Advertisment

ପୁରୀ ପରେ ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଡ୍ରେସ୍ କୋଡ୍ ଦାବି ଉଠିଲା

ଆସନ୍ତା ଜାନୁଆରୀରୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପ୍ରଚଳନ ପାଇଁ ନିୟମ ଜାରି କରାଯାଇଛି। ତେବେ ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଏହି ନିୟମ ଲଗାଇବାକୁ ଏବେ ଦାବି ଆରମ୍ଭ ହୋଇଛି ।

ଅଦ୍ୟତନ ହୋଇଛି
Dress Code

Dress Code

Advertisment

ପୁରୀ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ଡ୍ରେସ୍ କୋଡ୍ ଲାଗୁ ହେଉଥିବା ବେଳେ ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ମଧ୍ୟ ଡ୍ରେସ୍ କୋଡ୍ ପାଇଁ ସମାନ ଦାବି ଉଠିଛି । ସଂସ୍କୃତି, ପରମ୍ପରା ସହ ଆଧ୍ୟାତ୍ମିକ ଭାବନାକୁ ବଞ୍ଚାଇ ରଖିବାକୁ ହେଲେ ଡ୍ରେସ୍ କୋଡ୍ ନିହାତି ଆବଶ୍ୟକ ବୋଲି କହିଛନ୍ତି ଓଡ଼ିଶା ମଠ ମନ୍ଦିର ସଂଘ ସଭାପତି। ଯଦି ଶ୍ରୀକ୍ଷେତ୍ରରେ ଡ୍ରେସ୍ କୋଡ୍ ଲାଗୁ ହେବ, ତା’ ହେଲେ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠୁଛି । ବରିଷ୍ଠ ନାଗରିକମାନେ ମଧ୍ୟ ଏଭଳି ପ୍ରସ୍ତାବ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

Advertisment

ଆସନ୍ତା ଜାନୁଆରୀରୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ପାଇଁ ଏକ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ପ୍ରଚଳନ ପାଇଁ ନିୟମ ଜାରି କରାଯାଇଛି । ତେବେ ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଏହି ନିୟମ ଲଗାଇବାକୁ ଏବେ ଦାବି ଆରମ୍ଭ ହୋଇଛି । ଯଦି ପୁରୀରେ ହେଇ ପାରୁଛି, ତେବେ ବାରିପଦାରେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସେବାୟତ ଏବଂ ନାଗରିକ। କିଛି ଉଦ୍ଧତ ଏବଂ ପ୍ରଥଭ୍ରାନ୍ତ ଯୁବପିଢିଙ୍କ ଅଶାଳୀନ ପୋଷାକ ମଠ ମନ୍ଦିର ପରିବେଶକୁ ନଷ୍ଟ କରୁଥିବା ଯୁକ୍ତି ବାଢ଼ିଛନ୍ତି ବାରିପଦା ଜଗନ୍ନାଥ ମନ୍ଦିର ସେବାୟତ।

୧୫୭୫ ମସିହାରେ ତତ୍କାଳୀନ ମୟୁରଭଞ୍ଜ ମହାରାଜା ଶ୍ରୀ ବୈଦ୍ୟନାଥ ଭଂଞ୍ଜଦେଓ ପ୍ରତିଷ୍ଠା କରିଥିଲେ ବାରିପଦାର ଏହି ଜଗନ୍ନାଥ ମନ୍ଦିର। ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ତିନି ଠାକୁରଙ୍କ ବାର ମାସରେ ତେର ପର୍ବ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହୋଇଥାଏ। ତିନି ଠାକୁରଙ୍କ ପୂଜାର୍ଚ୍ଚନା ଶ୍ରୀକ୍ଷେତ୍ରର ନୀତି ଅନୁଯାୟୀ କରାଯାଇଥାଏ । ଏଠାରେ ମଧ୍ୟ ଡ୍ରେସ୍ କୋଡ୍ ପ୍ରଚଳନ କରାଗଲେ ମନ୍ଦିର ଭିତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ଓଡ଼ିଶାର ସମସ୍ତ ମଠ ମନ୍ଦିରରେ ଏହା ପ୍ରଚଳନ କରିବାକୁ ଦାବି କରିଛନ୍ତି ଓଡ଼ିଶା ମଠ ମନ୍ଦିର ସେବାୟତ ସଂଘ। ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ମଧ୍ୟ ଡ୍ରେସ୍ କୋଡ଼ ପ୍ରଚଳନ ଦାବି ଉପରେ ସରକାର କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।

Advertisment
Odisha Srimandir Dress Code
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ