Advertisment

ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ରାୟ, ଖୁବ୍‌ଶୀଘ୍ର ଗଠନ ହୋଇପାରେ ଉଚ୍ଚସ୍ତରୀୟ କମିଟି

ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ଅଳଙ୍କାର ସୁରକ୍ଷା ନେଇ ଏଏସଆଇ ଓ ଶ୍ରୀମନ୍ଦିର ସେବାୟତ ଏବଂ ଭକ୍ତ ସମସ୍ତେ ଚିନ୍ତା ପ୍ରକଟ କରିଆସୁଛନ୍ତି। ୨୦୧୮ ଏପ୍ରିଲ ମାସରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ୧୭ ଜଣିଆ ହାଇଲେବଲ୍ ଟିମ୍ ଯାଇ ଭିତର ଭଣ୍ଡାର ଚାବି ନଥିବାରୁ ବାହାର ଭଣ୍ଡାରରୁ ଉପରଠାଉରିଆ ଅନୁଧ୍ୟାନ ସାରି ଫେରି ଆସିଥିଲା।

undefined

Ratna Bhandar

Advertisment

ଏମିତି ସେମିତିକା କଥା ନୁହଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ । କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଆଉ ଡେରି ନକରି ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର ସବୁର ଗଣତି ପ୍ରକ୍ରିୟାର ତଦାରଖ ପାଇଁ ଏକ ହାଇଲେବଲ କମିଟି ଗଢିବାକୁ ଶ୍ରୀମନ୍ଦିର ପ୍ରଶାସନ ଯଦି ନିବେଦନ କରେ, ତେବେ ଆବେଦନ ତାରିଖଠାରୁ ୬୦ ଦିନ ଭିତରେ ତା’ର ନିଷ୍ପତ୍ତି ନିଅ। ଆଜି ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କିନ୍ତୁ ରତ୍ନ ଅଳଙ୍କାରର ଗଣତି ଓ ଦୁର୍ବଳ ରତ୍ନଭଣ୍ଡାର କାନ୍ଥର ମରାମତି ଉପରେ ଅଦାଲତ କୌଣସି ପ୍ରକାର ହସ୍ତକ୍ଷେପ କରିବନି ବୋଲି ସଫା ସଫା ମନା କରିଛନ୍ତି ଉଚ୍ଚ ନ୍ୟାୟାଳୟ । ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ପାଇଁ ପିଟିସନର ତଥା ପୂର୍ବତନ ରାଜ୍ୟ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନିବେଦନ କରିଥିଲେ। ସେ ପିଟିସନ ଉପରେ ଉଚ୍ଚ ନ୍ୟାୟାଳୟ ସବୁ ପକ୍ଷଙ୍କୁ ଶୁଣିବା ପରେ ଆଜି ତାଙ୍କ ରାୟ ପ୍ରଦାନ କରିଛନ୍ତି । ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ବିଜୟ ବୋଲି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ କହିଥିବାବେଳେ ପିଟିସନର ସମୀର ମହାନ୍ତି କହିଛନ୍ତି ରାଜ୍ୟ ସରକାର ଶ୍ରୀମନ୍ଦିରର ସୁରକ୍ଷା ଓ ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ ବାରମ୍ବାର ଯେଉଁ ଲୁଚକାଳି ଖେଳୁଥିଲେ, ଆଜିର ରାୟ କୋଟି କୋଟି ଭକ୍ତଙ୍କୁ ଆଶ୍ବସ୍ତ କରିଛି।

Advertisment

ସେପଟେ ହାଇକୋର୍ଟଙ୍କ ଏଭଳି ରାୟକୁ ଉଭୟ ଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବୀ ବି ସ୍ବାଗତ କରିଛନ୍ତି । ଦୀର୍ଘ ୪୫ ବର୍ଷ ପରେ ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ଓ ମଣତି ପାଇଁ ଏକପ୍ରକାର ବାଟ ସଫା ହେଲା ବୋଲି ସମସ୍ତେ ଅନୁଭବ କରୁଛନ୍ତି । ତେଣୁ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ଏ ଦିଗରେ ଯଥାସମ୍ଭବ ତତ୍ପରତା ଦେଖାଇବାକୁ ନିବେଦନ କରିଛନ୍ତି ଜଗନ୍ନାଥ ଭକ୍ତ।

ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ଅଳଙ୍କାର ସୁରକ୍ଷା ନେଇ ଏଏସଆଇ ଓ ଶ୍ରୀମନ୍ଦିର ସେବାୟତ ଏବଂ ଭକ୍ତ ସମସ୍ତେ ଚିନ୍ତା ପ୍ରକଟ କରିଆସୁଛନ୍ତି। ୨୦୧୮ ଏପ୍ରିଲ ମାସରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ୧୭ ଜଣିଆ ହାଇଲେବଲ୍ ଟିମ୍ ଯାଇ ଭିତର ଭଣ୍ଡାର ଚାବି ନଥିବାରୁ ବାହାର ଭଣ୍ଡାରରୁ ଉପରଠାଉରିଆ ଅନୁଧ୍ୟାନ ସାରି ଫେରି ଆସିଥିଲା। ପରେ ରତ୍ନଭଣ୍ଡାର ଚାବି ହଜିବା ଓ ପୁରୀ ରେକର୍ଡ ରୁମରୁ ଡ୍ୟୁପ୍ଲିକେଟ ଚାବି ମିଳିବାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା।

Advertisment
Odisha Puri Orissa High Court Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ