ତାତିକୁ ବଳି ଯାଇଛି ଜଳକଷ୍ଟ, କେଉଁଠି ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି ୱାଟର ଏଟିଏମ

କେଉଁଠି ପାଣି ଟ୍ୟାପ୍ ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି । ରାଉରକେଲାରେ ପାଣି ନେବା ପାଇଁ ବ୍ୟକ୍ତି ଜଣଙ୍କ ଟ୍ୟାପ୍ ପ୍ରେସ୍ କରୁଛନ୍ତି, ହେଲେ ପାଣି ଆସୁନି ।

Water Problem

ରାଜ୍ୟରେ ବଢ଼ିବାରେ ଲାଗିଛି ଖରା ଓ ତାତି । ମାର୍ଚ୍ଚ ମାସରୁ ତାତି ବିଭିନ୍ନ ସ୍ଥାନରେ ୩୯ ଛୁଇଁଲାଣି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଖରା ଅଧିକ ରହିବ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଶେଷଜ୍ଞ । ରାଉରକେଲା ସହରରେ ତିନି ଚାରି ଦିନ ହେଲା ବଢ଼ିଛି ତାତି । ହେଲେ ତାତିକୁ ବଳି ଯାଇଛି ଜଳକଷ୍ଟ । ସହରର ବିଭିନ୍ନ ଛକ, ବଜାର ଆଦି ସ୍ଥାନରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଲାଗିଥିଲା ୱାଟର ଏଟିଏମ ଓ ପାଣି ପାଇପ । ଏହା ଏବେ ଅଚଳ ହୋଇଯାଇଛି ।

କେଉଁଠି ପାଣି ଟ୍ୟାପ୍ ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି । ରାଉରକେଲାରେ ପାଣି ନେବା ପାଇଁ ବ୍ୟକ୍ତି ଜଣଙ୍କ ଟ୍ୟାପ୍ ପ୍ରେସ୍ କରୁଛନ୍ତି, ହେଲେ ପାଣି ଆସୁନି । ଦୂରଦୂରାନ୍ତରୁ ସହରକୁ ଆସୁଥିବା ଲୋକଙ୍କୁ ବିଶୁଦ୍ଧ ପାଣି ଟୋପାଏ ମିଳୁନଥିବା ଅଭିଯୋଗ ହୋଇଛି। ଆମ୍ବେଦକର ଛକଠାରୁ ଆରମ୍ଭ କରି ଆରଟିଓ, ଉଦିତନଗର ମିନି ଷ୍ଟାଡିୟମ ଆଦି ସ୍ଥାନରେ ଲାଗିଥିବା ୱାଟର ଏଟିଏମରୁ ଆସୁନି ପାଣି । ହାତଗଣତି ମାତ୍ର କେତୋଟି ସ୍ଥାନରେ ଲାଗିଥିବା ଟ୍ୟାପରୁ ଆସୁଛି ପାଣି । ଖରାଦିନ ହୋଇଥିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏପଟେ ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି, ସପ୍ତାହ ମଧ୍ୟରେ ସହରରେ ଖରାପ ହୋଇ ଯାଇଥିବା ସମସ୍ତ ୱାଟର ଏଟିଏମକୁ ସଜଡାଯିବ । ଯେଉଁ ସବୁ ସ୍ଥାନରେ ପିଇବା ପାଣିର ଅବ୍ୟବ୍ୟସ୍ଥା ରହିଛି, ସେସବୁକୁ ଠିକ କରାଯିବ । ତାସହ ଖୁବଶୀଘ୍ର ଶହେଟି ସ୍ଥାନରେ ଜଳଛତ୍ର ବ୍ୟବସ୍ଥା ମଧ୍ୟ କରାଯିବ । ସମସ୍ତ ଟ୍ୟାପ ଓ ୱାଟର ଏଟିଏମ ମରାମତି ଯୁଦ୍ଧ କାଳୀନ ସ୍ଥିତିରେ ଚାଲିଛି ବୋଲି କହିଛନ୍ତି କମିଶନର ।