କାଳୀପୂଜା-ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ୱନ୍ଦ୍ୱ, ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ

ଚଳିତବର୍ଷ ପୁଣିଥରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ ହୋଇଛି ।

Diwali

ଚଳିତବର୍ଷ ପୁଣିଥରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ ହୋଇଛି । ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ ।

ସାଧାରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ । ଅକ୍ଟୋବର ୩୧ ଅପରାହ୍ନ ସମୟରେ ଅମାବାସ୍ୟା ରହୁଥିଲେ ହେଁ ପ୍ରତ୍ୟୁଷ ସମୟକୁ ଅମାବାସ୍ୟା ରହୁନଥିବାରୁ ସେହି ଦିନ କେବଳ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ । ତେବେ ନଭେମ୍ବର ୧ ତାରିଖ ଦିନ ଉଭୟ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିବାରୁ ଉକ୍ତ ଦିନ ରାଜ୍ୟରେ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି ।

ସେପଟେ ବେଆଇନ ବାଣ ଗୋଦାମ ଉପରେ କମିଶନରେଟ୍ ପୋଲିସ ଚଢ଼ାଉ କରିଛି । ଦୀପାବଳି ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ । ଅସୁରକ୍ଷିତ ଓ ବିନା ଲାଇସେନ୍ସରେ ଗଚ୍ଛିତ ୨୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି ପୋଲିସ । କମିଶନରେଟ୍ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନା ପକ୍ଷରୁ ଏହି ଚଢ଼ାଉ ହୋଇଛି ।

କେବଳ ବାଲିପାଟଣା ଥାନା ଅଞ୍ଚଳରୁ ଦେଢ଼ କୁଇଣ୍ଟାଲରୁ ଅଧିକ ବାରୁଦ ସମେତ ବାଣ ତିଆରି ସାମଗ୍ରୀ ଜବତ ହେବା ସହ ୨ ଜଣ ଗିରଫ ହୋଇଛନ୍ତି । ଏଥିସହ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ଯେ, ଦୀପାବଳୀ ପାଇଁ ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବ । ୪୬୫ରୁ ଅଧିକ ବାଣ ଦୋକାନ ପାଇଁ ଆବେଦନ ଆସିଛି ।

ସେଥିରୁ ୨ଶହରୁ ଅଧିକ ବାଣ ଦୋକାନୀ ପୋଲିସଠାରୁ ଅନୁମତି ପାଇ ସାରିଲେଣି । କେବଳ ଅନୁମତି ପ୍ରାପ୍ତ ଦୋକାନୀ ହିଁ ବାଣଦୋକାନ ଖୋଲିପାରିବେ । କୌଣସି ବାଣ ଦୋକାନରେ ୩ଶହ କିଲୋଗ୍ରାମରୁ ଅଧିକ ଓଜନର ବାଣ ରଖାଯାଇପାରିବ ନାହିଁ । ବାଣ ଦୋକାନ ମଧ୍ୟରେ ଅତି କମ୍ ରେ ୫୦ ଫୁଟ ଦୂରତା ରହିବା ଆବଶ୍ୟକ । ସମସ୍ତ ବାଣ ଦୋକାନ ନିୟମ ଅନୁସାରେ ହେବା ଜରୁରୀ ବୋଲି ପୋଲିସ କହିଛି ।

ସେପଟେ ଏଥର ଅଯୋଧ୍ୟାରେ ବେଶ୍ ଧୁମଧାମ୍‌ରେ ପାଳନ ହେବ ଦୀପାବଳି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ରାମ ଜନ୍ମଭୂମିରେ ଦୀପାବଳି ପାଳନ ହେଉଛି । ୫୦୦ ବର୍ଷ ପରେ ଐତିହାସିକ ଦୀପାବଳି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଭବ୍ୟ ମହଲରେ ରାମ ଲାଲାଙ୍କ ପ୍ରତିଷ୍ଠାକୁ ନେଇ ଉଲ୍ଲାସରେ ପୁରା ଅଯୋଧ୍ୟାରେ ତିନି ଦିନ ଯାଏ ଆଲୋକରେ ଝଲସିବ ଅଯୋଧ୍ୟା ନଗରୀ । ଏକ ସଙ୍ଗରେ ୨୫ରୁ ୨୮ ଲକ୍ଷ ଦୀପ ଜାଳି ପୁରା ବିଶ୍ୱରେ ନୂଆ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇଛି ।