Advertisment

ଡରାଇଲାଣି କୋଟା ! ଦୁଇ ମାସ ଭିତରେ ୬ ଜଣଙ୍କ ଆତ୍ମହତ୍ୟା କଲେଣି...

ପୋଲିସ ମୃତ ଛାତ୍ର ଅଭିଷେକଙ୍କ ମୃତଦେହକୁ ଡାକ୍ତରଖାନାର ଶବଗୃହରେ ରଖି ପରିବାର ଲୋକଙ୍କୁ ସୂଚନା ଦେଇଛି । ପରିବାର ଲୋକ ପହଞ୍ଚିବା ପରେ ଅଭିଷେକଙ୍କ ପୋଷ୍ଟ ମର୍ଟମ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଦ୍ୟତନ ହୋଇଛି
KOTA

KOTA

Advertisment

କୋଟାର ଥମୁନି ଛାତ୍ର ଆତ୍ମହତ୍ୟା ମାମଲା । ଚଳିତ ବର୍ଷ ଆରମ୍ଭ ହେଉ ହେଉ ଗଳାଣି ୬ ଜଣଙ୍କ ଜୀବନ । ଶିବରାତ୍ରି ଦିନ ସକାଳୁ ସକାଳୁ କୋଟାରୁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ଏଠାରେ ରହି JEE ପାଇଁ ପାଠ ପଢ଼ୁଥିବା ଜଣେ କୋଚିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କ ରୁମ୍‌ରୁ ସୁଇସାଇଡ୍ ନୋଟ ମଧ୍ୟ ଜବତ କରାଯାଇଛି । ଚଳିତ ବର୍ଷ କୋଟାରେ ଏହା ଷଷ୍ଠ ଛାତ୍ର ଆତ୍ମହତ୍ୟା ମାମଲା । ଗତ ବର୍ଷ ୨୯ ପିଲା ଆତ୍ମହତ୍ୟା କରିଥିଲେ ।

Advertisment

ପୋଲିସ ଏବଂ ପ୍ରଶାସନର ଅନେକ ଚେଷ୍ଟା ପରେ ବି କୋଟାରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ପାଠ ପଢ଼ା ଏବଂ ପରୀକ୍ଷା ଚାପ ଯୋଗୁଁ ଶୁକ୍ରବାର ପୁଣି ଜଣେ କୋଚିଂ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।

କୋଚିଂ ଛାତ୍ର ଅଭିଷେକ କୁମାର ବିହାରର ଭାଗଲପୁରର ବାସିନ୍ଦା । ସେ କୋଟାରେ ଏକ ଘରୋଇ କୋଚିଂ ସଂସ୍ଥାରେ ଆଡ୍‌ମିଶନ କରି ଜେଇଇ ମେନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ । ଛାତ୍ର ଜଣକ ଗତ ଏକ ବର୍ଷ ଧରି କୋଟାର ବିଜ୍ଞାନ ନାଗର ଥାନା ଅଧିନରେ ପିଜିରେ ରହୁଥିଲେ। ମୃତ ଛାତ୍ର ଅଭିଷେକ ସଫ୍ଲାସ୍‌ ଖାଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କ କୋଠରୀରୁ ପୋଲିସକୁ ସଫ୍ଲାସ ବୋତଲ ମିଳିଛି।

Advertisment

ସୁଇସାଇଡ୍‌ ନୋଟରେ ଲେଖା ଯାଇଛି, 'କ୍ଷମା କରିବେ ବାପା, ମୁଁ JEE କରିପାରିବି ନାହିଁ'

କୁହାଯାଉଛି ଯେ ଯେତେବେଳେ କୋଚିଂ ସଂସ୍ଥା ସହ ଯୋଗାଯୋଗ କରିଥିଲା ସେତେବେଳେ ଜାଣିବାକୁ ପାଇଥିଲା ଯେ, ଅଭିଷେକ ଜାନୁଆରୀ ୨୯ରେ ପରୀକ୍ଷା ଦେବାକୁ ମଧ୍ୟ ଆସିନଥିଲା । ଏହାପରେ ୧୯ ଫେବୃଆରୀରେ ମଧ୍ୟ ତାଙ୍କର ପରୀକ୍ଷା ଥିଲା, ସେହି ପରୀକ୍ଷା ଦେବା ପାଇଁ ମଧ୍ୟ ଅଭିଷେକ ଆସିନଥିଲେ । ପୋଲିସ ଅଭିଷେକ ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍ ମଧ୍ୟ ଜବତ କରିଛି । ଯେଉଁଥିରେ ଲେଖାଅଛି, ‘ସରି ପାପା ମୁଁ JEE କରିପାରିବି ନାହିଁ’ ।

Advertisment

ପୋଲିସ ମୃତ ଛାତ୍ର ଅଭିଷେକଙ୍କ ମୃତଦେହକୁ ଡାକ୍ତରଖାନାର ଶବଗୃହରେ ରଖି ପରିବାର ଲୋକଙ୍କୁ ସୂଚନା ଦେଇଛି । ପରିବାର ଲୋକ ପହଞ୍ଚିବା ପରେ ଅଭିଷେକଙ୍କ ପୋଷ୍ଟ ମର୍ଟମ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାରା ଦେଶରେ ଏଜୁକେସନ୍ ହବ୍‌ ଭାବେ ‘କୋଟା’ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କିନ୍ତୁ ଏବେ ସବୁଠାରୁ ଅଧିକ ଛାତ୍ର ମୃତ୍ୟୁ ଖବର କୋଟାକୁ ବଦ୍‌ନାମ କରୁଛି । ‘କୋଟା’ ଛବି ସାରା ଦେଶରେ ମଳିନ ପଡ଼ିବାରେ ଲାଗିଛି । ଅଭିଭାବକମାନେ ନିଜ ପିଲାଙ୍କୁ କୋଟାରେ ପାଠ ପଢ଼ାଇବା ପାଇଁ ଏବେ ଡରିଲେଣି । ଗତ ବର୍ଷ ପ୍ରାୟ ୨୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ଏବର୍ଷ ଆରମ୍ଭ ହେଉ ହେଉ ୬ ଜଣ ଆତ୍ମହତ୍ୟା କରିସାରିଲେଣି ।

ଅନ୍ୟପଟେ ଆତ୍ମହତ୍ୟା ଭଳି ପନ୍ଥା ନଆପଣାବା ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାନା ପ୍ରକାର ପଦକ୍ଷେପ ନିଆଯାଉଛି । ଏମିତିକି ପ୍ରଶାସନ ପକ୍ଷରୁ ‘କାମୟାବ୍ କୋଟା’ ଓ ‘ଡିନର ୱିଥ୍ କଲେକ୍ଟର’ ଆଭିଯାନ ମଧ୍ୟ ଆରମ୍ଭ କରାଯାଇଛି ।

ଅନ୍ୟପଟେ କୋଟାରେ ହଷ୍ଟେଲ ଏବଂ ପିଜି ରୁମରେ ଆଣ୍ଟି-ହ୍ୟାଙ୍ଗିଂ ଉପକରଣ ଲଗାଯାଉଛି । ସହରର ନୂଆ ଏସପି ଡକ୍ଟର ଅମୃତା ଦୁହାନ ହଷ୍ଟେଲଗୁଡ଼ିକୁ ଯାଇ ଛାତ୍ରମାନଙ୍କୁ ଭେଟୁଛନ୍ତି ।

Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ