Advertisment

ଅଧୁରା ରହିଲା ଭ୍ରମଣ ସୁଖ; ୱାୟନାଡରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ, ଅନ୍ୟଜଣେ ନିଖୋଜ

ଭ୍ରମଣର ସୁଖଦ ଅନୁଭବ ପାଇଁ ବୁଲିବାକୁ ଯାଇ ଶେଷରେ ଶବ ହୋଇ ଫେରିବା ଭଳି କରୁଣ ପରିସ୍ଥିତି। କେରଳର ୱାୟନାଡ୍ ଯାଇଥିବା ଓଡ଼ିଶାର ଦୁଇ ଡାକ୍ତର ବନ୍ଧୁ ପ୍ରଳୟଙ୍କରୀ ଭୂସ୍ଖଳନ ବିପର୍ଯ୍ୟୟର ଶିକାର ହେବା ପରେ ଏବେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି, ଅନ୍ୟ ଜଣେ ନିଖୋଜ ଅଛନ୍ତି।

ଅଦ୍ୟତନ ହୋଇଛି
undefined

Kerala Tragedy

Advertisment

ଭ୍ରମଣ ସୁଖ ଭିତରେ ଲୁଚି ରହିଥିଲା ମରଣ ଯୋଗ । ଓଡ଼ିଆ ଡାକ୍ତର ଦଂପତିଙ୍କ ପାଇଁ କାଳ ହେଲା କେରଳର ଦୈବୀ ଦୁର୍ବିପାକ। ମଙ୍ଗଳବାର ଭୋରରୁ ୱାୟନାଡ଼ରେ ହୋଇଥିବା ମହାପ୍ରଳୟକାରୀ ଭୂସ୍ଖଳନରେ ଭାଙ୍ଗି ଯାଇଛି ଚୌଦ୍ବାର ଅଞ୍ଚଳର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ଓ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲଙ୍କ ସୁନାର ସଂସାର। ରାଜସ୍ବ ମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲିର ଓୟନାଡ ଭୂସ୍ଖଳନରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା । ସ୍ଥାନୀୟ ପୋଲିସ ତାଙ୍କ ମୃତଦେହ ଚିହ୍ନଟ କରିଛି । ହେଲେ ମାଟି ଓ ପାଣି-କାଦୁଅର ଏ ମହାପ୍ରଳୟ ଭିତରୁ ସୌଭାଗ୍ୟବଶତଃ ଗୁରୁତର ଅବସ୍ଥାରେ ବଞ୍ଚି ଯାଇଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ । ସେ ଏବେ ୱାୟନାଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ।

Advertisment

ଅନ୍ୟପଟେ କିନ୍ତୁ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଏଯାଏଁ କୌଣସି ସୂଚନା ମିଳିନାହିଁ । ମୃତଦେହ ପୁନଃ ଚିହ୍ନଟ ପରେ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯିବା ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ସେପଟେ ମହାପ୍ରଳୟ ପରଠୁ ଏଯାଏଁ ନିଖୋଜ ଅଛନ୍ତି, କଟକ SCBରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ସ୍ବାଧୀନ ପଣ୍ଡା। ତାଙ୍କ ସମ୍ପର୍କରେ ଏ ଯାଏଁ କୌଣସି ବି ସୂଚନା ମିଳିପାରିନି । ଫଳରେ ଭୟ ଆଉ ଆତଙ୍କ ଭିତରେ ଦିନ କାଟୁଛନ୍ତି, ତାଙ୍କ ପରିବାର, ବନ୍ଧୁ ଓ ସମ୍ପର୍କୀୟ ।

Advertisment

ଅନ୍ୟପଟେ ତାଙ୍କର ବାନ୍ଧବୀ ଝାରସୁଗୁଡ଼ାର ସ୍ବୀକୃତି ମହାପାତ୍ର ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ସ୍ବୀକୃତି ଭୁବନେଶ୍ବରର ଏକ ଘରୋଇ ମେଡିକାଲ କଲେଜରେ ପିଜି କରୁଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଧୀରେ ଧୀରେ ଉନ୍ନତି ଆସିଥିବା ସୂଚନା ମିଳିଛି। ହେଲେ ଏ ଅଘଟଣ ପରେ ଆଶା-ଅଶଙ୍କା ଭିତରେ ରହିଛନ୍ତି ତାଙ୍କ ପରିବାର ଲୋକେ ।

ବୁଲିବାକୁ କେରଳ ଯାଇ ଦୁର୍ଯୋଗର ଶିକାର ହୋଇଥିବା ଦୁଇ ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ସବୁ ପ୍ରକାର ସହାୟତା ଲାଗି ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାରଙ୍କ ୨ ଜଣ ଅଧିକାରୀଙ୍କୁ ୱାୟନାଡ ପଠାଯାଇଛି। ଏଥିସହ କେରଳ ସରକାରଙ୍କ ସହ ଯୋଗାଯଗରେ ରହିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment
Land Slide Odia Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ