ବଡ଼ ଖୁଲାସା, ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧ ସାମଗ୍ରୀ !

ମିଳିଲା ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । 

Puri Srimandir Ratna Bhandar

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମିଳିଲା ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ିନଥିଲେ ବି ଏହା କଳା ପଡ଼ିଯାଇଥିବା ସେ କହିଛନ୍ତି । 

ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାରର ଘର ଭିତରକୁ ଯାଇ ଦ୍ବିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ ୩ଟି ସିନ୍ଦୁକ ଥିବା ଦେଖିଥିଲେ ଅଧିକୃତ ଟିମ୍‌ । ଏହାଛଡ଼ା ଭିତର ରତ୍ନଭଣ୍ଡାରରେ ଠାକୁର ରଖିବା ଖଟୁଲି ମଧ୍ୟ ରହିଛି । ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । 

କପିଳେନ୍ଦ୍ର ଦେବଙ୍କ ଅମଳରେ ଦାକ୍ଷିଣାତ୍ୟ ବିଜୟ ବେଳେ ୧୬ଟି ହାତୀରେ ରତ୍ନ ଅଳଙ୍କାର ବୋହି ଆଣିଥିଲେ ରାଜା । ସେ ଏହି ସବୁ ସଂପତ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟି ଦେଇଥିବା କିମ୍ବଦନ୍ତୀରେ ରହିଛି । ଉତ୍କଳ ପ୍ରଦେଶର ବିଭିନ୍ନ ଗଜପତି ସେତେବେଳେ ଅନେକ ରାଜ୍ୟ ଜୟ କରି ସେହି ରାଜ୍ୟର ରାଜାଙ୍କ ମୁକୁଟ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଥିଲେ । ସେ ସବୁ ମଧ୍ୟତ୍ନ ଭଣ୍ଡାରରରେ ଥିବା ବିଶ୍ବାସ ରହିଛି । 

ତେବେ ସବୁଠୁ ବଡ଼ କଥା ହେଉଛି ଗତକାଲି ରତ୍ନଭଣ୍ଡାର ପରିଦର୍ଶନ ପରେ ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ପ୍ରସଙ୍ଗକୁ ସିଧା ମନା କରିନଥିଲେ ଗଜପତି । ସେ କହିଥିଲେ ASI ଏହାର ଲେଜର ସ୍କାନିଂ କଲେ ସବୁ ତଥ୍ୟ ପଦାକୁ ଆସିବ ।