Advertisment

ଯନ୍ତାରେ ବାଘ ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘୁଣୀ, ଭୟଭିତ ଗ୍ରାମବସୀ

କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ।

undefined

Nuapada Tiger

Advertisment

କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ। ସାଥୀକୁ ହରାଇ ଜଙ୍ଗଲରେ ଗର୍ଜନ କରୁଥିବା କହିଛନ୍ତି ଲୋକେ। ଏପଟେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ବାଘ ଦେଖାଦେଲେ ତୁରନ୍ତ ଖବର ଦେବାକୁ କୁହାଯାଇଛି । ଏସବୁ ଭିତରେ ଯନ୍ତାରେ ଥିବା କଲରାପତରିଆର ଚିକିତ୍ସା କରାଯାଉଥିବା ବେଳେ, ମଣିଷ ମରା ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

Advertisment

ବାଘ ପରେ ବାଘୁଣୀ। କଲରାପତରିଆ ଯନ୍ତାରେ ପଡ଼ିବା ପରେ ଜଙ୍ଗଲରେ ଗର୍ଜୁଛି ବାଘୁଣୀ। ନୂଆପଡ଼ା ସଦର ବ୍ଲକ୍ ଧରମବନ୍ଧା ଜଙ୍ଗଲରେ ନିଜ ସାଥୀକୁ ନପାଇ ଅଧିକ ହିଂସ୍ର ହେବାରେ ଲାଗିଛି। ଫଳରେ ସନ୍ଧ୍ୟା ହେଲେ ଘରେ ପଡିଯାଉଛି ତାଟି କବାଟ। ସ୍ଥାନୀୟ ଲୋକଙ୍କଠୁ ଏମିତି ସୂଚନା ମିଳିବା ପରେ ତତ୍ପର ବନ ବିଭାଗ। ସଭାସମିତି କରି ଲୋକଙ୍କ ସୁରକ୍ଷା ଓ ଜନ୍ତୁ ସୁରକ୍ଷା ନେଇ ସଚେତନ କରାଯାଉଛି। ସେପଟେ ଅନ୍ୟ ବାଘ ବୁଲୁଥିବା କଥାକୁ ଗୁଜବ ବୋଲି କୁହାଯାଇପାରିବନି ବୋଲି କରିଛନ୍ତି ଖୋଦ୍ ପିସିସିଏଫ୍। ତେବେ ସେ ସ୍ପଷ୍ଟ କରିଛନ୍ତି, ଗତ ତିନି ଦିନ ହେବ ଅନ୍ୟ କୌଣସି କଲରାପତରିଆର ସନ୍ଧାନ ମିଳିନି। କିନ୍ତୁ କ୍ୟାମେରା ଟ୍ରାପ ଲଗାଯିବା ସହିତ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବି ନଜର ରଖିଛି। ବାଘ ଦେଖିବାକୁ ପାଇଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ସେ ଅପିଲ୍ କରିଛନ୍ତି।

ଅନ୍ୟପଟେ ଯନ୍ତାରେ ଥିବା ମଣିଷଖିଆ କଲରାପତରିଆକୁ ଏବେ ନୂଆପଡ଼ା ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇ ଚିକିତ୍ସା କରାଯାଉଛି । ଖାଇବାକୁ ମାଂସ ଓ ପିଇବାକୁ ପାଣି ଦିଆଯାଉଛି । ବାଘର ସ୍ୱାସ୍ଥ୍ୟାବସ୍ଥା ଓ ମଣିଷ ମାରିବା ଭଳି ଅସ୍ୱଭାବିକ ବ୍ୟବହାରର ଅନୁଧ୍ୟାନ ଲାଗି ବନ ବିଭାଗ ପକ୍ଷରୁ ଦେବ୍ରିଗଡ଼ ଡିଏଫ୍ଓ, ସମ୍ବଲପୁର ଚିଡ଼ଆଖାନାର କଲରାପତରିଆ ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମକୁ ନୂଆପଡ଼ା ପଠାଯାଇଛି। ଧରାହେବା ସମୟରୁ ହିଁ ବାଘର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ସ୍ଥାନୀୟ ଏସିଏଫ୍। PCCFଙ୍କଠୁ ନିର୍ଦ୍ଦେଶ ଆସିବା ପରେ ବାଘକୁ କେଉଁ ଜଙ୍ଗଲରେ ଛଡ଼ାଯିବ କୁହାଯାଇପାରିବ।

Advertisment

ଏପଟେ ନୂଆପଡ଼ାରେ କଲରାପତରିଆ ବାଘ ମଣିଷ ମାରିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ସାଧାରଣତଃ ମହାବଳ କିମ୍ବା କଲରାପତରିଆ ସ୍ୱାଭାବରେ ମଣିଷଖିଆ ନୁହନ୍ତି ବୋଲି ବିଶେଷଜ୍ଞ କହିଛନ୍ତି। କିନ୍ତୁ କଲରାପତରିଆ ଜନବସତି ପାଖାପାଖି ରହିଥାଏ। ଖାଇବା ଓ ଶିକାର କରିବା ବ୍ୟବହାରରେ ପରିବର୍ତ୍ତନ ଆସିଲେ ହିଁ ବାଘ ମଣିଷଖିଆ ହୋଇଥାଏ।

ଏଠି ପ୍ରଶ୍ନ ଉଠୁଛି କଲରାପତରିଆ ସ୍ୱଭାବରେ କାହିଁକି ଏ ପରିବର୍ତ୍ତନ? ପାଲଟିଯାଇଛି କି ମଣିଷଖିଆ ? ନା ଅନ୍ୟ କୌଣସି କାରଣ ଯୋଗୁ ବଦଳିଛି ତା’ ସ୍ୱଭାବ?

Advertisment
Leopard Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ