Advertisment

ପୁଣି ସକ୍ରିୟ ହେଲେଣି କି ଗୁରୁଜୀ ?

ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଆଦିବାସୀ ବି ଗୁରୁଜୀଙ୍କ ଉପଦ୍ରବୀ ଚେହେରାକୁ ଭୁଲି ତାଙ୍କ ଫଟୋ ଥିବା ଗଞ୍ଜି ପିନ୍ଧିବା ସହ ବ୍ୟବସ୍ଥା ବିରୋଧରେ ବର୍ଷିଲେଣି ।

ଅଦ୍ୟତନ ହୋଇଛି
undefined

Guruji

Advertisment

ଖୋର୍ଦ୍ଧା ଜିଲ୍ଲାରେ ପୁଣି ସକ୍ରିୟ ମାନବବାଦ ସଙ୍ଗଠନ। ଉତ୍କଳ ଦିବସ ଅଭିନନ୍ଦନ ଆଳରେ ଜିଲ୍ଲାର ଖୋର୍ଦ୍ଧା ଓ ବେଗୁନିଆ ବ୍ଲକର ବିଭିନ୍ନ ଆଦିବାସୀ ଗାଁରେ ଲାଗିଲାଣି ସଂଗଠନର ମୁଖ୍ୟ ମାନସ ଦାସ ଫଟୋ ଲଗା ବ୍ୟାନର । ସ୍ଥାନୀୟ ଲୋକେ ମଧ୍ୟ ବର୍ତ୍ତମାନର ଶାସନ ଉପରୁ ଆସ୍ଥା ହରାଇବା କହିବା ସହିତ ସେମାନଙ୍କ ଅଭାବ ଅସୁବିଧାକୁ ନେଇ ବ୍ୟବସ୍ଥା ଉପରେ ବର୍ଷିଛନ୍ତି। ନିଜ ଅଧିକାର ପାଇଁ ନିଜେ ଲଢିବାକୁ ଦେଇଛନ୍ତି ଚେତାବନୀ। ସେପଟେ ଖୋର୍ଦ୍ଧାର ବିଧାୟକ କହିଛନ୍ତି ସରଳ ଆଦିବାସୀ ମାନଙ୍କୁ ସମ୍ବିଧାନ ବିରୋଧରେ ଉସୁକା ଯାଉଛି। ଏହା ବିରୋଧରେ ପଦକ୍ଷେପ ନିଆଯିବ।

Advertisment

ମାନସ ଦାସ ଓରଫ ଗୁରୁଜୀ। ଲୋକଙ୍କ ଗହଣକୁ ଥାଟବାଟ ସହ ଫିଲ୍ମି ଷ୍ଟାଇଲରେ ଆତଯାତ ଏବଂ ମାନବବାଦ ସଂଗଠନ ନାଁରେ ଖୋର୍ଦ୍ଦା ଜିଲ୍ଲାର ଆଦିବାସୀ ବହୁଳ ଗାଁ ଗୁଡ଼ିକରେ ନିଜର ସମାନ୍ତରାଳ ଶାସନ ଚଳାଇବା ଲକ୍ଷ୍ୟରେ ଆତଙ୍କରାଜ । ମନେ ପକାନ୍ତୁ ଦୁଇବର୍ଷ ତଳେ ନିରିହଙ୍କ ଉପରେ ମାନବବାଦ ସଂଗଠନ ସଦସ୍ୟଙ୍କ ବର୍ବର କାହାଣୀ ଉପରେ ।

ହତ୍ୟା, ଆକ୍ରମଣ, ଗୁଣ୍ଡାଗର୍ଦ୍ଦି ଭଳି ମାମଲାରେ ଜେଲ ଯାଇ ବେଲରେ ଫେରିବା ପରେ ପୁଣି ଖୋର୍ଦ୍ଧା ଓ ବେଗୁନିଆ ବ୍ଲକର ଗାଁ ଗାଁରେ ଥିବା ଆଦିବାସୀ ସାହିରେ ମୁଣ୍ଡ ଟେକିଲାଣି ସଂଗଠନ । ଲାଗିଲାଣି ବ୍ୟାନର। ହେଲେ ଫରକ ହେଉଛି ଉତ୍କଳ ଦିବସ ଅଭିନନ୍ଦନ ଆଳରେ ଲାଗିଥିବା ଏ ବ୍ୟାନରରେ ମାନବବାଦ ସଂଗଠନ ନାଁ ନାହିଁ। କିନ୍ତୁ ଗୁରୁଜୀଙ୍କ ଫଟୋ ଅଛି । ଅଭାବ ଅସୁବିଧାରେ ଉବୁଟୁବୁ ହେଉଥିବା ଆଦିବାସୀମାନଙ୍କୁ ପ୍ରଚଳିତ ବ୍ୟବସ୍ଥାରୁ ବାହାରି ନିଜେ ନିଜର ହକ୍ ପାଇଁ ଲଢିବାର ମନ୍ତ୍ର ଦିଆଯାଉଛି । ଆଉ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଆଦିବାସୀ ବି ଗୁରୁଜୀଙ୍କ ଉପଦ୍ରବୀ ଚେହେରାକୁ ଭୁଲି ତାଙ୍କ ଫଟୋ ଥିବା ଗଞ୍ଜି ପିନ୍ଧିବା ସହ ବ୍ୟବସ୍ଥା ବିରୋଧରେ ବର୍ଷିଲେଣି ।

Advertisment

ଲୋକଙ୍କ ଅଭିଯୋଗ ଯେମିତି, ପୁଣି ମାନବବାଦ ସଂଗଠନ ସକ୍ରିୟ ହେବା ଖବରର ରିପୋର୍ଟିଂ ବେଳେ ଆମ ଆଖିରେ ପଡୁଥିବା ଅଭାବୀ ମଣିଷମାନଙ୍କର ଅସୁବିଧାର ଚିତ୍ର ବି ସେମିତି । ଖୋର୍ଦ୍ଦା ବ୍ଲକ୍ କଙ୍କଡ଼ାହାଡ଼ ଗାଁ ଆଦିବାସୀ ସାହିର ଦୃଶ୍ୟ। କାହାର ଘର ଖଣ୍ଡେ ନାହିଁ, ତ ଆଉ କିଏ ଭଙ୍ଗା ଦଦରା ଘରେ ଜୀବନ ବିତାଉଛି। ଏମିତିକି ପିଇବା ପାଣିର ସୁବିଧା ବି ନାହିଁ।

ଅସୁବିଧା ସଂପର୍କରେ ବାରମ୍ବାର ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ଗୁହାରି କରି ବି ସୁଫଳ ନାହିଁ। ତେଣୁ ଅଭିଯୋଗ ସେଇଥିପାଇଁ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ଲୋକେ ଏବେ ପୁଣି ମାନସ ଓ ଗୁରୁଜୀଙ୍କ ଭରସାରେ। ତେବେ ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳି ପାରି ନଥିଲା ବେଳେ ଗୁରୁଜୀଙ୍କ ଆଭିମୁଖ୍ୟକୁ ସମ୍ବିଧାନ ବିରୋଧି କହିବା ସହିତ ଆଇନ ଏ ଦିଗରେ ପଦକ୍ଷେପ ନେବ ବୋଲି କହିଛନ୍ତି ଖୋର୍ଦ୍ଧାର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର।

Advertisment

Guruji
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ