WATER PROBLEM
ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି । ମୁଣ୍ଡ ଉପରେ ୪୦ ଡିଗ୍ରୀ ଖରା । କିନ୍ତୁ ପାଣି ଟୋପେ ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ । ହାତରେ ହାଣ୍ଡି ଗରା ଧରି ଜଙ୍ଗଲରେ ଚାଲି ଚାଲି ପାଣି ସନ୍ଧାନରେ ଲୋକେ । ରାଜ୍ୟ ସରକାରଙ୍କର ୨୪ ବର୍ଷ ଶାସନରେ ବିକାଶ କେତେ ଦୂର ପହଁଚିଛି ଏହାର ଚିତ୍ର ଦେଖିଲେ ହିଁ ଜାଣିପାରିବେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ପୁରୁଣାଡ଼ିହି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସକାଳ ହେଲେ ଏହି ଗାଁ ଲୋକଙ୍କ ଚିନ୍ତା ପାଣି ।
ସେପଟେ ଆଦିବାସୀ ଲୋକେ ମଦ ହାଣ୍ଡିଆ ପିଇ ରୋଗରେ ପଡୁଛନ୍ତି ବୋଲି ବଡ଼ ବାବୁ ମାନେ କହୁଥିବା ବେଳେ, ପାଣି ସମସ୍ୟା ଯୋଗୁଁ ଦିନକୁ ଦିନ ଦେହ ଖରାପ ହୋଉଥିବା କହିଛନ୍ତି ସ୍ଥାନୀୟ ଲୋକେ ।
ଅନ୍ୟପଟେ ଖରାକୁ ବଳି ଯାଉଛି ଜଳକଷ୍ଟ । ଜଣେ ବୃଦ୍ଧା ମହିଳାଙ୍କ ଗୋଡ଼ ଖରାପ । ତଥାପି ବାଡ଼ି ଖଣ୍ଡେ ଧରି ଛୋଟେଇ ଛୋଟେଇ ପାଣି ଆଣୁଛନ୍ତି, ଦୂଷିତ ଚୁଆ ପାଣିକୁ ଜୀବନ ବଞ୍ଚାଇବା ପାଇଁ ପିଇବାକୁ ବାଧ୍ୟ ହୋଇଥାନ୍ତି ଏମାନେ । ଏନେଇ ବ୍ଲକ ଠାରୁ RWSS ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଯଥା ପୂର୍ବଂ ତଥା ପରଂ ।
ଆମ ପ୍ରତିନିଧି ସରକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଆଦିବାସୀ ଜନଜାତିଙ୍କ ପାଇଁ ସରକାର କେତେ ତତ୍ପର ତାହା ହିଁ ଏହି ଘଟଣା ବୟାନ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712562906.jpg)