Advertisment

Women Allowed Night Shifts in Pvt Firms: ନାଇଟ୍ ସିଫ୍ଟ କରିପାରିବେ କର୍ମଜୀବୀ ମହିଳା; ନୂଆ ଗାଇଡଲାଇନ୍ ଜାରି କଲା ଶ୍ରମ ବିଭାଗ...

ନାରୀ ସଶକ୍ତିକରଣ ସହ ସୁରକ୍ଷାକୁ ସରକାରଙ୍କ ଗୁରୁତ୍ବ । ଘରୋଇ ପ୍ରତିଷ୍ଠାନ ବା ବ୍ୟବସାୟ କେନ୍ଦ୍ରରେ ମହିଳାମାନେ ରାତ୍ରିକାଳୀନ ସିଫ୍ଟ ରେ ଡ୍ୟୁଟି କରିପାରିବେ। ଏଥିପାଇଁ ସେମାନଙ୍କୁ ସହମତି ପତ୍ର ଦେବାକୁ ପଡ଼ିବ। ଏ ନେଇ ଗାଇଡ୍ ଲାଇନ୍ ଜାରି କରିଛି ଶ୍ରମ ବିଭାଗ।

ଅଦ୍ୟତନ ହୋଇଛି
Women Allowed Night Shifts in Pvt Firms

Women Allowed Night Shifts in Pvt Firms

Advertisment

ଏଣିକି ପ୍ରାଇଭେଟ୍ କମ୍ପାନୀରେ ନାଇଟ୍ ଡ୍ୟୁଟି କରିପାରିବେ କର୍ମଜୀବୀ ମହିଳା । ଏଥିପାଇଁ ଥିବା ନିୟମାବଳୀରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଶ୍ରମ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ସହ ନିଯୁକ୍ତି କ୍ଷେତ୍ରରେ ନାରୀଙ୍କୁ ଅଧିକ ସୁଯୋଗ ଦେବାକୁ ଲକ୍ଷ୍ୟ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। 

Advertisment

ନାଇଟ୍ ସିଫ୍ଟ କରିପାରିବେ କର୍ମଜୀବୀ ମହିଳା । ନିଯୁକ୍ତି କ୍ଷେତ୍ରରେ ନାରୀଙ୍କୁ ଅଧିକ ସୁଯୋଗ ମୁଖ୍ୟ ଉଦ୍ଦେଶ୍ୟ । ନାରୀ ସଶକ୍ତିକରଣ ସହ ସୁରକ୍ଷାକୁ ସରକାରଙ୍କ ଗୁରୁତ୍ବ । ଘରୋଇ ପ୍ରତିଷ୍ଠାନ ବା ବ୍ୟବସାୟ କେନ୍ଦ୍ରରେ ମହିଳାମାନେ ରାତ୍ରିକାଳୀନ ସିଫ୍ଟ ରେ ଡ୍ୟୁଟି କରିପାରିବେ। ଏଥିପାଇଁ ସେମାନଙ୍କୁ ସହମତି ପତ୍ର ଦେବାକୁ ପଡ଼ିବ। ଏ ନେଇ ଗାଇଡ୍ ଲାଇନ୍ ଜାରି କରିଛି ଶ୍ରମ ବିଭାଗ। ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି। ଘରୋଇ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାର୍ଯ୍ୟ କରିବା ନେଇ ଥିବା ସରକାରୀ ବାଧ୍ୟବାଧକତାକୁ କୋହଳ କରାଯାଇଛି। ଏଥିସହ ନିଯୁକ୍ତି ସଂସ୍ଥାଗୁଡିକ ପାଇଁ ମଧ୍ୟ ନିୟମାବଳୀ ଲାଗୁ ହୋଇଛିି।

ନାଇଟ୍ ସିଫ୍ଟ ସର୍ବନିମ୍ନ ତିନିଜଣ ମହିଳା କର୍ମଚାରୀଙ୍କୁ ଏକସଙ୍ଗେ ଦିଆଯିବ। ସଂସ୍ଥାର ଜଣେ ମହିଳା ରାତିରେ ଡ୍ୟୁଟି କରିବେ ନାହିଁ। ନାଇଟ୍ ସିଫ୍ଟରେ ଥିବା ମହିଳା କର୍ମଚାରୀଙ୍କୁ ନେବା ଆଣିବା ପାଇଁ ଜିପିଏସ ସିଷ୍ଟମ ବିଶିଷ୍ଟ ଗାଡି ବ୍ୟବସ୍ଥା ସଂସ୍ଥା କରିବେ। ଖାଲି ସେତିକି ନୁହଁ ଟଏଲେଟ୍ ଓ ପାନୀୟ ଜଳ ସହିତ CCTV ବ୍ୟବସ୍ଥା କର୍ମକ୍ଷେତ୍ରରେ ରହିବ। ଦୁଇଟି ସିଫ୍ଟ ମଧ୍ୟରେ ବ୍ୟବଧାନ 8 ଘଣ୍ଟା ରହିବ। ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ଓ ନାରୀ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ପୂର୍ବରୁ ଥିବା ଏହି ନିୟମକୁ ସଂଶୋଧନ କରିଛନ୍ତି।

Advertisment

ସେପଟେ ଶ୍ରମ ବିଭାଗର ଏହି ନିଷ୍ପତ୍ତି ପରେ ରାଜନୀତି ଜୋର୍ ଧରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। କହିଛନ୍ତି କର୍ମଜୀବୀ ମହିଳା ମାନେ ନିଜେ ସହମତି ପତ୍ର ଦେଇ ନାଇଟ୍ ସିଫ୍ଟ କରିବା ମାନେ ନିଜ ସୁରକ୍ଷା ନିଜେ ନବା। ଏହାର ଅର୍ଥ ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ। ସେପଟେ ଶ୍ରମ ମନ୍ତ୍ରୀଙ୍କ ଯୁକ୍ତି, କାର୍ଯ୍ୟ କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କୁ ସମାନ ସୁଯୋଗ ଦେବା ଓ ସୁରକ୍ଷିତ କର୍ମସ୍ଥଳୀ ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏବେ ଦେଖିବାର କଥା ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଏହି ନିୟମକୁ କଡାକଡି ଭାବେ କେତେଦୂର ପାଳନ କରୁଛନ୍ତି।

Odisha Government Womens Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ