Advertisment

ଆଖି ଆଗରେ ପଚିଗଲା ହାଡ଼ଭଙ୍ଗା ପରିଶ୍ରମ, ପଚ ପଚ କାଦୁଅରେ ସଢୁଛି ଫସଲ

ଚଳିତବର୍ଷ ଖରିଫ୍ ଋତୁରେ ଜଗତସିଂହପୁର ଜିଲ୍ଳାରେ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ଫସଲ ହାନି ହୋଇଥିଲା ।

Croplands Destroyed

Croplands Destroyed

Advertisment

ଆଖି ଆଗରେ ପଚିଗଲା ହାଡ଼ଭଙ୍ଗା ପରିଶ୍ରମ । ପୋଖରୀ ପାଲଟି ଯାଇଛି କ୍ଷେତ। ହାତରେ ସଢା ଧାନଗଛ ଧରି ଚିନ୍ତାରେ ବସିଛନ୍ତି ଚାଷୀ। ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍‌ର। ଏହି ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ସମସ୍ୟା ଯୋଗୁ ଶହ ଶହ ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ବିଶେଷ କରି ହଂସୁଆ ନଦୀ ପାଶ୍ୱର୍ରେ ଥିବା ଜମିଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । ଅସ୍ୱାଭାବିକ ବର୍ଷା ଏବଂ ଫ୍ଲାସ୍ ଫ୍ଲଡ୍ ଯୋଗୁ ଦୀର୍ଘଦିନ ଧରି ପାଣି ଜମି ରହିବାରୁ ଧାନ ଗଛ ସବୁ ସଢି ଯାଇଛି । ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ସାଦେଇପୁର ଓ ଏହାର ଆଖପାଖ ପଞ୍ଚାୟତରେ ଧାନଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।

Advertisment

ଚଳିତବର୍ଷ ଖରିଫ୍ ଋତୁରେ ଜଗତସିଂହପୁର ଜିଲ୍ଳାରେ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ଫସଲ ହାନି ହୋଇଥିଲା । ଏହାପରେ ପୁଣି ଥରେ ତଳି ରୁଆ ଯାଇଥିବାବେଳେ ଅକ୍ଟୋବର ଆରମ୍ଭରେ ହୋଇଥିବା ବର୍ଷା ଏବଂ ହଂସୁଆ ନଦୀର ଫ୍ଲାସ୍ ଫ୍ଲଡ୍ ଯୋଗୁ ସେ ସବୁ ମଧ୍ୟ ଧୋଇଗଲା । ପ୍ରତିବର୍ଷ ହଂସୁଆ କୂଳରେ ଥିବା ଧାନଜମିରେ ବର୍ଷା ଜଳ ନିଷ୍କାସନ ନହେବା କାରଣରୁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି।

ତେବେ ତୁରନ୍ତ ଏହି କ୍ଷୟକ୍ଷତି ଅନୁଧ୍ୟାନ କରି କ୍ଷତିପୂରଣ ପ୍ରଦାନ ସହିତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଚାଷୀ । ତୁରନ୍ତ ସମସ୍ୟାର ସମାଧାନ ନ ହେଲେ କୃଷକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ କ୍ଷୟକ୍ଷତି ହୋଇଥିବା ଫସଲର ସର୍ଭେ କରାଯିବ। ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସହକାରୀ ଜିଲ୍ଳା କୃଷି ଅଧିକାରୀ କହିଛନ୍ତି ।

Advertisment
Odisha Jagatsinghpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ