• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଇଛାଶକ୍ତି ଆଗରେ ହାର୍ ମାନିଛି ବୟସ । ୫୦ ବର୍ଷ ବୟସରେ ସେ ଏମିତି କିଛି କରି ଦେଖାଉଛନ୍ତି ଯାହା ଦେଖିଲେ ଆପଣ ବି ସହଜରେ ବିଶ୍ୱାସ କରି ପାରିବେନି । ମାତ୍ର ଦୁଇଟି ଆଙ୍ଗୁଠି ସାହାଯ୍ୟରେ ନନଷ୍ଟପ ଫିଙ୍ଗରଟିପ ପୁସଅପ୍ ମାରୁଛନ୍ତି । କେବଳ ସେତିକି ନୁହଁ, ରାସ୍ତାରେ ଚାଲିଛି ଦୁଇ ଚକିଆ ସ୍କୁଟର ଆଉ ସ୍କୁଟରର ପଛ ଭାଗରେ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଷ୍ଟଣ୍ଟ୍ କରୁଛନ୍ତି । ଆଉ ଏକାଥରକେ ସ୍କୁଟର ଷ୍ଟଣ୍ଟ୍ କରି ୩ କିଲୋମିଟର ପର୍ଯ୍ୟନ୍ତ ସେ ଯାଇ ପାରୁଛନ୍ତି ।

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଶିଆଡିହି ଗ୍ରାମର ୫୦ ବର୍ଷୀୟ ପ୍ରଶାନ୍ତ କୁମାର ବେହେରା । ଗାଁର ଅଧିକାଂଶ ଲୋକ ତାଙ୍କୁ ଷ୍ଟଣ୍ଟ୍ ମ୍ୟାନ ଭାବେ ଜାଣନ୍ତି । ନିଜ ସାଇକେଲରେ ବାଇକର ବିଭିନ୍ନ ଯନ୍ତ୍ରାଂଶ ଲଗାଇ ବାଇକର ରୂପ ଦେଇଛନ୍ତି । ପ୍ରଶାନ୍ତଙ୍କ ଏହି ଦୁଃସାହସିକ ଷ୍ଟଣ୍ଟ ଦେଖିବାକୁ ଦର୍ଶକଙ୍କ ଭିଡ଼ ବି ଲାଗୁଛି ।

ପ୍ରଶାନ୍ତଙ୍କର ଷ୍ଟଣ୍ଟ୍ ଯେତିକି ରୋମାଞ୍ଚକର, ତାଙ୍କର ଅସଲି ଜୀବନ କିନ୍ତୁ ସେତିକି ଦୁଃଖ ଦାୟକ । ପ୍ରଶାନ୍ତ ହେଉଛନ୍ତି ଜଣେ ଦିନ ମଜୁରିଆ । ମଜୁରୀ କରି ଯେତିକି ପଇସା ରୋଜଗାର ହୁଏ, ସେତିକିରେ ଚଳେ ତାଙ୍କର ୪ ପ୍ରାଣୀ କୁଟୁମ୍ବ । କାମ ନମିଳିଲେ ଘରେ ଚୁଲି ଜଳିବା ମୁସ୍କିଲ୍ । ସେନା ଓ ପୋଲିସ ବିଭାଗରେ ଚାକିରିଟିଏ ପାଇଁ ବହୁ ଚେଷ୍ଟା କରିଥିଲେ ପ୍ରଶାନ୍ତ, ହେଲେ ସଫଳ ନହେବାରୁ ଏପରି ଦୁଃସାହସିକ ଷ୍ଟଣ୍ଟ୍ କରୁଛନ୍ତି । ପୂର୍ବରୁ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ ସମ୍ମାନ ମିଳିସାରିଛି । ଆଉ ଆଗକୁ ଗିନିଜ ବୁକ ଅଫ ୱ।ର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଶାନ୍ତ । ମାତ୍ର ଘରର ଆର୍ଥିକ ସ୍ଥିତି ଏଥିପାଇଁ ବାଧକ ସାଜିଛି ।

 

 

  • Reported by:
  • RAJASHREE SATAPATHY