Advertisment

ଗୃହ ବିଭାଗରେ ମାଳ ମାଳ OSD, ବିଜେଡି ମାର୍କା ବାବୁଙ୍କ ସଂଖ୍ୟା ୫ !

ପୂର୍ବତନ ପ୍ରଶାସକ କହିଲେ ନିଯୁକ୍ତି ନୁହେଁ ଆକ୍ସନ । କିଭଳି ତ୍ୱରାନ୍ୱିତ ହେବ ବିଭାଗୀୟ ପ୍ରୋସିଡିଂ ଉଠିଲା ପ୍ରଶ୍ନ ।

undefined

OSD

Advertisment

ପାଣ୍ଡିଆନ କୋଟେରୀ ଆଇପିଏସ୍ ଗୋଷ୍ଠୀ ଉପରେ ଛାଟ । ଆକ୍ସନ ମୋଡରେ ମୋହନ ସରକାର। ସରକାରୀ ଚାକିରିରେ ଥାଇ ବି ସରକାରୀ ଦଳ ଅର୍ଥାତ ବିଜେଡି ପାଇଁ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିବା ମହଙ୍ଗା ପଡିଛି ୩ ଆଇପିଏସଙ୍କୁ। ବିଜେଡି ସରକାରରେ ପାଣ୍ଡିଆନଙ୍କ ଖାସ୍ ହୋଇ ଧରାକୁ ସରା ମଣିଥିବା ଏହି ଅଧିକାରୀମାନଙ୍କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

Advertisment

IPS ଆଶିଷ ସିଂଙ୍କ ପରେ ଡିଏସ୍ କୁଟ୍ଟେଙ୍କୁ ଏବେ ଗୃହ ବିଭାଗର OSD ଭାବେ ନିଯୁକ୍ତ କରିଛନ୍ତି ସରକାର। ତା ପୂର୍ବରୁ ନିର୍ବାଚନ କମିଶନଙ୍କ ସୁପାରିଶ ଅନୁସାରେ କୁଟ୍ଟେଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଥିଲା ଗୃହ ବିଭାଗ। ଏହା ସହ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଚାଲୁ ରହିବ ବୋଲି ମଧ୍ୟ ସୂଚନା ଦେଇଛି ବିଭାଗ। କିନ୍ତୁ ବଡ଼ କଥା ହେଲା ଗତ ଜୁନ୍ ୬ ତାରିଖରେ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ସହ ପରବର୍ତ୍ତୀ ନିଯୁକ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।

ତେଣୁ ପ୍ରଶ୍ନ ଉଠୁଛି, ଏତେ ଦିନ ଧରି କାହିଁକି ଚୁପ୍ ବସିଥିଲା ଗୃହ ବିଭାଗ ? ଆଉ ଏ ସମୟରେ କେଉଁଠି ଥିଲେ କୁଟ୍ଟେ ? ମାସେରୁ ଅଧିକ ଦିନ ଧରି କୁଟ୍ଟେଙ୍କ ବାବଦରେ ପୋଲିସ ବିଭାଗ ପାଖରେ ମଧ୍ୟ କୌଣସି ତଥ୍ୟ ନଥିଲା। ଏନେଇ ଗତ ୧୩ ତାରିଖରେ ଓଟିଭିରେ ଖବର ପ୍ରସାରଣ ହେବା ପରେ ଗୃହ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ପୂର୍ବତନ  ପ୍ରଶାସକଙ୍କ ମତରେ ବଦଳି ଏକ କାର୍ଯ୍ୟାନୁଷ୍ଠାନ ନୁହେଁ। ନିଜେ ନିର୍ବାଚନ କମିଶନ ଆଙ୍ଗୁଳି ଉଠାଇଥିବାରୁ କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ପଡ଼ିବ।

Advertisment

କୁଟ୍ଟେଙ୍କ ସହ ୯୮ ବ୍ୟାଚର ଆଇପିଏସ ଅଫିସର ରବିକାନ୍ତଙ୍କୁ ମଧ୍ୟ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି। ବିଗତ ୫ ବର୍ଷରୁ ଅଧିକ ସମୟ ଧରି ସେ ଦିଲ୍ଲୀ ଆବାସିକ କମିଶନର ଭାବେ ଅବସ୍ଥାପିତ ଥିଲେ। ହେଲେ ହଠାତ୍ କୁଟ୍ଟେଙ୍କ ସହ ରବିକାନ୍ତଙ୍କ ବଦଳିକୁ ନେଇ ବି ଢେର୍ ଚର୍ଚ୍ଚା। କାହିଁକି ନା କୁଟ୍ଟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିଲମ୍ବନ ସହ ଅନ୍ୟ ରାଜ୍ୟକୁ ବଦଳି କରି, ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଇଥିଲେ ନିର୍ବାଚନ କମିଶନ।

ଚର୍ଚ୍ଚା ହେଉଛି କୁଟ୍ଟେଙ୍କ ପୁନଃ ନିଯୁକ୍ତି ସହ ରବିକାନ୍ତଙ୍କ ବଦଳିର ଲିଙ୍କ ରହିଛି। କୁହାଯାଉଛି, କୁଟ୍ଟେଙ୍କୁ ଅହେତୁକ ଅନୁକଂପା ଦେଖାଇଥିଲେ ରବିକାନ୍ତ। ଏମିତି କି କମିଶନଙ୍କ କାର୍ଯ୍ୟାଳୟରେ ଯୋଗ ଦେଉ ଦେଉ ତାଙ୍କୁ ମିଳିଥିଲା ୧୦ ଦିନର ଛୁଟି। ଆଉ ସରକାରଙ୍କ ଅଜାଣତରେ କୁଟ୍ଟେଙ୍କ ଛୁଟି ଅବଧି ବଢି ଚାଲିଥିଲା। ଏହା ବାଦ୍ ପାଣ୍ଡିଆନଙ୍କ ଖାସ୍ ଅନୁଗତ ଭାବେ ରବିକାନ୍ତ ବି କାମ କରୁଥିବା ନେଇ ବି ପାୱାର କରିଡରରେ ଚର୍ଚ୍ଚା ହୁଏ। ଯେଉଁଥିପାଇଁ ଆବସିକ କମିଶନର ଭଳି ଆଇଏଏସ ପଦବିରେ ମଧ୍ୟ ୫ ବର୍ଷରୁ ଅଧିକ ଦିନ ଧରି ଜଣେ ଆଇପିଏସଙ୍କୁ ନିଯୁକ୍ତ କରି ରଖିଥିଲେ ପୂର୍ବ ସରକାର। ତେବେ ଏନେଇ କୁଟ୍ଟେ କିମ୍ବା ରବିକାନ୍ତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଏହି ଦୁଇ ଆଇପିଏସଙ୍କୁ ବଦଳି ପରେ ଗୃହ ବିଭାଗରେ ଓଏସ୍‌ଡି ସଂଖ୍ୟା ୫ରେ ପହଞ୍ଚିଛି। ପୂର୍ବ ବିଜେଡି ସରକାର ୮୯ ବ୍ୟାଚର ଡିଜି ରାଙ୍କର ଆଇପିଏସ ଅଧିକାରୀ ଏସଏମ ନରୱଣେ ଏବଂ ଅତିରିକ୍ତ ଡିଜି ପାହ୍ୟାରେ ଥିବା ୯୫ ବ୍ୟାଚର ଆଇପିଏସ ରୀତୁ ଆରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରିଥିଲେ। ଏହାବାଦ୍ ଗତ ୧୧ ତାରିଖରେ ଆଇପିଏସ ଆଶିଷ ସିଂ ମଧ୍ୟ ଗୃହ ବିଭାଗର ଓସ୍‌ଡି ନିଯୁକ୍ତ ହୋଇଛନ୍ତି।

BJD General Election 2024 Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ