Advertisment

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ; ଶେଷରେ ଧୋକା ଦେଇ ଯୁବକ ଫେରାର୍...

ବିବାହର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ। ପରେ ପୀଡିତାଙ୍କ ଗର୍ଭନଷ୍ଟ କରି ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Youth Accused of False Love and Betrayal

Youth Accused of False Love and Betrayal

Advertisment

ପ୍ରଥମେ ମିଛି ମିଛିକା ଭଲ ପାଇବା। ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ଓ ଶେଷରେ ଧୋକା ଦେଇ ଯୁବକ ଫେରାର୍। ଏଭଳି ଏକ ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳରୁ।

Advertisment

ଉଭୟ ପିଲାବେଳେ ଭଲ ପାଉଥିବା କହିଛନ୍ତି ପୀଡିତା। ବିବାହର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ। ପରେ ପୀଡିତାଙ୍କ ଗର୍ଭନଷ୍ଟ କରି ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଖଡ଼ିଆଳ ପୋଲିସ କୌଣସି ପଦକ୍ଷେପ ନେଉନଥିବାରୁ ପୀଡ଼ିତା ପରିବାର ନୂଆପଡ଼ା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେପଟେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ନୂଆପଡ଼ା ଏସପି କହିଛନ୍ତି।

ଏପଟେ ଆଠଗଡ଼ ବଡମ୍ବା ବ୍ଲକରେ ଅଭାବନୀୟ ଘଟଣା । ଜୀବନ ହାରିଲେ ଯୁବତୀ। ପ୍ରେମ ପାଇଁ ଯୁବତୀ ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବଡମ୍ବା ପରେ ଏସସିବିରେ ଭର୍ତ୍ତି କରାଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ତେବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅଧିକ ପଢନ୍ତୁ: ଶିକ୍ଷା ମନ୍ଦିରରେ ପାପ ପୂଜାରୀ, ପୁଣି ଆଉ ଜଣେ ଅଧ୍ୟାପକଙ୍କ ନାଁରେ ଅଭିଯୋଗ

Nuapada Betrayal Marriage Betrayal Fake Lover Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ