Advertisment

ଅପେକ୍ଷା କର, ମୁଁ ଟ୍ରାଫିକରେ ...

ଇଣ୍ତିଗୋ ବିମାନ କମ୍ପାନୀକୁ କପିଲ ଶର୍ମାଙ୍କ ସମାଲୋଚନା । ବିମାନ ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବକୁ ନେଇ ସମାଲୋଚନା କଲେ କପିଲ ।

ଅଦ୍ୟତନ ହୋଇଛି
Kapil Sharma

Kapil Sharma

Advertisment

ଇଣ୍ତିଗୋ ବିମାନ କମ୍ପାନୀକୁ କପିଲ ଶର୍ମାଙ୍କ ସମାଲୋଚନା । ବିମାନ ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବକୁ ନେଇ ସମାଲୋଚନା କଲେ କପିଲ । ପାଇଲଟ ଟ୍ରାଫିକରେ ଥିଲେ, ସେଥିପାଇଁ ବିମାନ ଉଡାଣ ଭରିବାରେ ବିଳମ୍ବ ହେବ । କମ୍ପାନୀ ପକ୍ଷରୁ ଏପରି ସଫେଇ ପରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଚ X ରେ ପ୍ରବଳ ସମାଲୋଚନା କରିଛନ୍ତି କପିଲ ।

Advertisment

କପିଲଙ୍କ ଅଭିଯୋଗ ଅନୁଯାୟୀ, ଯାତ୍ରୀମାନଙ୍କୁ ବସରେ ପ୍ରାୟ ଏକ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ଏଥିପାଇଁ କମ୍ପାନୀ ତରଫରୁ କୁହା ଯାଇଥିଲା ଯେ, ପାଇଲଟ ଟ୍ରାଫିକରେ ଫସି ରହିଛନ୍ତି । ଏନେଇ କପିଲ ନିଜ ଆକାଉଣ୍ଚରେ ଲେଖିଛନ୍ତି, " ବସରେ ୫୦ ମିନିଟ୍ ଅପେକ୍ଷା କରିବା ପରେ ବର୍ତ୍ତମାନ ଟିମ୍ କହୁଛି ଯେ, ପାଇଲଟ୍ ଟ୍ରାଫିକରେ ଅଟକି ରହିଛନ୍ତି । ରାତି ୮ ଟା ସୁଦ୍ଧା ବିମାନ ଉଡ଼ାଣ ଭରିବାକୁ ଥିବା ବେଳେ ବର୍ତ୍ତମାନ ୯:୨୦ ରେ ମଧ୍ୟ କୌଣସି ପାଇଲଟଙ୍କ ଦେଖା ନାହିଁ ।“

Advertisment

ତେବେ ଏପରି ବ୍ୟବହାର କେବଳ ଯେ ସାଧାରଣ ଯାତ୍ରୀଙ୍କ ସହ କରା ଯାଇଛି ତାହା ନୁହେଁ, ବରଂ ରୋଗୀ ତଥା ହ୍ୱିଲ ଚେୟାରରେ ବସିଥିବା ଯାତ୍ରଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି କପିଲ ଶର୍ମା । କପିଲଙ୍କ ଅନୁସାରେ, ବିମାନଟି ଚେନ୍ନାଇରୁ ମୁମ୍ବାଇ ଯାଉଥିଲା ।

Advertisment

Indigo Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ