Astrospeak
  • Live TV
  • Read In English

ପୁଣି ହେବ ପରିମାଣିକ ଟିକେଟ୍ ଦର୍ଶନ, ପ୍ରସ୍ତୁତ ହେବ SOP

ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।

Lord Jagannath
Lord Jagannath

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଟିକେଟ୍ ଦର୍ଶନ। ଏଥିପାଇଁ ଏସଓପି ପ୍ରସ୍ତୁତ ହେବ । ଏନେଇ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅର୍ଥ ସବ୍ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

୨୦୧୬ରୁ ବନ୍ଦ ରହିଥିଲା ପରିମାଣିକ ଟିକେଟ ଦର୍ଶନ । ସେପଟେ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ପାଇଁ କୌଣସି ଦେୟ ନ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ । ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।

ସେହିଭଳି ଏହି ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ପ୍ରାୟ ୮୦ ପ୍ରତିଶତ ଠିକ୍ ରହିଛି । ତେବେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ କାରଣରୁ ୟୁନିଫର୍ମ ପଲିସି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ ।

ଶ୍ରୀମନ୍ଦିର ପରିସରରେ ମା ମହାଲକ୍ଷ୍ମୀଙ୍କ ମନ୍ଦିରର ୪ଟି ସ୍ଥାନରେ ବସିବ ଦାନ ବାକ୍ସ। ତା ସହ ଭକ୍ତ ନିବାସରେ ଲାଗିବ ଟିଭି । ମାହାଲ ନିଲାମ ନେଇ ଆଲୋଚନା ହେବା ସହ ରୋହିଣୀ କୁଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିଲାମ ପାଇଁ ଟେଣ୍ଡର ହେବ ଏବଂ ଏଥିପାଇଁ ଏସଓପି ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।