Advertisment

Fake Baba: ନାବାଳକକୁ କିଏ ସଜାଇଲା ଭଗବାନ, ଉଠିଲା ନାନା ପ୍ରଶ୍ନ

ଲୋକେ ତାଲା ଭାଙ୍ଗି ପଶିବା ପରେ ଆଶ୍ରମରେ ଉତ୍ତେଜନା । ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ ।

ଅଦ୍ୟତନ ହୋଇଛି
undefined

ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ

Advertisment

ନାବାଳକଟିକୁ ବାବା ଦର୍ଶାଇ ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଭାଣ୍ଡାମୀ ଅଭିଯୋଗ ମାମଲାରେ ନୂଆମୋଡ଼। ଯେଉଁ ନାବାଳକ ପୁଅକୁ ବିଷ୍ଣୁଙ୍କ ଅବତାର କହୁଥିଲେ ଆଶ୍ରମ ମୁଖ୍ୟ ଏବଂ ଅନୁଗତ, ଆଜି ସାମ୍ନାକୁ ଆସି ଖଣ୍ଡନ କରିଛନ୍ତି ତାଙ୍କ ବାପା। କହିଛନ୍ତି, ମୋ ପୁଅ ଠାକୁର ନୁହେଁ। ତେବେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରେ ତଥାକଥିତ ନାବାଳକ ବାବା ପ୍ରସଙ୍ଗରେ ବାସ୍ତବତା କ’ଣ ? ଟିକି ପିଲାଟିକୁ କିଏ ସଜାଇଥିଲା ବିଷ୍ଣୁଙ୍କ ଅବତାର ? କାହିଁକି ଓ କେଉଁ ପରିସ୍ଥିତିରେ ଭଗବାନ ଆଖ୍ୟା ଦିଆଯାଇଥିଲା ପାଠ ପଢ଼ୁଆ ନାବାଳକଟିକୁ ?

Advertisment

ଗତକାଲି ଭଳି ଆଜି ବି ଆଶ୍ରମରେ ହଲାପଟା...ଠେଲାପେଲା...ବାକବିତଣ୍ଡା.. ପୂର୍ବାହ୍ନରେ କିଛି ସ୍ଥାନୀୟ ଲୋକେ ଆଶ୍ରମ ତାଲା ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମବେଳେ ଉପୁଜିଥିଲା ଉତ୍ତେଜନା ପରିସ୍ଥିତି । ଆଶ୍ରମରେ ଥିବା ଅନ୍ତେବାସୀଙ୍କ ମଧ୍ୟରୁ କିଏ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ ତ ଆଉ କିଏ ଗଣମାଧ୍ୟମ ପ୍ରତିନିଧିଙ୍କ ବାଟ ଓଗାଳିବାକୁ ଚେଷ୍ଟା କରୁଥିଲେ। ଆଉ ଏହି ମୁହାଁମୁହିଁ ସ୍ଥିତି ଭିତରେ ସାମ୍ନାକୁ ଆସିଥିଲା ସେହି ଚର୍ଚ୍ଚିତ KTM ବାଇକ୍। ଯେଉଁ ବାଇକରେ ବସି କୁଆଡ଼େ ତଥାକଥିତ କଲକୀ ଅବତାରୀ ବାବା ଯାଉଥିଲେ ପାଠପଢ଼ି।

ଏହା ସହ ପଢ଼ନ୍ତୁ: 'ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ'

କେବଳ ଏତିକି ନୁହେଁ, ଏକ ଦାମୀ କାର୍ ବି ଦେଖିବାକୁ ମିଳିଥିଲା। ତେବେ ଏସବୁ କାର୍ ଓ ବାଇକ୍ କାହାର, ତାହା ସ୍ପଷ୍ଟ ହୋଇନଥିବା ବେଳେ ଆଜି ସାମ୍ନାକୁ ଆସିଛି ଆଶ୍ରମ ଭିତରର ଦୃଶ୍ୟ। ଏକ ଛୋଟ ମଣ୍ଡପ ସହ ରହିଛି ଆସ୍ଥାନ । ସାଜସଜ୍ଜା ବି କରାଯାଇଛି । କାନ୍ଥରେ ଟଙ୍ଗା ଯାଇଛି ଧନୁତୀର । ଓହଳିଛି ଘଣ୍ଟି । ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ । ଆଉ ୨ ମହଲା ବିଶିଷ୍ଟ କୋଠାରେ ରୋଷଶାଳା ସହ ରହିବା ପାଇଁ କୋଠରୀ ରହିଛି। କିନ୍ତୁ ତାହାରି ଭିତରେ ଆଜି ନା କାହାକୁ ଦେଖିବାକୁ ମିଳିଥିଲା ନା ତଥାକଥିତ ନାବାଳକ ବାବା କିମ୍ବା ତାଙ୍କ ବାପା କାଶୀନାଥ ମିଶ୍ରଙ୍କ ଦର୍ଶନ। କିଛି ଅନୁଗତଙ୍କ କହିବା କଥା, ଉଭୟେ କୁଆଡ଼େ କୋଲକାତା ଯାଇଛନ୍ତି।

Advertisment

କୁହାଯାଉଛି, ଭକ୍ତମୁଖରେ କଲକୀ ଅବତାରୀ ନାବାଳକ ବାବାଙ୍କ ଘର ଯାଜପୁର ବିରଜା ମନ୍ଦିର ଦେବୀଦ୍ୱାର ଅଞ୍ଚଳରେ। ସେହି ଅଞ୍ଚଳର ଲୋକେ ବି ସଂପୃକ୍ତ ନାବାଳକଙ୍କ ଅଲୌକିକ ଜନ୍ମବୃତ୍ତାନ୍ତ ଥିବା ଅବତାରଣା କରିଛନ୍ତି।

ଏସବୁ ଭିତରେ ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ସଂପୃକ୍ତ ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର। କହିଛନ୍ତି, ମୋ ପୁଅ ଠାକୁର ନୁହେଁ। ଏଥିସହ ପୁଅକୁ ଭଗବାନ ଆଖ୍ୟା ଦିଆଯିବା ପଛରେ କିଛି କୁଚକ୍ରୀଙ୍କ ହାତ ଥିବା ଦାବି କରିଛନ୍ତି ସେ। ତେବେ କୁଚକ୍ରୀ କିଏ ? କାରଣ କାଲି ଘଟଣା ସାମ୍ନାକୁ ଆସିବା ପରେ ଖୋଦ୍ ବୈକୁଣ୍ଠ ଧାମ ଆଶ୍ରମର ସଭାପତି ପାଣ୍ଡବ ପରିଡ଼ା ମାଳିକା କଥା ଅନୁସାରେ ଫଟୋରେ ଥିବା ନାବାଳକ କଳକୀଙ୍କ ଅବତାର ବୋଲି କହିଥିଲେ।

Advertisment

ଏପଟେ ଆଜି ବୈକୁଣ୍ଠଧାମ ଆଶ୍ରମର ସଭାପତିଙ୍କ ଦେଖା ଦର୍ଶନ ମିଳି ନଥିଲେ ବି ଅନୁଗାମୀମାନେ କିନ୍ତୁ ବାବାଙ୍କ ଅଲୌକିକତାରେ ମୁଖର। ତେଣୁ କାଶନୀଥଙ୍କ ‘ମୋ ପୁଅ ଠାକୁର ନୁହେଁ’ ବୟାନ ପଛରେ ଘଟଣାକୁ ଭିନ୍ନ ମୋଡ଼ ଦେବାର ଉଦ୍ଦେଶ୍ୟ ନାହିଁତ ? ଅପରପକ୍ଷେ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ। ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ଭରତପୁର ଥାନାକୁ ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି। ତାସହ ତଦନ୍ତ ପାଇଁ CWCକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ସରକାରୀ ଜମିରେ ଆଶ୍ରମ ଥିବା ଅଭିଯୋଗକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ଟିମ୍ ସହ ସାଇଟ୍ ଭିଜିଟ୍ କରିବାକୁ ଉପଜିଲ୍ଲାପାଳଙ୍କୁ କୁହାଯାଇଛି। ବେଆଇନ୍ ନିର୍ମାଣ ଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। 

ଏହା ସହ ପଢ଼ନ୍ତୁ: ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭି ..

Baba Fake Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ