Advertisment

ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ନେଲେ ଖୁରାନିଆ

ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କଲେ ୱାଇ. ବି. ଖୁରାନିଆ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଅଦ୍ୟତନ ହୋଇଛି
YB Khurania Takes Over As Odisha DGP

yb khurania ips

Advertisment

ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କଲେ ୱାଇ. ବି. ଖୁରାନିଆ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କଲେ । ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ଖୁରାନିଆ। 

Advertisment

୧୯୯୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ୱାଇ. ବି. ଖୁରାନିଆ ଏହା ପୂର୍ବରୁ ବିଏସଏଫର ସ୍ପେଶାଲ୍ ଡିଜି ଥିଲେ। ଚାକିରି କାଳ ଆରମ୍ଭରେ ୫ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ୱାଇ. ବି. ଖୁରାନିଆ। ନୟାଗଡ଼, ଯାଜପୁର, ଗଂଜାମ, ମୟୂରଭଂଜ, ରାଉରକେଲା ଏସପି ଥିଲେ। ପଦୋନ୍ନତି ପରେ ବ୍ରହ୍ମପୁର, ସମ୍ବଲପୁରରେ ଡିଆଇଜି ଭାବରେ କାର୍ଯ୍ୟ କରିଥିଲେ।

ଅଧିକ ପଢ଼ନ୍ତୁ: ଭୁବନେଶ୍ବର ଏମ୍ସ ପାଇଁ ନୂଆ ଯୋଜନା; ୪ଟି ବିଭାଗରେ ଖୋଲିବ ସେଣ୍ଟର ଅଫ୍ ଏକ୍ସିଲେନ୍ସ ...

Advertisment

ପରେ ସମ୍ବଲପୁର ଆଇଜି ଓ ସ୍ପେଶାଲ୍ ଆର୍ମଡ ପୋଲିସର ଆଇଜି ଭାବେ କାର୍ଯ୍ୟ ତୁଲାଇଥିଲେ ଖୁରାନିଆ। ଭୁବନେଶ୍ବର-କଟକ ପୋଲିସ କମିଶନର ଭାବେ ବି କାର୍ଯ୍ୟ କରିଥିଲେ। ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ବ ମଧ୍ୟ ସେ ତୁଳାଇଥିଲେ। 

ପୂର୍ବରୁ ସେ ଭିଜିଲାନ୍ସର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିଲେ। ପରେ କେନ୍ଦ୍ରକୁ ଯାଇ BSF ସ୍ପେଶାଲ ଡିଜି ହୋଇଥିଲେ। ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଖୁରାନିଆ ।

Advertisment

DGP IPS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ