• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ । ଅତି ଜରୁରୀ ସମୟରେ ଡ୍ରୋନ ସହାୟତାରେ ପହଞ୍ଚିବ ମେଡିକାଲ ସେବା । ଭୁବନେଶ୍ୱର ଏମସ ପରିସରରେ ଡ୍ରୋନର ଟ୍ରାଏଲ ରନ୍ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅପହଞ୍ଚ ଜାଗାରେ ରୋଗୀଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଅତି ଜରୁରୀ ସମୟରେ ବ୍ଲଡ, ମେଡିସିନ ଆଦି ମଧ୍ୟ ପଠାଇବାକୁ ବ୍ୟବସ୍ଥା କରାଯାଉଛି ।

AIIMSରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଥିଲା ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । ଡ୍ରୋନ୍‌କୁ କିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହାର କରିହେବ ସେ ନେଇ ଆମର ଏକ ଅଭିଯାନ ଚାଲିଛି । ସାରା ଦେଶରେ ଏହାର ପ୍ରୟାସ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିପାଇଁ ଉତ୍ସାହିତ କରୁଛି ।

ସେ କହିଛନ୍ତି, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାସ୍ତା ଅବରୋଧ ହେଲେ ଅପହଞ୍ଚ ସ୍ଥାନକୁ ଡ୍ରୋନ୍ ସାହାଯ୍ୟରେ ମେଡିକାଲ ସେବା ପହଞ୍ଚାଇ ହେବ । ଜରୁରୀ କାଳୀନ ସେବାରେ ରକ୍ତ ପଠାଯାଇପାରିବ । ଆଜି ଟ୍ରାଏଲ ରନ୍‌ରେ ଡ୍ରୋନ୍‌ ରକ୍ତ ନେଇ ଟାଙ୍ଗିକୁ ଯାଇଥିଲା । ସେଠାରେ ରକ୍ତ ଦେଇ ଡ୍ରୋନ୍ ଫେରି ଆସିଥିଲା । ଆମର ଟ୍ରାଏଲ ସଫଳ ହୋଇଛି । ଡ୍ରୋନ୍‌ ସାହାଯ୍ୟରେ ଆହୁରି ବହୁତ କିଛି କାର୍ଯ୍ୟ କରିହେବ । ଔଷଧ ପଠାଯାଇପାରିବ। ଟେଷ୍ଟ ପାଇଁ ରକ୍ତ ପଠାଯାଇପାରିବ ।

ଜାନୁଆରୀ ୨୫ ତାରିଖରେ ଡ୍ରୋନ୍‌ର ଶେଷ ଟ୍ରାଏଲ୍ ରନ୍‌ କରାଯିବ । ଏହା ବଡ଼ ଆକାରରେ ହେବ । ଏହା ବି ସଫଳ ହେବ ବୋଲି ଆଶା ଥିବା କହିଛନ୍ତି ଭୁବନେଶ୍ୱର ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ।