Advertisment

Olive Ridley Turtles Return: ଗହୀରମଥାରୁ କାହିଁକି ମୁହଁ ମୋଡିଲେ ବିରଳ ଅଲିଭରିଡ୍‌ଲେ କଇଁଛ?

୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ତା’ପରେ ବର୍ଷ ତମାମ ଗହୀରମଥା ସମୁଦ୍ର ଉପକୂଳଠାରୁ ୨୦ କି.ମି. ଯାଏଁ ଟ୍ରଲର ସାହାଯ୍ୟରେ ମାଛ ଧରାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।

ଅଦ୍ୟତନ ହୋଇଛି
Olive ridley

Olive ridley

Advertisment

ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ହେଉଛି ଗହୀରମଥା। ପ୍ରତିବର୍ଷ ଏଠାକୁ ରେକର୍ଡ ପରିମାଣର ଅଲିଭରିଡ୍‌ଲେ କଇଁଛମାନେ ଆସି ଅଣ୍ଡାଦାନ କରି ଫେରି ଯାଆନ୍ତି। ହେଲେ ଏଥର କଇଁଛମାନେ ଗହୀରମଥା ନ ଆସି ଋଷିକୂଲ୍ୟା ଆଡେ ମୁହାଁଇଛନ୍ତି। ଫେବ୍ରୁଆରୀ ୧୬ରୁ ୨୩ ତାରିଖ ଯାଏଁ କଇଁଛମାନେ ଋଷିକୂଲ୍ୟା ମୁହାଣରେ ରେକର୍ଡ ପରିମାଣରେ ଅଣ୍ଡାଦାନ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଗହୀରମଥାରୁ କାହିଁକି ମୁହଁ ମୋଡିଲେ ବିରଳ ଅଲିଭରିଡ୍‌ଲେ କଇଁଛ?

Advertisment

ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ରୂପେ ପରିଚିତ ହେଉଛି ଗହୀରମଥା। ବିଶ୍ୱର ଉପଲବ୍ଧ ହେଉଥିବା ସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ସମାଗମ ହୋଇଥାନ୍ତି। ୧୯୭୫ ମସିହାରେ ଗହୀରମଥା ଉପକୂଳରେ ୧୦ କିମି ବାଲୁକା ଶର୍ଯ୍ୟାରେ ଏହି ବିରଳ ବିଦେଶୀ କଇଁଛଙ୍କ ଗଣ ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଥିଲା।

୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ତା’ପରେ ବର୍ଷ ତମାମ ଗହୀରମଥା ସମୁଦ୍ର ଉପକୂଳଠାରୁ ୨୦ କି.ମି. ଯାଏଁ ଟ୍ରଲର ସାହାଯ୍ୟରେ ମାଛ ଧରାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ପ୍ରତ୍ୟେକ ବର୍ଷ ଏହି ବିରଳ କଇଁଛମାନେ ଏହି ସ୍ଥାନକୁ ସୁରକ୍ଷିତ ମଣି ନାଟିକାଲ ମାଇଲ ଅତିକ୍ରମ କରି ଆସିଥାଆନ୍ତି। ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ସାମୁହିକ ଅଣ୍ଡା ଦାନ କରି ଫେରି ଯାଉଥିଲେ।

Advertisment

ଅଧିକ ପଢ଼ନ୍ତୁ: ମହାପ୍ରଭୁଙ୍କୁ ଧରି କହିଲେ ପୀୟୂଷ, ମିଛ କହୁଥିଲେ କୁଷ୍ଠ ରୋଗ ହୋଇଯିବ

ମାତ୍ର ଚଳିତବର୍ଷ ଏଥିରେ ବ୍ରତିକ୍ରମ ଦେଖିବାକୁ ମିଳିଥିଲା। ଯେଉଁ ପରିମାଣରେ ଅଲିଭ୍‌ରିଡ୍‌ଲେ କଇଁଛ ଆସନ୍ତି, ଏଥର ସେହି ପରିମାଣରେ ଆସିନାହାନ୍ତି। ଆଉ ଯେଉଁମାନେ ଆସିଥିଲେ, ସେମାନେ ବାଲି ଶଜ୍ୟାକୁ ଆସିଲେନାହିଁ ଓ ଅଣ୍ଡାଦାନ କଲେନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରତିବର୍ଷ ଅଣ୍ଡାଦାନ କରିବାକୁ ଆସୁଥିବା କଇଁଛମାନେ ଏବର୍ଷ କାହିଁକି ଆସିଲେ ନାହିଁ? ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ପରିବେଶବିତ୍ତଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଓ ବାତ୍ୟା ଦାନା ପ୍ରଭାବରେ ଏଭଳି ଘଟିଛି। ସେପଟେ ଗତ କିଛି ଦିନ ହେଲା କେନ୍ଦ୍ରାପଡ଼ା ଜିଲ୍ଲାରେ କୁଆପଥର ବର୍ଷା ହୋଇଛି। ଯେଉଁଥିପାଇଁ ଅଲିଭ୍‌ରିଡ୍‌ଲେ କଇଁଛମାନେ ଅଣ୍ଡାଦାନ କରୁନଥିବା ଚର୍ଚ୍ଚା ହେଉଛି।

Advertisment

ସୂଚନାରୁ ପ୍ରକାଶ, କଇଁଛଙ୍କ ଅଣ୍ଡାଦାନ ପାଇଁ ପ୍ରତିବର୍ଷ ନଭେମ୍ବର ୧ ତାରିଖଠାରୁ ମଇ ମାସ ୩୧ ତାରିଖ ଯାଏଁ ଦୀର୍ଘ ୭ ମାସ ଧରି ଧାମରା ମୁହାଣଠାରୁ ଦେବୀ ମୁହାଁଣ ଯାଏଁ ଦୀର୍ଘ ୧୨୦ କିଲୋମିଟର ଉପକୂଳରେ ମାଛ ଧରା ଉପରେ କଟକଣା ଜାରି କରାଯାଇଛି। ବନବିଭାଗ, କୋଷ୍ଟଗାର୍ଡ, ମତ୍ସ ବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପାଇଁତରା ମରାଯାଉଛି। ସେମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ଶହଶହ ଟ୍ରଲର ବେଆଇନ୍‌ ଭାବେ ଏଠାରେ ମାଛ ମାରୁଛନ୍ତି। ଯାହାଫଳରେ କଇଁଛଙ୍କ ମୃତ୍ୟୁ ଘଟୁଛି। ଯେଉଁଥିପାଇଁ ଏହି ସ୍ଥାନକୁ ଅସୁରକ୍ଷିତ ମଣି ଅଣ୍ଡା କରିବାକୁ ଆସୁନଥିବା ଆଲୋଚନା ହେଉଛି।

ପାଗ ଅନୁକୂଳ ଥାଇ ଅଲିଭରିଡଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ନହେବା ପରିବେଶବିତମାନଙ୍କୁ ବ୍ୟଥିତ କରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅଲିଭରିଡଲେ ଗହୀରମଥାରୁ ମୁହଁ ମୋଡି ଅଧିକ ସଂଖ୍ୟାରେ ଋଷିକୂଲ୍ୟା ମୁହାଣକୁ ସୁରକ୍ଷିତ ସ୍ଥାନ ବାଛିଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଗତ ୪ ବର୍ଷର ରେକର୍ଡକୁ ଦେଖିଲେ ଗହୀରମଥା ଅପେକ୍ଷା ଅଲିଭରିଡଲେ ଋଷିକୂଲ୍ୟାକୁ ଅଧିକ ପସନ୍ଦ କରୁଛନ୍ତି। ପ୍ରତ୍ୟେକ ବର୍ଷ ଋଷିକୂଲ୍ୟାରେ ଅଧିକ ସଂଖ୍ୟକ କଇଁଛ ଅଣ୍ଡା କରୁଛନ୍ତି।

Kendrapara Olive Ridley Turtles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ