Advertisment

ହୋମଗାର୍ଡଙ୍କ ପାଇଁ ‘ସୁପ୍ରିମ’ ନିର୍ଦ୍ଦେଶ, ବଢ଼ିଲା ଦରମା !

ବର୍ଦ୍ଧିତ ବେତନ ପିଛିଲା ଭାବେ ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ । ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।

Homeguard Salary Hike

Homeguard Salary Hike

Advertisment

ରାଜ୍ୟର ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୈନିକ ୫୩୩ ଟଙ୍କା ବେତନ ସପକ୍ଷରେ ହାଇକୋର୍ଟ ରାୟ ଦେଇଥିଲେ । ସେହି ରାୟକୁ ସୁପ୍ରିମକୋର୍ଟ କାଏମ୍ କରିଛନ୍ତି । ତା’ସହ ବର୍ଦ୍ଧିତ ବେତନ ପିଛିଲା ଭାବେ ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Advertisment

ଅନ୍ୟପଟେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(Dearness Allowance-DA) ବର୍ଷକୁ ୨ ଥର ବୃଦ୍ଧି ପାଇଥାଏ। ଏହି ଭତ୍ତା କର୍ମଚାରୀଙ୍କ ବେସିକ୍‌ ସାଲାରି ସହ ଯୋଡ଼ି ହେବାସହ ସମସ୍ତ ଭତ୍ତା ପ୍ରତିଶତ ଆଧାରରେ ମିଳିଥାଏ। ସରକାରୀ କର୍ମଚାରୀମାନେ ଜାନୁଆରୀ ମାସର ମହଙ୍ଗା ଭତ୍ତା ଅପେକ୍ଷାରେ ଥିବାବେଳେ ହୋଲି ପୂର୍ବରୁ ସରକାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ଏନେଇ କିଛିବି ଘୋଷଣା ହୋଇନାହିଁ। ଏବେବି ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧି ଅପେକ୍ଷାରେ ଅଛନ୍ତି। 

Advertisment

ସେପଟେ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ମହାମାରୀ କରୋନା ସମୟରେ ଅଟକି ଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏ ମିଳିବ ନାହିଁ। ଲୋକସଭାରେ ପ୍ରଶ୍ନ କାଳ ସମୟରେ ସରକାର ଏହି ସୂଚନା ଦେଇଥିଲେ। ମହାମାରୀରେ ହୋଇଥିବା କ୍ଷତିରୁ ପୁନରୁଦ୍ଧାର ପାଇଁ ୩୪,୪୦୨.୩୨ କୋଟି ଟଙ୍କା ସଞ୍ଚୟ କରାଯାଇଛି। 

ସୂଚନାଥାଉ କି, କରୋନା ସମୟରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍‌ ୩ଟି କିସ୍ତିରେ ମିଳିନଥିଲା। ୨୦୨୦ ମସିହା ଜାନୁଆରୀ, ୨୦୨୦ ମସିହା ଜୁଲାଇ ଓ ୨୦୨୧ ମସିହା ଜାନୁଆରୀର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍‌ ମିଳିନାହିଁ। 

Advertisment

Odisha Police Home Guard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ