କେଉଁ ଦିନ ମିଳିବ ସୁଭଦ୍ରା ସହାୟତା, ଆଜି ଆସିପାରେ ତାରିଖ

କେଉଁ ଦିନ ମିଳିବ ସୁଭଦ୍ରା ସହାୟତା ଆଜି ଆସିପାରେ ତାରିଖ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ତାରିଖ ଘୋଷଣା କରିପାରନ୍ତି ।

Subhadra Yojana

‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର । କେଉଁ ଦିନ ମିଳିବ ସୁଭଦ୍ରା ସହାୟତା ଆଜି ଆସିପାରେ ତାରିଖ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ତାରିଖ ଘୋଷଣା କରିପାରନ୍ତି । ସୂଚନା ଅନୁସାରେ ୧୭ ତାରିଖ ଦିନ ସୁଭଦ୍ରା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଥିଲା । ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ ବହୁ ହିତାଧିକାରୀ ପ୍ରଥମ ସୁଭଦ୍ରା କିସ୍ତି ଅପେକ୍ଷାରେ ରହିଛନ୍ତି ।

ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ଓଡ଼ିଶାରେ ଶୁଭାରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯାଇଥିଲା ସୁଭଦ୍ରା ଟଙ୍କା ।

ସେପଟେ ସୁଭ୍ରଦା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେପ୍ଟେମ୍ବର ୨୫ରେ କହିଥିଲେ ଯେ, ଆଗକୁ ଆସୁଛି ମହିଳାମାନଙ୍କ ଉତ୍ସବ। ସେ ପର୍ବ ଅବସରରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏଥିସହ ପର୍ଯ୍ୟାୟ କ୍ରମେ ୧ କୋଟି ମହିଳାଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ସେ କହିଥିଲେ ।

ଅନ୍ୟପକ୍ଷରେ ସପ୍ତାହକ ଭିତରେ ୧ କୋଟି ଛୁଇଁବ ‘ସୁଭଦ୍ରା’ ଆବେଦନ ସଂଖ୍ୟା । ଏଯାଏଁ ୯୨ ଲକ୍ଷ ଆବେଦନ କରିସାରିଲେଣି । E-KYC ପାଇଁ ଟିକେ ସମୟ ଲାଗୁଛି । ତେବେ ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଏ ଆଗ ଓ କିଏ ପରେ ପାଉଛି। କିନ୍ତୁ ସମସ୍ତେ ନିଶ୍ଚିତ ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଛନ୍ତି।