ଧିରେ ଧିରେ ଉନ୍ନତ ହେଲାଣି ଗାଁ-ଗଣ୍ଡା। ମଫସଲି ଲୋକେ ବି ଆଧୁକତାର ସ୍ପର୍ଶ ପାଇଲେଣି। ସରକାରୀ ଯୋଜନାରେ ସାମିଲ୍ ହୋଇ ଗାଁ ଦାଣ୍ଡ ବି କଂକ୍ରିଟ୍ ହେଲାଣି। ହେଲେ ଆଜିବି ଏମିତି କିଛି ଗାଁ ଅଛି ଯେଉଁଠି ଯୋଜନା ଅପହଞ୍ଚ। ସେମିତି ଏକ ଗାଁ ହେଉଛି ପାଲଲହଡା ଉପଖଣ୍ଡ ଉପାନ୍ତ କୁଲଡ଼ିହା ଗାଆଁ। ନାଁ ଅଛି ବିଜୁଳି ଆଲୁଅ ନା ପକ୍କା ରାସ୍ତା। ରାସ୍ତା, ପାଣି, ବିଜୁଳି ଯେମିତି ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି।
କୁଲଡ଼ିହା ଗାଆଁରେ ଯେମିତି ଅଭିଶପ୍ତ ପାଲଟି ଯାଇଛି ଜୀବନ। ସରକାରୀ ଯୋଜନା ଏଠି ଯୋଜନ ଯୋଜନ ଦୂରରେ। ବିକାଶ ଏଠାକୁ ପହଞ୍ଚିବାକୁ ରାସ୍ତା ଭୁଲି ଯାଇଛି। ଗ୍ରାମର ସବୁଠୁ ବଡ଼ ସମସ୍ୟା ହେଉଛି ବିଜୁଳି। ସ୍ଵାଧୀନତାର ୭୮ ବର୍ଷ ପରେ ବି ରାତିରେ ବିଜୁଳି ଆଲୁଅ ଦେଖୁ ନାହାନ୍ତି ଲୋକେ। ସଂଜ ନ ହେଉଣୁ ଗାଁରେ ପଡିଯାଉଛି ତାଟି କବାଟ। ପିଲାମାନେ ପାଠ ମଧ୍ୟ ପାଠ ଦି ଅକ୍ଷର ପଢିବା କଷ୍ଟକର। ମୋବାଇଲ ଟିଏ ଚାର୍ଜ କରିବାକୁ ହେଲେ ପ୍ରାୟ ୩ କିମି ଯିବାକୁ ପଡେ। କେବଳ ସେତିକି ଶିକ୍ଷା ବ୍ୟବସ୍ଥା ବି ଏଠି ଫେଲ୍ ମାରିଛି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ। ପିଲାମାନଙ୍କୁ ପାଠ ପଢିବାକୁ ହେଲେ ୩ କିଲୋମିଟର ଯିବାକୁ ହୁଏ।
ଗାଁକୁ ପକ୍କା ରାସ୍ତାଟି ନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଦେହ ଖରାପ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରେ ନି। ରୋଗୀଙ୍କୁ ଭାରରେ ବୋହି ନେବାକୁ ପଡେ। ପାନୀୟ ଜଳ ସମସ୍ୟା ନ କହିବା ଭଲ। ଗାଁର ଗୋଟିଏ ନଳକୂଅ ଉପରେ ନିର୍ଭର କରନ୍ତି ୫୦ରୁ ଅଧିକ ପରିବାର । ସେ ବି ଖରାପ ହୋଇଯିବାରୁ ପାଖ ଝରଣାରୁ ପିଇବା ପାଣି ଆଣି ବ୍ୟବହାର କରୁଛନ୍ତି ଗାଁ ଲୋକ। ଏନେଇ ପାଳଲହଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଛନ୍ତି ଖୁବଶୀଘ୍ର ସମସ୍ତ ସୁବିଧା ଯୋଗାଇ ଦିଆଯିବ।