Advertisment

ସାମ୍ନାକୁ ଆସିଲା ନୂଆ ତଥ୍ୟ; ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ !

କଟକ ଓ ଖୋର୍ଦ୍ଧାକୁ ବି ହେଲିକପଟରରେ ଉଡିଥିଲେ ପାଣ୍ଡିଆନ୍ । RTI ତଥ୍ୟରେ ୩ ନିର୍ବାଚନ ମଣ୍ଡଳୀରେ ହେଲିପ୍ୟାଡ୍ ଖର୍ଚ୍ଚ ୭୫ ଲକ୍ଷ । ପ୍ରାବଧାନ ନଥାଇ କିଏ ଦେଇଥିଲା ଅନୁମତି ?

undefined

VK Pandian Chopper Rides

Advertisment

ଭୁବନେଶ୍ୱରରୁ ୨୦ରୁ ୨୫ କିଲୋମିଟର ଦୂର, ଖୋର୍ଦ୍ଧା, ପିପିଲି ଓ କଟକ ଯିବାକୁ ବି ହେଲିକପ୍ଟର ବ୍ୟବହାର କରୁଥିଲେ ପାଣ୍ଡିଆନ। ଆଉ ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଥିଲା ପାଣି ଭଳି ଟଙ୍କା । ବଡ଼ କଥା ହେଲା ଏ ବାବଦରେ କେତେ ଖର୍ଚ୍ଚ ହୋଇଛି ସେ ହିସାବ ବି ସରକାରୀ ଖାତରେ ନାହିଁ। ତେଣୁ ଏହାର ତଦନ୍ତ ପାଇଁ ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏପଟେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ମାତ୍ର ୩ଟି ନିର୍ବାଚନ ମଣ୍ଡଳୀରେ ୧୮ଟି ହେଲିପ୍ୟାଡ୍ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଖର୍ଚ୍ଚ କରିଛି ୭୫ ଲକ୍ଷ ଟଙ୍କା।

Advertisment

ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ ! ହେଲିକପ୍ଟର ଉଡ଼ାଣ ଆଉ ହେଲିପ୍ୟାଡ୍ ନିର୍ମାଣ ବାବଦରେ କେତେ ହୋଇଛି ଖର୍ଚ୍ଚ ? ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ତ୍ତ ମନ୍ତ୍ରୀ? ହେଲିପ୍ୟାଡ୍ ନିର୍ମାଣ ପାଇଁ କିଏ ଦେଉଥିଲା ଅନୁମତି ? କିଏ ନିର୍ମାଣ କରୁଥିଲା ? ଏଥି ପାଇଁ କେଉଁ ବିଭାଗ ଖର୍ଚ୍ଚ କରୁଥିଲା ? ଯଦି ବିଭାଗ ଖର୍ଚ୍ଚ କରୁଥିଲା ତାହେଲେ କାହିଁକି ସରକାରଙ୍କ ପାଖେ ତାର ତଥ୍ୟ ନାହିଁ ? ଏସବୁର ତଦନ୍ତ ହେବା ଆବଶ୍ୟକ ଅଛି ବୋଲି କହିଛନ୍ତି ମନ୍ତ୍ରୀ। ଆହୁରି ମଧ୍ୟ କହିଛନ୍ତି ଜଣେ ସଚିବ ସ୍ତରର ଅଧିକାରୀଙ୍କ ପାଇଁ ହେଲିକପ୍ଟର ବ୍ୟବହାର ପାଇଁ ଆଇନରେ ପ୍ରାବଧାନ ନଥାଇ ବି ପାଣ୍ଡିଆନ କେମିତି ହେଲିକପ୍ଟର ବ୍ୟବହାର କଲେ ? ଏଥି ପାଇଁ ଅନୁମତି କିଏ ଦେଇଥିଲା, ତାର ମଧ୍ୟ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ। କଂଗ୍ରେସ ମଧ୍ୟ ଦାବ କରିଛି ପାଣ୍ଡିଆନଙ୍କ ହେଲିକପ୍ଟର ଦୁର୍ନୀତି ସହ ପାନୀୟ ଜଳ ଏବଂ କୋଭିଡ୍ ଦୁର୍ନୀତିର ବି ତଦନ୍ତ ହେଉ। ବିଜେଡି କହିଛି କୌଣସି ଦୁର୍ନୀତି ହୋଇନି। 

କେମିତି ହେଲିକପ୍ଟରରେ ଦିନରାତି ଘିରି ଘିରି ବୁଲୁଥିଲେ ପାଣ୍ଡିଆନ। ଆଉ କେମିତି ନିର୍ବାଚନ ମଣ୍ଡଳୀଗୁଡିକରେ ଖେଳ ପଡିଆ ପରି ତିଆରି ହେଉଥିଲା ହେଲିପ୍ୟାଡ୍। ତାର ଏକ ପ୍ରମାଣ ଲାଗିଛି ଓଟିଭି ହାତରେ। ଏହା ମାତ୍ର ଭାତ ହାଣ୍ଡିରୁ ଗୋଟିଏ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ହେଉଛି ହେଲିପ୍ୟାଡ୍ ନିର୍ମାଣ ଖର୍ଚ୍ଚର। ରାଜଧାନୀକୁ ଲାଗିଥିବା କଟର ୩ଟି ନିର୍ବାଚନ ମଣ୍ଡଳୀରେ ୧୮ଟି ହେଲିପ୍ୟାଡ୍ ପାଇଁ କଟକ ପୂର୍ତ୍ତ ବିଭାଗ ଖର୍ଚ୍ଚ କରିଛି ପ୍ରାୟ ୭୫ ଲକ୍ଷ ଟଙ୍କା। ଗୋଟିଏ ଗୋଟିଏ ହେଲିପ୍ୟାଡ୍ ପାଇଁ ୩ରୁ ୪ ଲକ୍ଷ। ଯଦି ୩ଟି ନିର୍ବାଚନ ମଣ୍ଡଳୀରେ ୭୫ ଲକ୍ଷ ତାହା ପୁଣି ହେଲିପ୍ୟାଡ୍ ପାଇଁ ତାହେଲେ ୧୪୭ ନିର୍ବାଚନ ମଣ୍ଡଳୀ କଥା ଅନୁମାନ କରନ୍ତୁ। ବଡ କଥା ହେଲା ମାଲକାନାଗିରି କି କୋରାପୁଟ ନୁହେଁ, ଖୋର୍ଦ୍ଧା, ପିପିଲି ଯିବାକୁ ବି ପାଣ୍ଡିଆନଙ୍କ ପାଇଁ ଉଡୁଥିଲା ହେଲିକପ୍ଟର। ପୂର୍ବତନ ପ୍ରଶାସକଙ୍କ ମତରେ ଜଣେ ସଚିବ ଏକାକୀ ହେଲିକପ୍ଟର ବ୍ୟାବହାର କରିପାରିବେ ନାହିଁ।  

Advertisment

ତଦନ୍ତ ଆଉ କାର୍ଯ୍ୟାନୁଷ୍ଠାନ ତ ପର କଥା, ହେଲେ କେତେ ଖର୍ଚ୍ଚ ହୋଇଛି ତାର ହିସାବ କାହିଁକି ସରକାରୀ ଖାତାରେ ନାହିଁ ? ସେ ତଥ୍ୟ କଣ ପୂର୍ବ ସରକାର ଉଡାଇ ଦେଇଛନ୍ତି, ନା ନୂଆ ସରକାରରେ କିଛି ଅଧିକାରୀ ତଥ୍ୟ ଲୁଚାଇ ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଛନ୍ତି ?

Advertisment

BJD BJP Helicopter Law Minister VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ