Advertisment

ଅସୁସ୍ଥ ବାପାଙ୍କୁ ୩୫ କିମି ପର୍ଯ୍ୟନ୍ତ ଟ୍ରଲିରେ ବୋହିଲା ଝିଅ

ଗରିବୀ ପାଇଁ ମିଳିଲାନି ଗାଡ଼ି, ଟ୍ରଲିରେ ବୋହିଲା ଝିଅ । ଫୋନ୍ ନଥିବାରୁ ଆମ୍ବୁଲାନ୍ସକୁ କରିପାରିଲେନି ଯୋଗୋଯୋଗ ।

Odisha, Bhadrak Story

Odisha, Bhadrak Story

Advertisment

ଅସୁସ୍ଥ ବାପାଙ୍କୁ ୩୫ କିମି ପର୍ଯ୍ୟନ୍ତ ଟ୍ରଲିରେ ବୋହିଲା ଝିଅ। ଗରିବୀ ପାଇଁ ଚିକିତ୍ସା କି ଗାଡ଼ି ସୁବିଧା ନପାଇ ଶେଷରେ ବାପାଙ୍କୁ ଟ୍ରଲିରେ ବୋହି ବୋହି ମେଡିକାଲ ନେଇଛି ନବାଳିକା ଝିଅ । ଭଦ୍ରକ ଧୁଷୁରୀ ନଦୀଗାଁର ୧୪ ବର୍ଷୀୟା ଝିଅ ନଦୀଗାଁରୁ ଧାମନଗର, ଏବଂ ସେଠାରୁ ଭଦ୍ରକ ମେଡିକାଲ ଆଣିଥିଲା । ଗତ ୨୨ ତାରିଖରେ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ସମ୍ଭୁନାଥ ସେଠୀ। ସେହିଦିନ ତାଙ୍କୁ ଟ୍ରଲିରେ ଧରି ଧାମନଗର ହସ୍ପିଟାଲ ଆଣିଥିଲା ଝିଅ।

Advertisment

୨୩ରେ ଧାମନଗରରୁ ପୁଣି ଟ୍ରଲିରେ ବାପାଙ୍କୁ ଭଦ୍ରକ ମେଡିକାଲ ଆଣିଥିଲା। ଅପରେସନ ହେବ କହି ହସ୍ପିଟାଲ କର୍ତ୍ତୃପକ୍ଷ ଆଜି ଫେରାଇ ଦେଇଥିଲେ । ଭଦ୍ରକରୁ ୨ କିମି ଟ୍ରଲିରେ ଯିବା ପରେ ଗଣମାଧ୍ୟମ ପ୍ରତିନିଧି ବାପ-ଝିଅଙ୍କୁ ଅଟକାଇ ଘଟଣା ସମ୍ପର୍କରେ ବୁଝିଥିଲେ। ପରେ ଭଦ୍ରକ ବିଧାୟକ ଓ ଧାମନଗରର ପୂର୍ବତନ ବିଧାୟକ ହସ୍ତକ୍ଷେପ କରିଥିଲେ। ପରେ ଘଟଣା ଲୋକଲୋଚନକୁ ଆସିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ