Advertisment

‘ସୁଭଦ୍ରା ଯୋଜନାଠୁ ଧାନ MSP ବଢ଼ାଇବା ଯାଏଁ ପୂରଣ କରିବୁ ସବୁ ପ୍ରତିଶ୍ରୁତି’

ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ଗରିବ କଲ୍ୟାଣ ହେବ ବିଜେପି ସରକାରର ପ୍ରାଥମିକତା। ୧୦୦ ଦିନର ରୋଡ୍ ମ୍ୟାପ୍ ଚୂଡ଼ାନ୍ତ।

CM Mohan Majhi

CM Mohan Majhi

Advertisment

ଦଳ ଓ ସରକାର ଭିତରେ ସମନ୍ୱୟ ରଖି ରାଜ୍ୟରେ କେମିତି ସୁଶାସନ ଦେବ ବିଜେପି ସରକାର, ସେ ନେଇ ବିଜେପିର ସମ୍ବର୍ଦ୍ଧନା ସଭାରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଦିଆଯାଇଛି ଟିପସ। ଭୁବନେଶ୍ବରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଆଗାମୀ ଦିନରେ ମୋହନ ସରକାରର ଆଭିମୁଖ୍ୟ, ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି କିପରି ପୂରଣ ହେବ, ତା ଉପରେ ରହିଥିଲା ଫୋକସ୍। ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ, ପୁରା କ୍ୟାବିନେଟ, ତିନି କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହି ନେଇଛନ୍ତି ନୂଆ ଓଡ଼ିଶା ଗଠନର ସଂକଳ୍ପ।

Advertisment

ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ଗରିବ କଲ୍ୟାଣ ହେବ ବିଜେପି ସରକାରର ପ୍ରାଥମିକତା। ୧୦୦ ଦିନର ରୋଡ୍ ମ୍ୟାପ୍ ଚୂଡ଼ାନ୍ତ। ଆଜି ଏମିତି ଢଙ୍ଗରେ ଦଳୀୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଖିଥିଲେ ନୂଆ ବିଜେପି ସରକାରର ଆଭିମୁଖ୍ୟ। ଦଳ ଆଉ ସରକାରରେ କେମିତି ସମନ୍ୱୟ ରକ୍ଷା ହେବ, ସେ ନେଇ ହୋଇଛି ଭରପୁର ପ୍ରୟାସ। ସରକାରକୁ ସଫଳ କରିବାକୁ ଦଳ ପକ୍ଷରୁ କଣ କଣ କରାଯିବ ସେ ନେଇ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ବରିଷ୍ଠ ନେତା। ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିଥିବାରୁ ଦଳ ଆୟୋଜନ କରିଥିଲା ସମ୍ବର୍ଦ୍ଧନା ସଭା। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ଓଡ଼ିଶାର  ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଗୋଟିଏ ମଞ୍ଚରେ ଦିଆଯାଇଥିଲା ସମ୍ବର୍ଦ୍ଧନା। 

ଆଗାମୀ ଦିନରେ ସରକାରଙ୍କ ଆଭିମୁଖ୍ୟ କେମିତି ରହିବ, କାହାକୁ ପ୍ରାଥମିକତା ଦିଆଯିବ, ଗ୍ରାଉଣ୍ଡରେ କେମିତି ଆକ୍ସନ ମୁଡ୍‌କୁ ଆସିବେ ସରକାର ସେ ନେଇ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ଓ ତିନି କେନ୍ଦ୍ରମନ୍ତ୍ରୀ। ୩ ଦିନିଆ ଦିଲ୍ଲୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ କେନ୍ଦ୍ରୀୟ ନେତୃତ୍ବଠାରୁ ମିଳିଛି ଟିପସ। ଆଜିର ସଭାରେ ବିଜୟ ପାଇଁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ନୂଆ ଓଡ଼ିଶା ଗଠନ ପାଇଁ ବି କାର୍ଯ୍ୟକର୍ତ୍ତକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଦଳର ସଂକଳ୍ପ ପତ୍ରକୁ ପୁରା କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ସରିଛି, ଖୁବ ଶୀଘ୍ର ସବୁ ପ୍ରତିଶ୍ରୁତି ପୂରଣ ହେବ ବୋଲି କହିଥିଲେ ମୋହନ। ଆହୁରି କହିଥିଲେ ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ। ପିସି ଖୋର୍ ବାବୁ ନେତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସେପ୍ଟେମ୍ବର ୧୭, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା।

Advertisment

ଦଳ ଆଉ ସରକାରରେ କେମିତି ରହିବ ସମନ୍ୱୟ ସେ ନେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ମୁଖ୍ୟମନ୍ତ୍ରୀଙ୍କ ସମେତେ ସରକାରଙ୍କ ପୁରା ଟିମକୁ ପୁରା ଦମରେ ସହଯୋଗ କରିବାକୁ ଅପିଲ୍ କରିଥିଲେ ସଭାପତି। ଆଉ ନୂଆ ପ୍ରତିନିଧିଙ୍କୁ ଟିପ୍ସ ଦେଇ ଜୁଏଲ କହିଥିଲେ, ଚାଲ୍, ଚରିତ୍ର, ଚେହେରା, ଚିନ୍ତନ, ବ୍ୟବହାର ଠିକ୍ ହେବା ଦରକାର। ଏଥିସହ ଉତ୍ତରଦାୟିତ୍ବର ପାଠ ପଢ଼ାଇ କହିଥିଲେ ଯେମିତି ଆଲୁଅ ପାଖରେ ପୋକ, କ୍ଷମତା ପାଖରେ ଲୋକ । ତେଣୁ ନିଜ ଲୋକପ୍ରିୟତାରୁ ବଡ଼ ନେତା ହୋଇଯାଇଥିବାର ଭାବନା ପରିହାର କରି, ଲୋକଙ୍କ ପ୍ରତି ବ୍ୟବହାର ଠିକ୍ କରିବା ସହ ଲୋକଙ୍କ ପାଇଁ ମନ ଦେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ଜୁଏଲ୍।

Odisha Government BJP Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ