Advertisment

ଦୁଃଖ ! ମାଆ ମଲା ପରେ, ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁଲା ବାପା

ଖବର ପାଇ ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ପହଞ୍ଚି ଥିଲେ ବି ଅନ୍ଧାର ପାଇଁ ଖୋଜା ଖୋଜି ନକରି ଫେରି ଆସିଥିଲେ । ଆଜି ସକାଳୁ ଖୋଜା ଖୋଜି ପୁଣି ଆରମ୍ଭ ହୋଇଛି ।

Crime

Crime

Advertisment

ସ୍ତ୍ରୀ ମୃତ୍ୟୁର ମାସକ ପରେ ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଲା ସ୍ୱାମୀ। ଭଦ୍ରକ ବୈତରଣୀ ନଦୀର ଆଖୁଆପଦା ବ୍ରିଜରୁ ଡେଇଁ ପଡିଥିବା ବାପ, ଝିଅଙ୍କର ଏଯାଏଁ ପତ୍ତା ମିଳିନି। ସେମାନଙ୍କୁ ଖୋଜା ଖୋଜି ଚାଲିଛି। ଗତକାଲି ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ନାମକ ଯୁବକ, ତାଙ୍କ ଅଢେଇ ବର୍ଷର ଝିଅକୁ ଧରି ମୋଟର ସାଇକେଲରେ ପୋଲ ପାଖକୁ ଆସିଥିଲେ। ସେଠାରେ ବାଇକ୍, ମୋବାଇଲ୍ ଓ ଜୋତା ରଖି ଝିଅକୁ ଧରି ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ।

Advertisment

ଖବର ପାଇ ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ପହଞ୍ଚି ଥିଲେ ବି ଅନ୍ଧାର ପାଇଁ ଖୋଜା ଖୋଜି ନକରି ଫେରି ଆସିଥିଲେ । ଆଜି ସକାଳୁ ଖୋଜା ଖୋଜି ପୁଣି ଆରମ୍ଭ ହୋଇଛି । ତେବେ ଗତକାଲି ଚନ୍ଦନ ତାଙ୍କ ସାନ ଭାଇଙ୍କୁ ଫୋନ କରି ସେମାନଙ୍କୁ ଆଉ ନଖୋଜିବାକୁ ବି କହିଥିଲେ।

ତାସହ ଚନ୍ଦନଙ୍କ ଅଢ଼େଇ ବର୍ଷର ଝିଅ ମଧ୍ୟ ତାର ଜେଜେମାଆଙ୍କୁ ଫୋନ୍ କରି ଆମେ ମାଆ ପାଖକୁ ଯାଉଥିବା କହିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ନିଖୋଜ ଚନ୍ଦନ ସୁରତରେ ଚାକିରି କରୁଥିଲେ, ମାସେ ତଳେ ପତ୍ନୀ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ। ତେବେ ମାନସିକ ଅବସାଦ ନା ଅନ୍ୟ କେଉଁ କାରଣରୁ ନଦୀକୁ ଡେଇଁବା ଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ଜଣା ପଡ଼ିନାହିଁ।

Advertisment

Drown
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ