Old Age Pension
ମାତ୍ର ୫ ଶହ ଟଙ୍କାର ଭତ୍ତା ପାଇଁ ୮ କିଲୋମିଟର ଯନ୍ତ୍ରଣା । ଭତ୍ତା ପାଇଁ ସଂପର୍କୀୟଙ୍କ କାନ୍ଧରେ ବୁହା ହେଉଛନ୍ତି ବୃଦ୍ଧ ହିତାଧିକାରୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଜଡ଼ାପୁଟ ଗାଁରେ। ଏହି ଗାଁର ୮୦ ବୟସ୍କ ପିତ ମୁଦୁଲି ୫ ବର୍ଷ ପୂର୍ବରୁ ପକ୍ଷାଘାତରେ ପୀଡିତ । ତାଙ୍କର ଦୁଇଟି ଯାକ ଗୋଡ଼ ଅଚଳ, ତାଙ୍କୁ ଜଣେ ସମ୍ପର୍କୀୟ ପ୍ରତି ମାସରେ ପିଠିରେ ଲଦି ୮ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟକୁ ନେଉଛନ୍ତି ଆଉ ସେଠୁ ଭତ୍ତା ଓ ଚାଉଳ ଧରି ବଡ଼ କଷ୍ଟରେ ଗାଁକୁ ଫେରୁଛନ୍ତି ।
ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯୋଗାଯୋଗ କରିବାରେ ସେ କହିଥିଲେ ଏଭଳି ଘଟଣା ତାଙ୍କ ନଜରକୁ ଆସିନି। ଆସନ୍ତ ମାସଠୁ ହିତାଧିକାରୀଙ୍କ ଘରେ ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702806027.jpg)