Advertisment

ବନ୍ୟଜନ୍ତୁଙ୍କ ଭିଡିଓ ମାମଲା: ସୋସିଆଲ ମିଡିଆରୁ କେତେ କରିଛନ୍ତି ରୋଜଗାର, ଖୋଳତାଡ କରିବ ଇଡି

ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରି ଟଙ୍କା ରୋଜଗାର ମାମଲାରେ ତଦନ୍ତ କରିବ ଇଡି।

ED

ED

Advertisment

ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରି ଟଙ୍କା ରୋଜଗାର ମାମଲାରେ ତଦନ୍ତ କରିବ ଇଡି। ଏନେଇ ଇଡି ନିର୍ଦେଶକଙ୍କୁ ଚିଠି ଲେଖିଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଯାଜପୁରର ବଦ୍ରି ନାରାୟଣ ଭଦ୍ରା ଓ ମୋନାଲିସା ଭଦ୍ରାଙ୍କୁ ପୂର୍ବରୁ ଗିରଫ କରିଛି ବନ ବିଭାଗ । ଏ ଦମ୍ପତି ବେଆଇନ ଭାବେ ମାଙ୍କଡ଼କୁ ଘରେ ରଖିବା ସହ ଏହାର ଭିଡିଓକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରୁଥିଲେ। ସେହିପରି ମିଲିୟନ ଫଲଅର୍ସ ଥିବା ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍ ମଧ୍ୟ ସାପ ସହ ଖେଳର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍‌ କରୁଥିଲା । ଏମାନେ ୟୁଟୁବ ଓ ସୋସିଆଲ ମିଡିଆ ଜରିଆରେ କେତେ ଟଙ୍କା କମାଇଛନ୍ତି ତାହାର ଖୋଳତାଡ଼ କରିବ ଇଡି।

Advertisment

ଗତ କିଛି ଦିନ ହେବ ଆକ୍ସନ ମୋଡ୍‌ରେ ରହିଛି ବନ ବିଭାଗ । ସୋସିଆଲ ମିଡିଆରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ୍ କଲେ ୭ ବର୍ଷ ଯାଏଁ ଜେଲ ସହ ଦେବାକୁ ପଡ଼ିପାରେ ଲକ୍ଷେ ଟଙ୍କା ତଣ୍ଡ । ଏନେଇ ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇଥିଲା ବନ ବିଭାଗ। ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରି ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍‌ଙ୍କୁ ପ୍ରଥମେ ଗିରଫ କରିଥିଲା ବନ ବିଭାଗ ।

ବନ ବିଭାଗର ବାରମ୍ବାର ଚେତାବନୀକୁ ଖାତିର ନକରି, ସେ ବେଆଇନ ଭାବେ ସାପ ଧରୁଥିଲେ ଏବଂ ସେହି ଭିଡିଓକୁ ୟୁଟ୍ୟୁବ୍ ଓ ଫେସବୁକ ଆଦିରେ ଛାଡ଼ୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଖାଲି ସେତିକି ନୁହେଁ, ବିଭାଗର କଡ଼ା ତାଗିଦ ପରେ ଲକ୍ଷ ଲକ୍ଷ ସବସ୍କ୍ରାଇବର ଓ ଫଲୋଅର ଥିବା ତାଙ୍କ ଆକାଉଣ୍ଟ କଣ୍ଟେଣ୍ଟକୁ ସସ୍ପେଣ୍ଡ କରିଥିଲେ ଫେସବୁକ୍ ଓ ୟୁଟ୍ୟୁବ କର୍ତ୍ତୃପକ୍ଷ ।

Advertisment

ସେହିପରି ବନ୍ୟଜନ୍ତୁଙ୍କ ସହ ସାମାଜିକ ଗଣମାଧ୍ୟମରେ ଫୋଟୋ ଭିଡିଓ ସେୟାର କରିବା ଯାଜପୁରର ଭଦ୍ରା ଦମ୍ପତିଙ୍କୁ ମହଙ୍ଗ ପଡିଥିଲା । ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଘରେ ଚଢାଉ କରଥିଲା ବନ ବିଭାଗ । ତେବେ ମୋନାଲିସା ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଗିରଫ ଭୟରେ ଫେରାର ହୋଇଯାଇଥିଲେ । ତେବେ କିଛ ଦିନ ଫେରାର ରହିବା ପରେ ଶେଷରେ ଉଭୟେ ବନ ବିଭାଗ ନିକଟରେ ଆତ୍ମସମର୍ପଣ କରିଥିଲେ ।

Odisha PCCF Enforcement Directorate Wild Animals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ