Advertisment

ତାଳଦଣ୍ଡାରେ ପାଣି ଯାଉନି, ଡହଳ ବିକଳ ହେଲାଣି ପାରାଦୀପ !

ବାଲେଶ୍ୱର ପୌରପାଳିକାର ୮ ଓ ୧୩ ନମ୍ବରରେ ମିଳୁନି ପାଣି । ୱାର୍ଡରେ ସପ୍ତାହେ ହେବ ଆସୁନି ପାନୀୟ ଜଳ ।

ଅଦ୍ୟତନ ହୋଇଛି
Water Scarcity In Paradeep-Balasore

Water Scarcity In Paradeep-Balasore

Advertisment

‘ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ, ସ୍ୱପ୍ନ ହୋଇଛି ସାକାର, ସବୁ ଘରେ ସମସ୍ତଙ୍କ ପାଇଁ ।’ ସରକାରଙ୍କ ଏହି ନାରା କେବେଳ ନାରାରେ ହିଁ ସୀମିତ, ଅନେକ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ ।

Advertisment

ଆଜି ଆମେ ବାଲେଶ୍ୱର ପୌରାଞ୍ଚଳ କଥା ଯଦି କହିବା, ତେବେ ଏହାର ୮ ନମ୍ବର ଓ ୧୩ ନମ୍ବର ୱାର୍ଡରେ ଜଳ ସମସ୍ୟା ଉତ୍କଟ । ଏଠାରେ ୮ ଦିନ ହେବ ଜଳ ଯୋଗାଣ ବନ୍ଦ ରହିଛି । ପାଣି ମୁନ୍ଦାଏ ଲାଗି ଲୋକଙ୍କୁ ଅନ୍ୟ ୱାର୍ଡକୁ ଯିବାକୁ ପଡୁଛି । ଏଭଳି ପାଣି ସମସ୍ୟା ପୌରପାଳିକାର ଅପାରଗତାକୁ ପଦାରେ ପକାଇଥିବା ବେଳେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ। କେତେକ ସ୍ଥାନାରେ ଲିକେଜ ଅଛି, ତେଣୁ ତାର ସମାଧାନ ହେବା ପରେ ଜଳଯୋଗାଣ ହେବ ବୋଲ ସେ କହିଛନ୍ତି ।

ସେପଟେ ବନ୍ଦର ନଗରୀ ପରାଦୀପରେ ବି ଦେଖାଦେଇଛି ଜଳ ସଂକଟ। କଟକରୁ ତାଳଦଣ୍ଡା କେନାଲରେ ପାଣି ଆସିଲେ ପାରାଦୀପ ଲୋକେ ପାଣି ପାଆନ୍ତି। ମାତ୍ର କେନାଲ ନବୀକରଣ କରାଯାଉଥିବାରୁ ସେଥିରେ ଜଳ ଯୋଗାଣ ବନ୍ଦ ରହିଛି। ଏଣେ ଲୋକଙ୍କୁ ପ୍ରତିଦିନ ଜଳ ଯୋଗାଇବା ଲାଗି ପ୍ରଶାସନ ମାଇକ ଯୋଗେ ଲୋକଙ୍କୁ ଜଣାଉଛି ସତ। ତେବେ ବାସ୍ତବ କିନ୍ତୁ ଅଲଗା, ବସ୍ତି ଅଞ୍ଚଳର ଲୋକେ ପ୍ରତି ୮ ଦିନରେ ଥରେ ଟ୍ୟାଙ୍କର ଯୋଗେ ପିଇବା ପାଣି ପାଉଛନ୍ତି। ଭୂତଳ ଜଳ ଲୁଣିଆ, ଲୁହାଟିଆ ହୋଇଥିବାରୁ ସରକାରୀ ସପ୍ଲାଏ ପାଣି ଉପରେ ବସ୍ତିବାସୀ ନିର୍ଭରଶୀଳ। ସେପଟେ ଶୀଘ୍ର ପଦକ୍ଷେପ ନିଆଯାଇ କେନାଳ ଚାଲୁ ହେଲେ ଜଳ ଯୋଗାଣ ଆରମ୍ଭ ହେବ ବୋଲି କହିଛନ୍ତି ପୌରାଧ୍ୟକ୍ଷ ।

Advertisment

ମୁଣ୍ଡଫଟା ଖରା ସାଙ୍ଗକୁ ଉଭୟ ବାଲେଶ୍ୱର ଓ ପାରଦୀପରେ ତାମମାତ୍ରା ରେକର୍ଡ ଛୁଉଁଚି, ଏ ସମୟରେ ଜଳାଭାବ ଲୋକଙ୍କୁ ବେଡି ଉପରେ କରଡା ମାଡ ଭଳି ସୂଚାଉଛି। 

ଅନ୍ୟପଟେ ଏବେ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। କଲବଲ କରୁଛି ଅସହ୍ୟ ଖରା। ଆଜି ପାଇଁ ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମୟୂରଭଂଜ, ଅନୁଗୁଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ ସିଭିଅର ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଗତକାଲି ୪୩.୬ ଡିଗ୍ରୀ ସହ ଭୁବନେଶ୍ୱର ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଆଜି ମଧ୍ୟ ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ।

Advertisment
Water Scarcity Drinking Water Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ