Baliyatra
ସହର ଭିତରେ ଗାଁ ପରିବେଶ । କେଉଁଠି କୁଡିଆ ଘର, କେଉଁଠି ପଘାରେ ବନ୍ଧା ହୋଇଛି ଝୁମୁରୀ ଗାଈ, ଆଉ କେଉଁଠି ଘୁଷୁରୀ ପଲ ତ ପୁଣି ଭଳିକି ଭଳି କୁକୁଡା ଚାଷ । ପୁଣି ରଙ୍ଗୀନ୍ ମାଛ ସହ ଛେଳି, ବତକ ବି ଅଛନ୍ତି । ଖାଲି ସେତିକି ନୁହଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଆଦି କେତେ କଣ ଗୋଟିଏ ସ୍ଥାନରେ ଦେଖିବାକୁ ପାଉଛନ୍ତି ଲୋକେ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ବାଲିଯାତ୍ରାରେ । ଚଳିତବର୍ଷ ‘କଟକ ଇନ୍ କଟକ’ ପାଭିଲିଅନରେ ମେଳା ବୁଲିବାକୁ ଆସିଥିବା ଲୋକମାନେ ଦେଖିବାକୁ ପାଉଛନ୍ତି ଗ୍ରାମୀଣ ଓଡିଶାର ଝଲକ । ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଭଳି ନିରୋଳା ଗାଁ ପରିବେଶକୁ ଦେଖି ପୁରୁଣା ଦିନରେ ହଜି ଯାଉଛନ୍ତି ଲୋକେ। ଆଉ ଛୋଟ ପିଲାଙ୍କ ପାଇଁ ଇୟେ ଆଣି ଦେଇଛି ଏକ ନିଆରା ଅନୁଭବ ।
ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ବେପାର ବଣିଜର ପସରା ସହ ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନରେ ମୁଖରିତ ହେଉଛି ବାଲିଯାତ୍ରା ପଡିଆ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Baliyatra_1701178887.jpg)