ଘଟଣା ସାମ୍ନାକୁ ଆସିବା ପରେ ତେଜିଛି ରାଜ୍ୟ ରାଜନୀତି। ହାଇକୋର୍ଟରେ ଆବେଦନକାରୀ ବିଜେପି ନେତା 
ସମୀର ମହାନ୍ତି କହିଛନ୍ତି ସତ୍ୟପାଠରୁ ସ୍ପଷ୍ଟ ହେଉଛି ରତ୍ନଭଣ୍ଡାର ଲୁଟ୍ ହୋଇଛି। ତେଣୁ ସରକାର ଆସନ୍ତା ବର୍ଷ ବଦଳରେ ଚଳିତ ବର୍ଷ ରତ୍ନଭଣ୍ଡାର ଖୋଲନ୍ତୁ। କଂଗ୍ରେସ ମଧ୍ୟ ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଥିବା ବେଳେ ବିଜେଡି କହିଛି ଯାହା ତଥ୍ୟ ଦିଆଯାଇଛି ତାକୁ ତର୍ଜମା କରିବେ କୋର୍ଟ।

ଆସନ୍ତା ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟରେ କହିଥିଲେ ରାଜ୍ୟ ସରକାର। ହେଲେ ଏବେ ତଥ୍ୟ ତାଳମେଳ ନଥିବା ଅଭିଯୋଗ ସାମ୍ନାକୁ ଆସିବାପରେ ପୁଣି ଥରେ ହରଡଘଣାରେ ପଡିଛନ୍ତି। ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି 
ନାହିଁ।

Advertisment
Lord Jagannath Puri Srimandir Puri Temple Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ