Advertisment

ଇମ୍ଫା ଶିଳ୍ପଗୋଷ୍ଠୀର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

ଇମ୍ଫା ଶିଳ୍ପଗୋଷ୍ଠୀର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱର ଇମ୍ଫା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା BIPF ପରିଚାଳନାରେ ମାଗଣା ସ୍ୱାସ୍ଥ୍ୟ ସେବା ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

IMFA

IMFA

Advertisment

ବଂଶୀଧର ପଣ୍ଡାଙ୍କ ଜନ୍ମ ଦିବସ ତଥା ଇମ୍ଫା ଶିଳ୍ପଗୋଷ୍ଠୀର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱର ଇମ୍ଫା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା BIPF ପରିଚାଳନାରେ ମାଗଣା ସ୍ୱାସ୍ଥ୍ୟ ସେବା ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ତା’ସହ ଶ୍ରମିକଙ୍କ ତରଫରୁ ଚୌଦ୍ୱାର ମଙ୍ଗରାଜପୁରରେ ଥିବା ଭରସା ଆଶ୍ରମ ଅନ୍ତେବାସୀଙ୍କୁ ରନ୍ଧା ଓ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ଇମ୍ଫା କମ୍ପାନୀ HR GM ଜି.ସାରଦା ପ୍ରସାଦ ରାଓ, HR manager ପ୍ରଦ୍ୟୁମ୍ନ ତ୍ରିପାଠୀ ଓ BIPF ଚୌଦ୍ୱାରର ଆଶିଷ ଦାସ ଅତିଥି ଭାବେ ଯୋଗଦେଇଥିଲେ।

Advertisment

ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଇମ୍ଫାର ଆଜୀବନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ରାୟ, ଇମ୍ଫା ଉପସଭାପତି ବିନୟ କୁମାର ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ। ଇମ୍ଫାର ଜେନେରାଲ ମ୍ୟାନେଜର ସାରଦା ପ୍ରସାଦ ରାଓ ମଞ୍ଚ ପରିଚାଳନା କରିଥିଲେ। ବଂଶୀଧର ପଣ୍ଡାଙ୍କ ଜୀବନୀ ଉପରେ ଆଧାରିତ ତଥା ଇମ୍ଫା ପ୍ରତିଷ୍ଠାକୁ ନେଇ ବାଲୁକା ଶିଳ୍ପୀ ମାନସ ରଞ୍ଜନ ସାହୁ ଏକ ସୁନ୍ଦର ବାଲୁକା କଳା ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ଇମ୍ଫାରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Odisha IMFA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ