Advertisment

କଅଁଳ କଥା କହି ସବୁ ଧନ ସମ୍ପତ୍ତି ହାତେଇ ନେଲା ବଡ଼ ପୁଅ, ଏବେ ମା କରୁଛି ଗୁହାରୀ

ଆଉ କେତେ ବା ସାନ ପୁଅମାନଙ୍କ ଗଞ୍ଜଣା ସହିଥାନ୍ତା ବିଚରା ମାଆଟି । ଆଉ ସେଇଥି ପାଇଁ ପୁଅର ସ୍କୁଲରେ ପହଞ୍ଚିଛି ମାଆ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଅଞ୍ଚଳର ଏକ ଘଟଣା । ବଡ଼ ପୁଅ ନାଁରେ ଏପରି ଅଭିଯୋଗ ଆଣି ଭାଙ୍ଗି ପଡ଼ିଛନ୍ତି ମାଆ ସେବତୀ ନାୟକ ।

ଅଦ୍ୟତନ ହୋଇଛି
Property Case

Property Case

Advertisment

ନ୍ୟାୟ ପାଇଁ ପୁଅ ଚାକିରି କରିଥିବା ସ୍କୁଲ ଆଗରେ ଠିଆ ହେଇଛି ମାଆ...କାରଣ ଯେଉଁ ଭରସା, ବିଶ୍ୱାସରେ ନିଜ ପୁଅକୁ ଛୋଟରୁ ବଡ଼ କରିଥିଲା । ସେ ପୁଅ ଆଜି ଚଞ୍ଚକତା କରି ବାପା ମାଆଙ୍କ ସମ୍ପତ୍ତିକୁ ନିଜ ନାଁରେ କରେଇ ନେଇଛି । ନିଜର ଅନ୍ୟ ଭାଇମାନେ ଥିଲେ ବି ସ୍ୱାର୍ଥପର ହୋଇପଡ଼ିଛି ବଡ଼ପୁଅ । ଏପରିକି ବାପା ରୋଗ ଶଯ୍ୟାରେ ପଡ଼ିଥିଲେ ବି ବିଚାର କରିନି ଶିକ୍ଷକ ପୁଅ ।

Advertisment

ଆଉ କେତେ ବା ସାନ ପୁଅମାନଙ୍କ ଗଞ୍ଜଣା ସହିଥାନ୍ତା ବିଚରା ମାଆଟି । ଆଉ ସେଇଥିପାଇଁ ପୁଅର ସ୍କୁଲରେ ପହଞ୍ଚିଛି ମାଆ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଅଞ୍ଚଳର ଏକ ଘଟଣା । ବଡ଼ ପୁଅ ନାଁରେ ଏପରି ଅଭିଯୋଗ ଆଣି ଭାଙ୍ଗି ପଡ଼ିଛନ୍ତି ମାଆ ସେବତୀ ନାୟକ ।

ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ହେଉଛନ୍ତି ମତୋ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ନାୟକଙ୍କ ପତ୍ନୀ ସେବତୀ ନାୟକ । ସ୍ୱାମୀ ବିଦ୍ୟାଧର ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ହୋଇ ୭ବର୍ଷ ହେଲା ଶଯ୍ୟାଶାୟୀ ହୋଇପଡ଼ିଛନ୍ତି । ବିଦ୍ୟାଧରଙ୍କ ୫ ପୁଅ ମଧ୍ୟରୁ ଜଣେ ମାନସିକ ବିକାର ଗ୍ରସ୍ତ ଥିଲାବେଳେ ଆଉ ୪ ପୁଅ ଚାକିରି କରନ୍ତି । ସେଥିମଧ୍ୟରୁ ୩ପୁଅ ବାହାରେ ଚାକିରି କରିଥିଲା ବେଳେ ବଡ଼ ପୁଅ ଜଳେଶ୍ଵରପୁର ପଞ୍ଚାୟତ ପଞ୍ଚମୁଖା ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଚାକିରି କରିଛନ୍ତି ।

Advertisment

ହେଲେ ଭାଇମାନେ ଵାହାରେ ରହୁଥିବାର ସୁଯୋଗ ନେଇ ବଡ଼ ପୁଅ ମନୋଜ ନାୟକ ସମସ୍ତଙ୍କ ନାଁରେ ଜମି ବାଡ଼ିକୁ ପଟା କରିବାକୁ କହି ନିଜ ନାମରେ କରିଥିବା ଅଭିଯୋଗ ହୋଇଛି । ଏହାସହ ମୋଟ ୪୪ ଡିସିମିଲ ଜାଗାକୁ ମାନସିକ ବିକାର ଗ୍ରସ୍ତ ପୁଅ ଏବଂ ନିଜ ନାଁରେ ହାତେଇଛନ୍ତି । ହେଲେ ଦୁଇ ବର୍ଷ ପରେ ଏନେଇ ଜଣାପଡ଼ିବା ପରେ ହେଲେ ସାନ ପୁଅମାନେ ମାଆକୁ ଗଞ୍ଜଣା ଦେବାକୁ ଆରମ୍ଭ କରିଥିଲେ ।

ତେବେ ବଡ଼ ପୁଅକୁ ଜଣାଇବା ପରେ ବି କୌଣସି ସମାଧାନ ହୋଇ ନପାରିବାରୁ ପରେ ତହସିଲ, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ତଥାପି ନିରାଶ ହେଲେ। ଯେତେବେଳେ ଅନ୍ୟ ପୁଅମାନେ ମା'କୁ ବାରମ୍ବାର ଏହି ଘଟଣାକୁ ନେଇ ଘରେ ବିଶୃଙ୍ଖଳା କଲେ, ଶେଷରେ ମା ସ୍କୁଲ ଦୁଆରେ ଠିଆ ହେବାକୁ ବାଧ୍ୟ ହେଲେ । ତେବେ ବିଚରା ମା ଠିଆ ହୋଇଥିଲା ବେଳେ ବିଦ୍ୟାଳୟରେ ତାଲା ପକାଇ ଚାଲି ଯାଇଥିଲେ ବଡ଼ପୁଅ । ଏହି ଘଟଣାରେ ବଡ଼ ପୁଅ ମନୋଜ ନାୟକ କ୍ୟାମେରା ସମ୍ମୁଖରେ କିଛି ବି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

Advertisment

Property
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ