Advertisment

ହାଟ ବଜାରରୁ ଅନ୍ତର୍ଦ୍ଧାନ ଆଳୁ, ଓଡ଼ିଶା ମୁହାଁ ଗାଡ଼ିକୁ ଗୋଡ଼ାଇ ଧରୁଛି ବଙ୍ଗ ପୋଲିସ

ହାଟ ବଜାର, ଘର ଦୁଆର । ଯୁଆଡ଼େ ଯାଆନ୍ତୁ, ସବୁଠି ଏବେ ଆଳୁ ଚର୍ଚ୍ଚା । କାରଣ କେଉଁଠି ଆଳୁ ଗାୟବ ତ ଆଉ କେଉଁଠି ଆକାଶଛୁଆଁ ଦର।

ଅଦ୍ୟତନ ହୋଇଛି
undefined

Potato price

Advertisment

ହାଟରେ ଆଉ ଦିଶୁନି ଆଳୁ । ପିଆଜ, ଅଦା, ରସୁଣ ସହ ଅନ୍ୟ ପରିବା ବି ଅଛି । କିନ୍ତୁ ଆଳୁର ଦର୍ଶନ ନାହିଁ। ରାଜ୍ୟର ଆପଣ ଯେଉଁ ହାଟ-ବଜାରକୁ ଯାଆନ୍ତୁ ଏବେ ଏଭଳି ଅବସ୍ଥା । ଯଦିବା କେଉଁଠି ଗଳାବାଟ ଦେଇ ଆଳୁ ଓଡ଼ିଶା ବଜାରରେ ପହଞ୍ଚିଛି, ସେହି ଆଳୁ କିଲୋ ୫୦-୬୦ରୁ କମ୍ ନୁହଁ। ଗୋଟିଏ ପଟେ ସଙ୍କଟ, ଆରପଟେ ଆଳୁର ଭାଉ ଶୁଣି ଛାନିଆ ଗ୍ରାହକ ଏବଂ ଗୃହିଣୀ।

Advertisment

କିଛିଦିନ ତଳେ ବଡ଼ କଷ୍ଟରେ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ କିଛି ଗାଡ଼ି ଆଳୁ ଧରି ଓଡ଼ିଶା ମାର୍କେଟରେ ଅନଲୋଡ୍ କରିଥିଲେ । ଆଶା କରାଯାଉଥିଲା, ଆଳୁ ସଙ୍କଟରୁ ତ୍ରାହି ମିଳିବ । କିନ୍ତୁ ଗତ ତିନି ଦିନ ହେଲାଣି ହାଟ ବଜାରରୁ ଆଳୁ ଏକ ପ୍ରକାର ଉଭାନ୍ । କୁହାଯାଉଛି, ୟୁପିରୁ ଆଳୁ ମଗାଇଲେ ପହଞ୍ଚିବା ବେଳକୁ ପ୍ରାୟ ୪ ଦିନ ଲାଗୁଥିବାରୁ ଆଳୁ ବି ନଷ୍ଟ ହେଉଛି।

ଏପଟେ ଆଳୁ ଧରି ଓଡ଼ିଶା ଆସୁଥିବା ଗାଡ଼ିକୁ ପ୍ରାୟ ଛାଡୁନି ପଶ୍ଚିମବଙ୍ଗ ପୋଲିସ । ଗୋଡ଼ାଇ ଗୋଡ଼ାଇ ଧରୁଛି ଗାଡ଼ିଗୁଡ଼ିକୁ । ପୋଲିସ ଭୟରେ ଦ୍ରୁତଗତି ଆସୁଥିବାବେଳେ ଓଡ଼ିଶା ସୀମାନ୍ତ ଲୈଲାଣପୁର ନିକଟରେ ଭାରସାମ୍ୟ ହରାଇ ପଡ଼ିଥିଲା । ଶେଷରେ ସେହି ଗାଡ଼ିରୁ ଆଳୁ ସବୁକୁ ପଶ୍ଚିମବଙ୍ଗ ଫେରାଇ ନିଆଯାଇଥିବା ଜଣାପଡ଼ିଛି ।

Advertisment

ଏସବୁ ଭିତରେ ଆଜି ଭୁବନେଶ୍ବରକୁ ପଶ୍ଚିମବଙ୍ଗରୁ ୩ଟି ଏବଂ ୟୁପିରୁ ଗୋଟିଏ ଗାଡ଼ି ପହଞ୍ଚିଛି। ଓଡ଼ିଶାକୁ ଦୈନିକ ଦରକାର ପ୍ରାୟ ୫ ହଜାର ଟନ୍ ଆଳୁ। ଏବେ ଶୀତଳଭଣ୍ଡାରରେ ଯେତିକି ଅଛି, ତାହା ଆଉ ୩ ଦିନ ପରେ ସରିଯିବ। ତଥାପି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବାରୁ ଆଉ ଦିନେ ଦୁଇଦିନ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ହେବ ବୋଲି କହିଛି ବ୍ୟବସାୟୀ ମହାସଂଘ। ସେପଟେ ବଙ୍ଗ ସୀମାନ୍ତ ଭୋଗରାଇର ବିଭିନ୍ନ ହାଟ ବଜାରକୁ ଯାଇ ଆଳୁ ବିକ୍ରିବଟାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଯୋଗାଣ ଅଧିକାରୀ ।

ଏପଟେ ଆଳୁ ସଙ୍କଟ ନେଇ ପୁଣି ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବାବେଳେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଦିନେ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ। ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଗୋଟିଏ ପଟେ ପଶ୍ଚିମବଙ୍ଗ କୁନ୍ଥ କୁନ୍ଥ, ଆରପଟେ ଆବଶ୍ୟକତା ମେଣ୍ଟାଇ ପାରୁନି ୟୁପି ଆଳୁ। ଏଭଳି ସ୍ଥିତିରେ କେବେ ଏବଂ କେମିତି ଫିଟୁଛି ଆଳୁ ସମସ୍ୟାର ସମାଧାନ ବାଟ, ତାକୁ ଅପେକ୍ଷା।

Advertisment

Potato Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ