Advertisment

ହୃଦୟବିଦାରକ : ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ବିସ୍ଫୋରଣରେ ଅନ୍ୟ ୪ ଜଣ ଗୁରୁତର, ହସ୍ପିଟାଲ ସ୍ଥାନାନ୍ତର

ଅଦ୍ୟତନ ହୋଇଛି
Explosion At Firecrackers Manufacturing Unit In Khordha

firecracker explosion

Advertisment

ଠାକୁରଙ୍କ ଉତ୍ସବ ପୂର୍ବରୁ ବଡ଼ ଅଘଟଣ । ବାଣ ବିସ୍ଫୋରଣ(firecracker explosion)ରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ଅନ୍ୟ ୪ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଗାଁରେ ଏହି ବିସ୍ଫୋରଣ ଘଟିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । 

Advertisment

ସୂଚନା ଅନୁସାରେ ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁରେ ଏକ ଘରେ ବାଣ ରଖାଯାଇଥିଲା । ଆଜି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ନିଆଁ ଚାରିଆଡ଼େ ବ୍ୟାପିଯିବା ସହ ଘର ଭିତରେ ଥିବା ବାଣଗୁଡ଼ିକ ଫୁଟିବାରେ ଲାଗିଥିଲା ।

ଫଳରେ ଘରେ ଭିତରେ ଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ । ତୁରନ୍ତ ଏନେଇ ଖବର ଦେବାପରେ ଅଗ୍ନିଶମ ବାହିନୀ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ବାଣ ଏତେ ଜୋରରେ ଫୁଟୁଥିଲା ଯେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ଫଳରେ ନିଆଁରେ ପୋଡ଼ିହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ୪ ଗୁରୁତର ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ସିଧାସଳଖ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ନିଆଯାଇଛି ।

Advertisment

Fire Mishap Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ