Advertisment

ଓଡ଼ିଶା ସରକାର କିଣୁନି କୋଟିଆ ତେନ୍ତୁଳି: ଶସ୍ତାରେ ବୋହି ନେଉଛନ୍ତି ଆନ୍ଧ୍ର ସାହୁକାର

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ, ଟିଡିସିସି, କାପୋ, ମିଶନ ଶକ୍ତି, ଓଏଲଏମ, କୃଷକ ଉତ୍ପାଦକ ସମିତି ଓ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ଆଦି ତେନ୍ତୁଳି କିଣିବାକୁ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକେ ଆନ୍ଧ୍ର ଭରସାରେ ଥିବା କୋଟିଆ ବାସୀ ଅଭିଯୋଗ କରିଛନ୍ତି ।

author-image
Sarbeswar
ଅଦ୍ୟତନ ହୋଇଛି
Andhra Pradesh traders

Andhra Pradesh traders

ଜଙ୍ଗଲ, ପାହାଡ, ନଦୀ ନାଳକୁ ନେଇ ବଞ୍ଚୁଛନ୍ତି କୋଟିଆବାସୀ । ଜଙ୍ଗଲ ଓ ଗ୍ରାମ ପାର୍ଶ୍ଵ ବାଡି ବଗିଚାରୁ ସଂଗ୍ରହ କରି ଆଣୁଥିବା ଜଙ୍ଗଲ ଜାତ ଦ୍ରବ୍ୟ କିଣା ବିକାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ନିଜ ବାଡ଼ି ଓ ଗ୍ରାମ ପାର୍ଶ୍ଵ ଜଙ୍ଗଲରୁ ତେନ୍ତୁଳି ତୋଳିବା ପରେ ସେଥିରୁ ଚୋପା ଛଡ଼ାଇ, ମଞ୍ଜି କାଢ଼ି ଶୁଖାଇ ରଖିଥିବା ବେଳେ ସେମାନଙ୍କଠାରୁ ତେନ୍ତୁଳି କିଣିବାକୁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ତେଣୁ ଅମଳ ହୋଇଥିବା ତେନ୍ତୁଳିକୁ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ରର ବେପାରୀଙ୍କ ପାଖରେ ବିକ୍ରି କରୁଛନ୍ତି ଏଠାକାର ଲୋକେ ।

Advertisment

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ, ଟିଡିସିସି, କାପୋ, ମିଶନ ଶକ୍ତି, ଓଏଲଏମ, କୃଷକ ଉତ୍ପାଦକ ସମିତି ଓ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ଆଦି ତେନ୍ତୁଳି କିଣିବାକୁ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକେ ଆନ୍ଧ୍ର ଭରସାରେ ଥିବା କୋଟିଆ ବାସୀ ଅଭିଯୋଗ କରିଛନ୍ତି ।

ଜଙ୍ଗଲ ପାହାଡ ଘେରା କୋଟିଆରେ ଜଙ୍ଗଲଜାତ ଦ୍ରବ୍ୟର ଉତ୍ପାଦନ ତୁଳନାରେ କିଣାବିକା ବେପାର କମ୍ ରହିଛି । କାରଣ କୋଟିଆରେ ନାହିଁ ଉପଯୁକ୍ତ ବଜାର ଓ ପ୍ରକ୍ରିୟା କରଣ କେନ୍ଦ୍ର । ଯାହାର ଜ୍ୱଳନ୍ତ ନମୁନା "ତେନ୍ତୁଳି" କ୍ଷେତ୍ରରେ ଦେଖିବାକୁ ମିଳିଛି । ଗାଁ ଗାଁ, ରାସ୍ତାଘାଟ ସହ ପାହାଡ ଉପରେ ପ୍ରଚୁର ପରିମାଣରେ ଅମଳ ହେଉଛି ତେନ୍ତୁଳି । ଘରେ ଘରେ ବି ତେନ୍ତୁଳିର ଆବଶ୍ୟକତା ଓ ଚାହିଦା ଅଛି ସତ । କିନ୍ତୁ ଚାଷୀ ବିକ୍ରି କରିବାକୁ ନାକେଦମ୍ ହେଉଛନ୍ତି । ଯାହାର ଫାଇଦା ପଡୋଶୀ ଆନ୍ଧ୍ର ପ୍ରଦେଶ ଅଞ୍ଚଳର ବେପାରୀ ନେଉଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟା ଓ ସରପଞ୍ଚ ବି ପ୍ରତିକ୍ରିୟା ରଖିଛନ୍ତି ।

Advertisment

ସେପଟେ ତେନ୍ତୁଳିର ଅଭାବୀ ବିକ୍ରିକୁ ନେଇ କୋରାପୁଟ ଜିଲ୍ଲା କାପକୋ ଶାଖାର ଦାୟିତ୍ୱରେ ଥିବା ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ବର୍ତ୍ତମାନ ସୁଦ୍ଧା କୋଟିଆରୁ ତେନ୍ତୁଳି କିଣା ବିକା ପାଇଁ ରାଜ୍ୟ ସ୍ତରରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ତେଣୁ ବିଭାଗ ପକ୍ଷରୁ କିଣା ବିକା ଆରମ୍ଭ କରାଯାଇ ନାହିଁ ବୋଲି କାପକୋ ପରିଚାଳକ କହିଛନ୍ତି।

ଆନ୍ଧ୍ର ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ଲଘୁ ବନଜାତ ଦ୍ରବ୍ୟ କିଣା ବିକା କରିବାକୁ ଏକ ସ୍ୱତନ୍ତ୍ର ଦୋକାନ ଘର କରିବା ସହ ବାଉଁଶ, ତେନ୍ତୁଳି ଓ ହଳଦୀ ଏବଂ ଝାଡୁ ପାଇଁ ଲଗାତାର ଆସି ଟ୍ରେନିଂ ପ୍ରଦାନ କରୁଛନ୍ତି । ହେଲେ ଏନେଇ ଓଡ଼ିଶା ସରକାରଙ୍କର କୌଣସି ନିଘା ନାହିଁ । ତେଣୁ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

Tamarind
Advertisment
Advertisment